Advertisment

କିସମିସ୍ ପାଣି ପିଇଲେ ହ୍ରାସପାଏ ଓଜନ?

କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି, ଜାଣନ୍ତୁ...

Raisin Water

Raisin Water

Advertisment

ବର୍ତ୍ତମାନ ସମୟରେ ଡ୍ରାଏ ଫ୍ରୁଟ୍ସର ଚାହିଦା ଅନେକ। ବିଭିନ୍ନ ଡ୍ରାଏ ଫ୍ରୁଟ୍ସକୁ ଭିଜାଇ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଏହି ସବୁ ଡ୍ରାଏ ଫ୍ରୁଟ୍ସ ମଧ୍ୟରୁ କିସମିସ୍ ଅନ୍ୟତମ। ଏଥିରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥାଏ। କିସମିସ୍ ପାଣି ପିଇବା ଦ୍ୱାରା ମଧ୍ୟ ଅନେକ ଉପକାରିତା ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

Advertisment

ବାସ୍ତବରେ କିସମିସ ପାଣିରେ ଉପକାରୀ ଗୁଣ ରହିଛି, କିନ୍ତୁ ବେଳେବେଳେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି, ଜାଣନ୍ତୁ... 

କିସମିସ୍ ପାଣିର ଉପକାରିତା 

  • ଓଜନ ହ୍ରାସ କରିବାରେ ସହାୟକ ହୁଏ: କିସମିସ୍ ପାଣିରେ କମ୍ ପରିମାଣର ପ୍ରାକୃତିକ ଶର୍କରା ରହିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
  • ଅନ୍ତନଳୀକୁ ସଫା ରଖେ: କିସମିସରେ ଫାଇବର ଥାଏ, ଯାହା ଅନ୍ତନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
  • ଶରୀରକୁ ଶକ୍ତି ଯୋଗାଏ: କିସମିସରେ ଥିବା ପ୍ରାକୃତିକ ଶର୍କରା ଶରୀରକୁ ଶକ୍ତି ଯୋଗାଇଥାଏ। ଏହି ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଦୁର୍ବଳତା ଦୂର ହୋଇଥାଏ। 
Advertisment

କିସମିସ୍ ପାଣିର ଅପକାରିତା

  • ଅତ୍ୟଧିକ କ୍ୟାଲୋରୀ: କିସମିସରେ ଶର୍କରା ସହିତ ଅଧିକ ପରିମାଣର କ୍ୟାଲୋରୀ ଥାଏ। ତେଣୁ ଆବଶ୍ୟକତାଠାରୁ ଅଧିକ କିସମିସ୍ ପାଣି ପିଇଲେ କ୍ୟାଲୋରୀ ସ୍ତର ବୃଦ୍ଧି ପାଇପାରେ। ଯାହା ଫଳରେ ମେଦବହୁଳତା ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ। 
  • ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ: କିସମିସ୍ ପାଣିରେ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ପରିଚାଳନା କରିବା କଷ୍ଟକର ହୋଇପାରେ। ତେଣୁ ମଧୁମେହ ରୋଗୀ କିସମିସ୍ ପାଣି ପିଇବାରେ ସତର୍କତା ଅବଲମ୍ବନ କରିବା ଉଚିତ୍।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Tips Dry Fruits Weight Loss Raisin Raisin Benefits
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe