Advertisment

ମାଲକାନଗିରିକୁ ମାଡ଼ିଲାଣି ଡିପଥେରିଆ, ଆକ୍ରାନ୍ତ ହେଲେ ଛାତ୍ର

ମାଲକାନଗିରି ଜିଲ୍ଲାରେ ପ୍ରଥମ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଜଣକ ଚତୁର୍ଥ ଶ୍ରେଣୀ ଛାତ୍ର ବୋଲି ଜଣାଯାଇଛି।

Health Team In School

Health Team In School

Advertisment

ମାଲକାନଗିରିକୁ ମାଡ଼ିଲାଣି ଡିପଥେରିଆ । ପୂର୍ବରୁ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଏହି ରୋଗ ମାଡ଼ି ସାରିଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାରେ କାୟା ବିସ୍ତାର କରିଛି ଏହି ରୋଗ। ମାଲକାନଗିରି ଜିଲ୍ଲାରେ ପ୍ରଥମ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଜଣକ ଚତୁର୍ଥ ଶ୍ରେଣୀ ଛାତ୍ର ବୋଲି ଜଣାଯାଇଛି।

Advertisment

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ଆବାସିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନାମ ଶିବ ମାଡକାମୀ।

କିଛି ଦିନ ପୂର୍ବେ ଶିବଙ୍କୁ ପ୍ରଥମେ ଜ୍ୱର ହେବାରୁ ସେ ଗୁରୁତର ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ମାଲକାନଗିରି ମେଡିକାଲରେ ଚିକିତ୍ସା ପରେ କୋରାପୁଟ ବଡ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। କୋରାପୁଟରେ ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବାରୁ ସେ ଡିପଥେରିଆରେ ଚିହ୍ନଟ ହୋଇଥିବା ଜଣାଯାଇଛି।

Advertisment

ଏହି ଘଟଣା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ମେଡିକାଲ ଟିମ୍‌ ଚିତ୍ରାଙ୍ଗପାଲୀ ଆବାସିକ ବିଦ୍ୟାଳୟରେ ପହଞ୍ଚିଥିଲା। ଟିମ୍‌ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ୬ ଜଣଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଛି। ସେମାନଙ୍କୁ ଅବଜରଭେସନରେ ରଖାଯାଇଛି।

ଆଜି ସରକାରଙ୍କ ନିର୍ଦେଶକ୍ରମେ ପରିବାର କଲ୍ୟାଣ ନିର୍ଦେଶାଳୟ ଏକ ଇମ୍ୟୁନାଇଜେସନ ବିଶେଷଜ୍ଞ ଟିମ୍‌ ମାଲକାନଗିରି ଓ କୋରାପୁଟ ମେଡିକାଲ କଲେଜରେ ପହଞ୍ଚିବେ। ସେମାନେ ପହଞ୍ଚି ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରିବ।

ପୂର୍ବରୁ ରାୟଗଡ଼ା,କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଏହି ରୋଗ ମାଡ଼ି ଗଲାଣି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ  ସ୍ୱାସ୍ଥ୍ୟ ବିଭାଗ ପ୪ରୁ ବୁଷ୍ଟର ଡୋଜ୍ ଟିକାକରଣ କରାଯାଇଛି। 

ତେବେ ଡିପଥେରିଆକୁ ନେଇ ଲୋକେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆଣ୍ଟିବାୟୋଟିକ୍ ଦ୍ୱାରା ଏହାକୁ ମୂଳପୋଛ କରାଯାଇପାରିବ।  ଏହା ବାୟୁ ଦ୍ୱାରା ମଣିଷଠାରୁ ମଣିଷକୁ ସଂକ୍ରମିତ ହେଉଥିବାରୁ ସଂକ୍ରମିତ ଅଞ୍ଚଳର ଲୋକେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ଅନୁପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Malkangiri Diphtheria
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe