Advertisment

ବ୍ୟାପୁଛି ଡିପଥେରିଆ, ଜାଣନ୍ତୁ ରୋଗର କାରଣ-ଲକ୍ଷଣ-ନିରାକରଣ

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।

Representative Image

Representative Image

Advertisment

ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଏହି ରୋଗ। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ସମସ୍ତ ମୃତକ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ କିଛି ସଂକ୍ରମିତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଅଛନ୍ତି। ତେବେ ଏହି ରୋଗ କଣ, ଲକ୍ଷଣ ଓ ଚିକିତ୍ସା ବାବଦରେ ଜାଣନ୍ତୁ...

Advertisment

ଡିପଥେରିଆ କିପରି ହୁଏ?
ଡିପଥେରିଆ ଏକ ସଂକ୍ରମଣଜନିତ ରୋଗ। ଅର୍ଥାତ୍ ଏହା ଜଣେ ରୋଗୀଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। କୋରିନେବ୍ୟାକ୍ଟେରିୟମ୍ ଜୀବାଣୁ ସଂକ୍ରମଣ ଦ୍ୱାରା ବ୍ୟାପିଥାଏ ଡିପଥେରିଆ। ପ୍ରାୟତଃ ପିଲାମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି। ଏହାର ଅର୍ଥ ନୁହେଁ ଯେ, କେବଳ ପିଲାମାନେ ହି ସଂକ୍ରମଣର ଶିକାର ହୁଅନ୍ତି, ବୟସ୍କମାନଙ୍କୁ ମଧ୍ୟ ଆକ୍ରାନ୍ତ କରିପାରେ ଡିପଥେରିଆ।

ଡିପଥେରିଆ ଜୀବାଣୁ ପ୍ରଥମେ ଗଳାକୁ ସଂକ୍ରମିତ କରିଥାଏ। ଏହି କାରଣରୁ ସଂକ୍ରମଣ ଶ୍ୱାସକ୍ରିୟାକୁ ବ୍ୟାପେ ଏବଂ ଗଳାରେ ଛିଦ୍ର ମଧ୍ୟ ସୃଷ୍ଟି ହୁଏ, ଯେଉଁଥିପାଇଁ ରୋଗୀକୁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସଠିକ୍ ସମୟରେ ଚିକିତ୍ସା କରାନଗଲେ ଜୀବାଣୁ ରକ୍ତ ମାଧ୍ୟମରେ ମସ୍ତିଷ୍କ ଏବଂ ହୃଦୟକୁ ପ୍ରଭାବିତ କରିପାରେ। ଏହି ଅବସ୍ଥାରେ ରୋଗୀଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇପାରେ। 

Advertisment

ପିଲାମାନଙ୍କଠାରେ ଦେଖାଯାଉଥିବା ଏହି ସବୁ ଲକ୍ଷଣକୁ ସତର୍କ ରୁହନ୍ତୁ
- ନିଶ୍ୱାସ ନେବାରେ ଅସୁବିଧା।
- ବେକରେ ଫୁଲା, ଥଣ୍ଡା।
- ଜ୍ୱର, ଗଳା ଯନ୍ତ୍ରଣା, କାଶ।

ଚିକିତ୍ସା
ଟୀକାକରଣ ମାଧ୍ୟମରେ ପିଲାମାନଙ୍କୁ ଡିପଥେରିଆ ରୋଗରୁ ରକ୍ଷା କରାଯାଇପାରିବ। ରୁଟିନ୍ ଟୀକାକରଣରେ DPT (ଡିପଥେରିଆ, ପେର୍ଟୁସିସ୍ ଏବଂ ଟିଟାନସ୍) ଟିକା ଅନ୍ତର୍ଭୁକ୍ତ। ଏକ ବର୍ଷର ଶିଶୁକୁ 3 DPT ଟୀକାକରଣ କରାନ୍ତୁ। ଏହା ପରେ, ଚତୁର୍ଥ ଟିକା ଦେଢ ବର୍ଷରେ ଏବଂ ପଞ୍ଚମ ଟିକା 4 ବର୍ଷ ବୟସରେ ଦିଅନ୍ତୁ। ଟୀକାକରଣ ହିଁ ଡିପଥେରିଆକୁ ରୋକିବାର ଏକମାତ୍ର ଉପାୟ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Diphtheria Symptoms Health Tips Diphtheria
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe