Advertisment

ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ

ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...

author-image
Debibandita Barick
Diabetes Test Kit

Diabetes Test Kit

ମଧୁମେହ ଧୀରେ ଧୀରେ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଦିନକୁ ଦିନ ସମଗ୍ର ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିଚାଲିଛି। ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟପେୟରେ ଅନିୟମିତତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ। ତେଣୁ ମଧୁମେହର ନିରାକରଣ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ନଭେମ୍ବର ୧୪କୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ କରାଯାଉଛି।

Advertisment

ଏହି ଦିବସ ଅବସରରେ ମଧୁମେହ ବାବଦରେ ଅନେକ ସଚେତନତା ସୃଷ୍ଟି କରାଯାଏ। ସବୁଠୁ ବଡ଼ କଥା ହେଉଛି, ଥରେ ମଧୁମେହ ହେବା ପରେ ଏହାର ସମ୍ପୂର୍ଣ୍ଣ ନିରାକରଣ କଷ୍ଟକର ହୋଇଯାଏ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ସଜାଗ ରହିବାର ଆବଶ୍ୟକତା ରହିଛି। ଏଥିପାଇଁ ରୋଗର କେତେକ ଲକ୍ଷଣ ବାବଦରେ ଜାଣିରଖିବା ଉଚିତ୍। ମଧୁମେହ ହେଲେ କେଉଁ ସବୁ ପ୍ରାରମ୍ଭିକ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...

ଶକ୍ତିର ଅଭାବ- ଯଦି ଦୁର୍ବଳ କିମ୍ବା କ୍ଲାନ୍ତ ଅନୁଭବ କରୁଛନ୍ତି, ଶରୀରରୁ ଶକ୍ତି ହ୍ରାସ ପାଇଯିବା ଭଳି ଅନୁଭୂତ ହେଉଛି, ତେବେ ଏହା ମଧୁମେହର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଏପରି ଲକ୍ଷଣ ଦେଖାଗଲେ, ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ କରନ୍ତୁ। 

Advertisment

ଅତ୍ୟଧିକ ତୃଷା- ଅତ୍ୟଧିକ ଶୋଷ କିମ୍ବା ଅତ୍ୟଧିକ ଭୋକ ଲାଗିବା ମଧୁମେହର ଲକ୍ଷଣ ହୋଇପାରେ। ଏହା ବ୍ୟତୀତ, ଯଦି ବାରମ୍ବାର ପରିସ୍ରା ଲାଗୁଥାଏ, ତେବେ ମଧୁମେହ ଗ୍ରାସ କରିପାରିଥାଏ। ଏହି ଲକ୍ଷଣକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ।

କ୍ଷତ ଆରୋଗ୍ୟ ହେବାରେ ବିଳମ୍ବ- ଯଦି କୌଣସି କ୍ଷତ କିମ୍ବା ଘା' ଶୁଖିବାରେ ବିଳମ୍ବ ହେଉଛି, ତେବେ ଏହା ମଧୁମେହର ସଙ୍କେତ ହୋଇପାରେ। ମଧୁମେହ ହେବା ଦ୍ୱାରା ସହଜରେ କୌଣସି ରୋଗ ଭଲ ହୋଇନଥାଏ। ଏପରି ଲକ୍ଷଣ ଦେଖାଦେଲେ, ସାବଧାନତା ଅବଲମ୍ବନ କରନ୍ତୁ। 

ଅସ୍ପଷ୍ଟ ଦୃଷ୍ଟି- ମଧୁମେହ କାରଣରୁ ଆଖି ଉପରେ ପ୍ରଭାବ ପଡ଼ିପାରେ। ଯଦି ଅସ୍ପଷ୍ଟ ଦେଖା ଯାଉଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ମଧୁମେହ ପରୀକ୍ଷା କରାଇ ନିଅନ୍ତୁ। 

ଓଜନ ହ୍ରାସ- ହଠାତ୍ ଓଜନ ହ୍ରାସ ମଧ୍ୟ ଏକ ବିପଦ ସଙ୍କେତ ହୋଇପାରେ। ଶାରୀରର ଓଜନ ହଠାକ୍ କମିଗଲେ ମଧୁମେହ ପରୀକ୍ଷା କରାଇ ନିଅନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Diabetes Diabetes Symptoms Diabetes Health Tips