ରାଜ୍ୟତମାମ୍ ସମାନ ଡିଜାଇନରେ ହେବ କମ୍ୟୁନିଟି ସେଂଟର: ୬ ଲକ୍ଷ ଟଙ୍କା ବ୍ୟୟବରାଦ, ଛାତଘର ପରିବର୍ତ୍ତେ ଜିଆଇ ସିଟ୍ ଘର

ରାଜ୍ୟ ପଂଚାୟତିରାଜ ବିଭାଗ ଏକ ସଂଶୋଧିତ ଗାଇଡଲାଇନ୍ ଓ ଡିଜାଇନ୍ ପଠାଇ ଏହି ଯୋଜନାରେ ରାଜ୍ୟତମାମ ସମାନ ଡିଜାଇନରେ କମ୍ୟୁନିଟି ସେଂଟର ନିର୍ମାଣ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

Community Centre

Representative image

Ordigital Desk
  • Published: Tuesday, 25 July 2023
  • Updated: 25 July 2023, 10:41 PM IST

Sports

Latest News

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଂଚଳ ଭୋଟରଙ୍କୁ ବିଭିନ୍ନ ଉପାୟରେ ନିଜ ଆଡ଼କୁ ଆକୃଷ୍ଟ କରିବାର କୌଣସି ସୁଯୋଗକୁ କ୍ଷମତାସୀନ ବିଜେଡି ସରକାର ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପୁଣି ଏକ ସଂଶୋଧିତ ଗାଇଡଲାଇନ୍ ଜାରି କରି ରାଜ୍ୟତମାମ ଗୋଟିଏ ଡିଜାଇନରେ କମ୍ୟୁନିଟି ସେଂଟର ବା ମାଇକ୍ରୋ ଆକ୍ଟିଭିଟି ସେଂଟର ନିର୍ମାଣ କରିବାକୁ ରାଜ୍ୟ ପଂଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଛି । ତେବେ ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏସବୁ ଘରର ଉପର ଛାତ ପରିବର୍ତ୍ତେ ‘ଜିସିଆଇ ସିଟ୍‌’ ରହିବ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଥିବାବେଳେ ଏତେ ଟଙ୍କା ଖର୍ଚ୍ଚ କରି ସରକାର କାହିଁକି ଛାତଘର ପରିବର୍ତ୍ତେ ଜିସିଆଇ ସିଟ୍ ପକାଇ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ଭବତଃ ବିଜେଡି କର୍ମୀମାନଙ୍କୁ ଏସବୁ ପ୍ରକଳ୍ପର କାର୍ଯ୍ୟାଦେଶ ଦେଇ ତୁଷ୍ଟୀକରଣ ନିମନ୍ତେ ଏପରି ପ୍ରୟାସ ହୋଇଥିବା ସନ୍ଦେହ କରାଯାଉଛି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଏକ ସରକାରୀ ଯୋଜନା ହୋଇଥିଲେ ମଧ୍ୟ ଏହାର ପ୍ରକଳ୍ପ ଚୂଡ଼ାନ୍ତ କରିବା କାର୍ଯ୍ୟରେ ଏବେ ଗାଁ ଗହଳିରେ ବିଜେଡି ନେତାମାନେ ଅଧିକ ସକ୍ରିୟ ରହିଥିବା ଜଣାପଡ଼ିଛି । ଦଳୀୟସ୍ତରରେ ବୈଠକ କରି ବିଜେଡି କର୍ମୀ ଓ ନେତାମାନେ ଏହି ଯୋଜନାର ପ୍ରକଳ୍ପ ଚୟନ କରୁଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ରାଜ୍ୟ ପଂଚାୟତିରାଜ ବିଭାଗ ଏକ ସଂଶୋଧିତ ଗାଇଡଲାଇନ୍ ଓ ଡିଜାଇନ୍ ପଠାଇ ଏହି ଯୋଜନାରେ ରାଜ୍ୟତମାମ ସମାନ ଡିଜାଇନରେ କମ୍ୟୁନିଟି ସେଂଟର ନିର୍ମାଣ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାଇକ୍ରୋ ଆକ୍ଟିଭିଟି ସେଂଟର ନିର୍ମାଣର ଆବଶ୍ୟକତା ଥିଲେ ତଦାନୁସାରେ ସରକାରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଇବାକୁ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ରାଜ୍ୟ ପଂଚାୟତିରାଜ ବିଭାଗର ନିର୍ଦ୍ଦେଶକ(ସ୍ୱତନ୍ତ୍ର ପ୍ରକଳ୍ପ) ଅରିନ୍ଦମ ଡାକୁଆ ନିର୍ଦ୍ଦେଶ ଦେଇଛନ୍ତି ।

Also Read

ସେ କହିଛନ୍ତି ଯେ, ଜନବସତି ପାଖରେ ଏହି ଆକ୍ଟିଭିଟି ସେଂଟର ନିର୍ମାଣ ହେବ, ଯେଉଁଥିରେ ମୋଟ ୬ଲକ୍ଷ ଟଙ୍କା ଖର୍ଚ୍ଚ ହେବ ତଥା ଏହାର ସ୍ୱତନ୍ତ୍ର ଡିଜାଇନ୍ ମଧ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି । ଏହି ଗୋଷ୍ଠୀ କେନ୍ଦ୍ରର ଡିଜାଇନ୍ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ଘର ମଧ୍ୟକୁ ମୁକ୍ତ ବାୟୁ ଓ ଆଲୋକ ଚଳାଚଳ କରିବାରେ ସହାୟକ ହେବ । ଏହି କେନ୍ଦ୍ରଟି ଲୋକ ବସବାସ କରୁଥିବା ବସ୍ତି ମଧ୍ୟରେ ଅବା ଅତି ନିକଟରେ ରହିବ । ଯାହାର ସର୍ବନିମ୍ନ ସାଇଜ୍ ପ୍ରସ୍ଥ ୫ମିଟର ଓ ଦୈର୍ଘ୍ୟ ୧୩ ମିଟର ଅବା ସର୍ବାଧିକ ପ୍ରସ୍ଥ ୧୦ମିଟର ଓ ଦୈର୍ଘ୍ୟ ୧୫ମିଟର ମଧ୍ୟରେ ରହିବ । ଏହି କମ୍ୟୁନିଟି ସେଂଟରର ଉଚ୍ଚତା କେତେ ରହିବ, କେଉଁ ପର୍ଯ୍ୟାୟରେ କେତେ ଅର୍ଥ ବ୍ୟୟ ହେବ, ତା’ର ଏକ ବିସ୍ତୃତ ହିସାବ ମଧ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶା ପ୍ରତିବର୍ଷ ପ୍ରାୟତଃ ବାତ୍ୟାର ସମ୍ମୁଖୀନ ହେଉଥିବାବେଳେ ଏଭଳି ଅସ୍ଥାୟୀ ଜିଆଇ ସିଟ୍ ପକାଇ ଘର ନିର୍ମାଣ କରିବା ପାଇଁ ସରକାର କାହିଁକି ଏତେ ଅର୍ଥ ବ୍ୟୟ କରୁଛନ୍ତି । ଏହି ଘର ନିର୍ମାଣ ପାଇଁ ୬ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ ମଧ୍ୟ କାହିଁକି ଉକ୍ତ ଘରକୁ  ‘ଛାତଘର’ କରୁନାହାନ୍ତି । ଏଭଳି ଉଦ୍ଭଟ ଚିନ୍ତାଧାରା ପଛରେ ସରକାରଙ୍କ କ’ଣ ଉଦ୍ଦେଶ୍ୟ ରହିଛି? ଗାଁ ଗହଳିରେ ଛାତଘର(କମ୍ୟୁନିଟି ସେଂଟର)ଟିଏ ରହିଲେ ତାହା ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସମୟରେ କାମରେ ଆସିପାରନ୍ତା । କିନ୍ତୁ ଜିଆଇ ସିଟ୍ ପକାଇ କେବଳ ରାଜକୋଷ ଅର୍ଥକୁ ହରିଲୁଟ୍ ପାଇଁ ଏବେଠୁ ଷଡ଼ଯନ୍ତ୍ର ଚାଲିଥିବା ସାଧାରଣରେ ଚର୍ଚ୍ଚା ।

ଉଲ୍ଲେଖଯୋଗ୍ୟ, ଏପଟେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ମୋଟ ୪ହଜାର କୋଟି ଟଙ୍କା ବ୍ୟୟବରାଦ କରିବା ସହ ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦେବାକୁ ଘୋଷଣା କରିବା ପରେ ଗାଁ ଗହଳିରେ ରାଜନୀତି ଜୋର ଧରିଛି । ବିଜେଡି ନିଜର ନେତାମାନଙ୍କୁ ଏହି ଯୋଜନାର ପ୍ରକଳ୍ପ ଚୂଡ଼ାନ୍ତ କରିବା ପାଇଁ ଦାୟିତ୍ୱ ଦେଇଥିବାରୁ ସରକାରୀସ୍ତରରେ ନିର୍ବାଚିତ ଲୋକପ୍ରତିନିଧିମାନେ ନିଜକୁ ଅସହାୟ ମନେ କରୁଛନ୍ତି । ଯୋଜନାର ପ୍ରକଳ୍ପ ଚୂଡ଼ାନ୍ତକୁ ନେଇ ବିଭିନ୍ନ ଅଂଚଳରେ ବିବାଦ ଲାଗି ରହିଥିବାରୁ ସେସବୁ ଅଂଚଳରେ ଏହାର କାର୍ଯ୍ୟକାରିତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story