Advertisment

ସର୍ପାଘାତ ମୃତ୍ୟୁ ରୋକିବାକୁ ସବୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ, ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖ

ଆଜି ବିଭିନ୍ନ ଜିଲ୍ଲାରେ ସାପ କାମୁଡ଼ାରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
snake

snake

ସର୍ପାଘାତ ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ଜାରି କରିଛି ଗାଇଡଲାଇନ। ଗାଇଡଲାଇନ ପାଳନ କରିବାକୁ ସବୁ ସିଡିଏମ୍ଓଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି କରି ନିର୍ଦ୍ଦେଶ ଦେଇଛି। ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି।

Advertisment

ସେହିପରି ନିର୍ଦ୍ଦେଶରେ କୁହାଯାଇଛି, ସବୁ ମେଡିକାଲ(ଡିଏଚ୍‌ଏଚ୍,ଏସ୍‌ଡିଏଚ୍‌, ସିଏସ୍‌ସି, ପିଏଚ୍‌ସି)ରେ ଔଷଧ ଓ ଟେଷ୍ଟିଂ ମାଗଣା ଯୋଗାଇଦେବେ। ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ବିଭାଗକୁ ପଠାଇବେ। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ୍ ପ୍ରତି ସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ। ହଷ୍ଟେଲରେ ମୂଷା, ବେଙ୍ଗ ନ ପଶିବେ ସେଥିପ୍ରତି ଧ୍ୟାନ ଦେବାକୁ ବୁଝାଇବେ। ଏବାବଦରେ ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ସଚେତନ କରି ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ଆଣିବା ଓ ଚିକିତ୍ସା କରିବା ନିମନ୍ତେ କହିବେ।

କେଉଁ ସାପ ବିଷଧର ଓ କିଏ ବିଷଧର ନୁହେଁ ଲୋକଙ୍କୁ ସେଚତନ କରାଇବାର ବ୍ୟବସ୍ଥା କରିବେ। ବିନା ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଯେପରି କୌଣସି ଠାରେ ସାପକାମୁଡ଼ା ରୋଗୀଙ୍କ ଚିକିତ୍ସା ନହୁଏ ସେଥିପାଇଁ ଧ୍ୟାନ ରଖିବେ।

Advertisment

ସାଧାରଣ ସଭା ଓ ବୈଠକ ସ୍ଥଳରେ ଲୋକଙ୍କୁ ବିଷାକ୍ତ ସାପ ଓ ସାପକାମୁଡ଼ା ଚିକିତ୍ସା ନେଇ ସେଚତନ କରାଇବେ। ସ୍ଥାନୀୟ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସହ ଯୋଗ ସୂତ୍ର ରଖି ବିଷାକ୍ତ ସାପକୁ ଚିହ୍ନଟ କରିବା ସହ ଆବଶ୍ୟକ ସଚେତନତା କରିବେ।

କାହାକୁ ସାପୁ କାମୁଡ଼ିଥିଲେ ଉକ୍ତ ଲୋକ ମେଡିକାଲ ପହଞ୍ଚିବା ପରେ ଉପସ୍ଥିତ ଡାକ୍ତର ଓ କର୍ମଚାରୀ ଆବଶ୍ୟକ ଚିକିତ୍ସା କରିବେ। ରୋଗୀର ସ୍ୱାସ୍ଥ୍ୟକୁ ନଜରରେ ରଖି ଆବଶ୍ୟକ ସ୍ଥଳେ ଉପରିସ୍ଥ ହସ୍ପିଟାଲକୁ ରେଫର କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛ

ଆଜି ବିଭିନ୍ନ ଜିଲ୍ଲାରେ ସାପ କାମୁଡ଼ାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ଭିତରେ ଦେବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ୨ ଭାଇଙ୍କ ମୃତ ହୋଇଛି। ମୃତକ ହେଲେ ଏହି ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ୧୪ ବର୍ଷର ପୁଅ ଗୌରାଙ୍ଗ ଏବଂ ୮ ବର୍ଷର ପୁଅ ସୌଭାଗ୍ୟ। ସେମାନେ ଘର ଚଟାଣରେ ଶୋଇଥିବା ବେଳେ ଭୋର ସମୟରେ ସାପ କାମୁଡ଼ି ଦେଇଥିଲା। ଏହି ଘଟଣା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସେହିପରି ମୟୂରଭଂଜ ଶରତ ଥାନା କଟୁରିଆ ଗାଁରେ ମାଆ ଓ ପୁଅକୁ କାମୁଡ଼ି ଦେଇଥିଲା। ଏହି ଘଟଣାରେ ଦେଢ଼ ବର୍ଷର ଶିଶୁପୁତ୍ର ମୃତ ହୋଇଥିବା ବେଳେ ମାଆର ଅବସ୍ଥା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ କଟୁରିଆ ଗ୍ରାମର ମିନତୀ ମହାକୁଡ। ସେ ତାଙ୍କ ଦେଢ ବର୍ଷ ପୁଅ ସହ ରାତିରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଛି।

ଅନ୍ୟ ଏକ ଘଟଣାରେ କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ସର୍ଗିଗୁଡ଼ାରେ ସାପକାମୁଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।

Snake Bite Healthy Environment Rescued From Snake