Advertisment

ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ଅଳସୀ ମଞ୍ଜି

ଅଳସୀ ମଞ୍ଜି ଖାଇବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ଏବଂ ଏହାକୁ କିପରି ଖାଇବା, ଜାଣନ୍ତୁ...

author-image
Debibandita Barick
Flax seeds, flower & oil

Flax seeds, flower & oil

ପ୍ରକୃତିରୁ ମିଳୁଥିବା କେତେକ ଫୁଲର ମଞ୍ଜି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ସେଥିମଧ୍ୟରୁ ଅଳସୀ ମଞ୍ଜି ଅନ୍ୟତମ। ଅଳସୀ ମଞ୍ଜିରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ। ତେଣୁ ଆଜିର ଆଲେଖ୍ୟରେ ଜାଣନ୍ତୁ ଅଳସୀ ମଞ୍ଜି ଖାଇବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ଏବଂ ଏହାକୁ କିପରି ଖାଇବା...

Advertisment

ୟୁରିକ୍ ଏସିଡ୍
ମଣିଷ ଶରୀରରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ୟୁରିକ୍ ଏସିଡ୍ ବୃଦ୍ଧି ଅନ୍ୟତମ। ଏହି କାରଣରୁ ଗଣ୍ଠି ଯନ୍ତ୍ରଣା ସହ ଆଙ୍ଗୁଠି ଫୁଲିଯାଇ ଅତ୍ୟଧିତ ଯନ୍ତ୍ରଣା ହୁଏ। ଏପରି କ୍ଷେତ୍ରରେ ଅଳସୀ ମଞ୍ଜି ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ନିୟନ୍ତ୍ରିତ ରହିଥାଏ।

ଅଳସୀ ମଞ୍ଜି ୟୁରିକ୍ ଏସିଡକୁ କିପରି ନିୟନ୍ତ୍ରିତ କରେ
ଅଳସୀ ମଞ୍ଜିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଏବଂ ଅନେକ ଜରୁରୀ ପୋଷକ ତତ୍ତ୍ୱ ଥାଏ। ଏହି ପୋଷକ ତତ୍ତ୍ୱ ଶରୀରରେ ବୃଦ୍ଧି ହୋଇଥିବା ୟୁରିକ୍ ଏସିଡକୁ ନିୟନ୍ତ୍ରଣ କରିବା ପାଇଁ କାମ କରନ୍ତି। ଅଳସୀ ମଞ୍ଜି ତେଲରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଥାଏ, ଏହା ୟୁରିକ୍ ଏସିଡ୍ ବୃଦ୍ଧି କାରଣରୁ ହେଉଥିବା ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିପାରେ।

Advertisment

ଅଳସୀ ମଞ୍ଜିର ଅନ୍ୟାନ୍ୟ ଉପକାରିତା
ଓଜନ ହ୍ରାସରେ ଅଳସୀ ମଞ୍ଜିର ମୁଖ୍ୟ ଭୂମିକା ରହିଛି। କାରଣ ଅଳସୀ ମଞ୍ଜି ଖାଇବା ଦ୍ୱାରା ବାରମ୍ବାର ଭୋକ ଲାଗିନଥାଏ। ଏଥିରେ ଥିବା ପ୍ରଚୁର ପରିମାଣର ଫାଇବର ଏବଂ ପ୍ରୋଟିନ ଭୋକକୁ ନିୟନ୍ତ୍ରଣରେ ରଖିଥାଏ। ଅଳସୀ ମଞ୍ଜିକୁ ଖାଇବା ଦ୍ୱାରା ମଧ୍ୟ ହଜମ ମନ୍ଥର ହୋଇଯାଏ। ଫଳରେ ବିଶେଷ ଭୋକ ଲାଗିନଥାଏ ଏବଂ ଓଜନ ନିୟନ୍ତ୍ରଣ ରହିଥାଏ। 

ଏହା ବ୍ୟତୀତ ଅଳସୀ ମଞ୍ଜିରେ ଓମେଗା ଫ୍ୟାଟି ଏସିଡ୍ ମଧ୍ୟ ଥାଏ। ଏହା ଧମନୀରେ ଜମା ହୋଇଥିବା କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ। କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଲେ ସ୍ୱତପ୍ରୋତଃ ଭାବେ ହୃଦୟ ସ୍ୱାସ୍ଥ୍ୟ ଭଲ ରହିଥାଏ।  

ଅଳସୀ ମଞ୍ଜିକୁ କିପରି ଖାଇବେ?
ପ୍ରତିଦିନ ମଧ୍ୟାହ୍ନ ଭୋଜନର ଅଧ ଘଣ୍ଟାଏ ପରେ ଗୋଟିଏ ଚାମଚ ଅଳସୀ ମଞ୍ଜି ଖାଇପାରିବେ। ଏହା ବ୍ୟତୀତ ରାତିରେ ଅଳସୀ ମଞ୍ଜିକୁ ଭିଜାଇ ସକାଳେ ଖାଲିପେଟରେ ଖାଇପାରିବେ। କିନ୍ତୁ ମନେ ରଖନ୍ତୁ, ମଧ୍ୟାହ୍ନ ଭୋଜନ ପରେ ଅଳସୀ ମଞ୍ଜି ସେବନ, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଗୋଟିଏ ଦିନରେ ଥରେ ଅଳସୀ ମଞ୍ଜି ଖାଇବା ଭଲ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Obesity Flax Seeds Flax Seeds Health Benefits High Uric Acid