Advertisment

ଆଖି ଧରିଥିଲେ ଏଥିରୁ ଦୂରେଇ ରୁହନ୍ତୁ

କିଛି ଦିନ ହେବ ବ୍ୟାପୁଛି କଞ୍ଜୁକ୍ଟିଭାଇଟିସ୍, ଯାହାକୁ 'ଆଖି ଫ୍ଲୁ' ବା ଶୁଦ୍ଧ ଭାଷାରେ ଆଖିଧରା ବୋଲି କୁହାଯାଉଛି। ଏହି ରୋଗ ହୋଇଥିଲେ କଣ କରିବେ ନାହିଁ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Conjunctivitis Patient

Conjunctivitis Patient

Advertisment

ବର୍ଷା ଋତୁ ସାଙ୍ଗରେ ଅନେକ ରୋଗ ନେଇ ଆସିଥାଏ। ଏଥର ବହୁ ଲୋକ  ‘କଞ୍ଜୁକ୍ଟିଭାଇଟିସ୍’ ବା 'ଆଖି ଫ୍ଲୁ' ବା ଶୁଦ୍ଧ ଭାଷାରେ ‘ଆଖିଧରା’ ରୋଗରେ ପଡ଼ିଛନ୍ତି। କଞ୍ଜୁକ୍ଟିଭାଇଟିସରେ, ଆଖିର ଧଳା ଅଂଶ ସଂପୂର୍ଣ୍ଣ ଲାଲ ହୋଇଯାଏ ଏବଂ ଆଖିରେ ଫୁଲା ଦେଖାଯାଏ। ଅନବରତ ପାଣି ମଧ୍ୟ ବାହାରିଥାଏ। ଏହି ରୋଗ ବିପଜ୍ଜନକ ନ ହେଲେ ମଧ୍ୟ ବେଳେ ବେଳେ ଘାତକ ସାଜିପାରେ। କାରଣ ଶୀଘ୍ର ଉପଶମ ହୋଇଯିବା କିମ୍ବା ରୋଗ ସମୟରେ ଆରାମ ପାଇଁ କିଛି ଲୋକ ଅନେକ ଉପାୟ ଆପଣାଇଥାନ୍ତି। ସେଥି ମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆଖିଧରା ସମୟରେ ଆଦୌ କରିବା ଉଚିତ୍ ନୁହେଁ।

Advertisment

କଣ୍ଟାକ୍ଟ ଲେନ୍ସ: ଯଦି ଆପଣଙ୍କର କଞ୍ଜୁକ୍ଟିଭାଇଟିସ୍ ଅର୍ଥାତ୍ ଆଖିଧରା ରୋଗ ହୋଇଛି, ତେବେ ଏହି ସମୟରେ କଣ୍ଟାକ୍ଟ ଲେନ୍ସ ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ। କାରଣ ଏହା ଆଖିରେ ଗମ୍ଭୀର ସଂକ୍ରମଣ ବିସ୍ତାର କରିପାରେ ଏବଂ ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଇପାରେ।

ଷ୍ଟେରଏଡ ଡ୍ରପ: ଆଖି ଫ୍ଲୁରେ ପୀଡିତ ଅନେକ ରୋଗୀ ଡାକ୍ତରଙ୍କ ପରାମର୍ଶ ନକରି ଆଖିରେ ଷ୍ଟେରଏଡ ଡ୍ରପ କିମ୍ବା କୌଣସି ଔଷଧ ଲଗାନ୍ତି, ଯେଉଁଥିପାଇଁ ସେମାନଙ୍କର ଯନ୍ତ୍ରଣା ଆହୁରି ବଢିଥାଏ। ଷ୍ଟେରଏଡ ଡ୍ରପ କିମ୍ବା ଅନ୍ୟ କୌଣସି ଔଷଧ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Advertisment

ଆଣ୍ଟିବାୟୋଟିକ୍ ଡ୍ରପ୍: ଯଦି ଆଣ୍ଟିବାୟୋଟିକ୍ ଡ୍ରପ୍ ବ୍ୟବହାର କରନ୍ତି। ଭାବୁଛନ୍ତି କି ଏହା ଶୀଘ୍ର ଆଖି ଫ୍ଲୁକୁ ଭଲ କରିବ ବୋଲି, ତେବେ ଏପରି ଆଦୌ ହୁଏ ନାହିଁ। ଆଖିରେ କୌଣସି ପ୍ରକାର ବି ଔଷଧ ବ୍ୟବହାର ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ଅନୁମତି ନିଅନ୍ତୁ।

ଭାଇରାଲ୍ ଟିପ୍ସ: ଆଖି ଫ୍ଲୁ ସମ୍ବନ୍ଧରେ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଟିପ୍ସ ଦିଆଯାଉଛି। କିଛି ଲୋକ ଅଛନ୍ତି ଯେଉଁମାନେ କିଛି ଚିନ୍ତା ନକରି ଏହାକୁ ଗ୍ରହଣ କରନ୍ତି। ଏପରି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। 

Health News Health Tips Eye Flu Eyesight Conjunctivitis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe