Advertisment

ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।

Sweet

Sweet

Advertisment

ରାତ୍ର ଭୋଜନ କରିବା ପରେ କିଛି ଲୋକ ମିଠା ଖାଇବାକୁ ଭଲ ପାଇଥାନ୍ତି। ଚକୋଲେଟ ହେଉବା ଯେକୌଣସି ମିଠା ଖାଇଥାନ୍ତି। ଏହା ସେମାନଙ୍କର ନିତିଦିନିଆ ଅଭ୍ୟାସ ହୋଇଥାଏ। ଯଦି ଏପରି କରୁଛନ୍ତି ତାହାହେଲେ ସାବଧାନ ହୋଇଯାଆନ୍ତୁ। ରାତ୍ର ଭୋଜନ କରିବା ପରେ ମିଠା ଖାଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ଆସନ୍ତୁ ଜାଣିବା ସେ ବିଷୟରେ ।

Advertisment

ଓଜନ ବୃଦ୍ଧି ହୋଇଥାଏ;

ଏକ୍ଯପୋର୍ଟଙ୍କ କହିବା ଅନୁସାରେ ରାତ୍ର ଭୋଜନ କରିବା ପରେ ମିଠା ଖାଇବା ଦ୍ୱାରା ଆମ ଶରୀରରେ ହଠାତ୍ ବ୍ଲଡ ସୁଗାର ଲେବୁଲ ବଢ଼ିଯାଇଥାଏ । କିଛି ସମୟ ପରେ ପୁଣି ବ୍ଲଡ ସୁଗାର ଲେବୁଲ କମିଯାଇଥାଏ। ବ୍ଲଡ ସୁଗାର ହଠାତ୍ ବଢ଼ିବା ଓ କମିବା ଦ୍ୱାରା ରାତିରେ ଆମକୁ ଠିକ୍‌ରେ ନିଦ ହୋଇନଥାଏ। ଫଳରେ ସକାଳେ ହାଲିଆ ଲାଗିଥାଏ। ଗବେଷଣାରୁ  ଜଣାପଡିଛି ଯେ ବିଳମ୍ବିତ ରାତିରେ ମିଠା ଖାଇବା ଦ୍ୱାରା ଇନସୁଲିନ୍ ସେନସିବିଲଟି କମିଯାଇଥାଏ। ଯାହା ଆମ ଶରୀର ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ। ରାତିରେ ଅଧିକ ମିଠା ଖାଇବା ଦ୍ୱାରା ଶରୀର ଓଜନ ଶୀଘ୍ର ବୃଦ୍ଧି ପାଇଥାଏ।

ଠିକ୍‌ରେ ନିଦ ହୋଇନଥାଏ;

ରାତ୍ର ଭୋଜନ କରିବା ପରେ ମିଠା ଖାଇବା ଦ୍ୱାରା କିଛି ଲୋକଙ୍କୁ ନିଦ ଠିକ୍‌ରେ ହୋଇନଥାଏ। କାହିଁକିନା ଚିନି ମେଲାଟୋନିନକୁ ନିୟନ୍ତ୍ରଣ କରେ, ଯାହା ନିଦକୁ ନିୟନ୍ତ୍ରଣ କରିଥାଏ। ରାତିରେ ମିଠା ଖାଇଲେ କୋଲେଷ୍ଟ୍ରୋଲ ବୃଦ୍ଧି ହୋଇଥାଏ। ଫଳରେ ନିଦ ଠିକ୍‌ରେ ହୋଇନଥାଏ। ମିଠା ଜାତୀୟ ଜିନିଷରେ କାବ୍ରୋହାଇଡ୍ରେଡ୍ ମଧ୍ୟ ଅଧିକ ରହିଥାଏ ।

Advertisment

ବ୍ଲଡ୍ ସୁଗାର ଲେବୁଲ ବଢ଼ିଯାଇଥାଏ;

ମଧୁମେହ ରୋଗୀମାନେ ରାତିରେ ଖାଦ୍ୟ ଖାଇବା ପରେ ମିଠା ଖାଇବା ଉଚିତ ନୁହେଁ। ଏହା ସେମାନଙ୍କ ଶରୀର ପାଇଁ ହାନିକାରକ। ରାତିରେ ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ । ଏକ୍ସପୋର୍ଟଙ୍କ ଅନୁସାରେ ରାତିରେ ମିଠା ଖାଇବା ଦ୍ୱାରା ବ୍ଲଡ ସୁଗାର ବଢ଼ିଯାଇଥାଏ । ଫଳରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ମଧ୍ୟ ରହିଛି।

Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe