Advertisment

ମଧୁମେହଠୁ ଓଜନ ନିୟନ୍ତ୍ରଣ କରେ ଅଳସୀ ମଞ୍ଜି

ଜାଣନ୍ତୁ କିପରି କରିବେ ବ୍ୟବହାର...

Flax Seeds

Flax Seeds

Advertisment

ବର୍ତ୍ତମାନ ସମୟରେ ମଧୁମେହ ଓ ଓଜନ ବୃଦ୍ଧି ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖାଯାଉଛି। ଏହି ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ମେଡିସିନ ଅପେକ୍ଷା ଜୀବନଶୈଳୀରେ ପରିବର୍ତ୍ତନ ଏବଂ କେତେକ ଖାଦ୍ୟ କଟକଣା ସର୍ବୋତ୍ତମ ବିକଳ୍ପ। ତେବେ ଆଜିର ଆଲେଖ୍ୟରେ ଆମେ ଏପରି ଏକ ଫୁଲର ମଞ୍ଜି ବାବଦରେ ଆଲୋଚନା କରିବା, ଯାହା ମଧୁମେହ ସମେତ ଓଜନକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରିବ...  

Advertisment

ଏହି ଫୁଲ ହେଉଛି ଅଳସୀ। ଅଳସୀ ଫୁଲର ମଞ୍ଜି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ। ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଅଧିକ ଫାଇବର କାରଣରୁ ଅଳସୀ ମଞ୍ଜିଗୁଡିକ କମ୍ ଗ୍ଲାଇସେମିକ୍ ଖାଦ୍ୟ ଭାବରେ ବିବେଚନା କରାଯାଏ। ଏହାର ଅର୍ଥ, ସେଗୁଡିକ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବ ନାହିଁ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ ରହିବ।

ଅଳସୀ ମଞ୍ଜି ମଧୁମେହ ରୋଗୀଙ୍କୁ ଥକ୍କାପଣରୁ ମଧ୍ୟ ମୁକ୍ତି ଦେଇଥାଏ। ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଅଳସୀ ମଞ୍ଜି କିପରି ପ୍ରଭାବଶାଳୀ, ଜାଣନ୍ତୁ...

Advertisment

ମଧୁମେହ ରୋଗୀମାନେ ଖାଦ୍ୟରେ ଅଳସୀ ମଞ୍ଜିକୁ କାଢା ଆକାରରେ ସାମିଲ କରିପାରିବେ। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଓଜନ, ରକ୍ତଚାପ, ଥାଇରଏଡ୍ ଏବଂ ପେଟ ସମ୍ବନ୍ଧୀୟ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଅଳସୀ ମଞ୍ଜି।

ଅଳସୀ ମଞ୍ଜି କାଢା ପ୍ରସ୍ତୁତ ପ୍ରଣାଳୀ
ପ୍ରଥମେ ଦୁଇ କପ୍ ପାଣିରେ ୨ ଚାମଚ ଅଳସୀ ମଞ୍ଜି ମିଶାନ୍ତୁ। ଏହା ପରେ ପ୍ୟାନରେ କିଛି ପାଣି ଗରମ କରି ସେଥିରେ ଭିଜା ହୋଇଥିବା ମଞ୍ଜି ପକାଇ କିଛି ସମୟ ଫୁଟାନ୍ତୁ। ଭଲ ଭାବେ ଫୁଟି ଯିବା ପରେ ଏହି ପାଣିକୁ ଛାଣି ପିଅନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Obesity Diabetes Health Tips Flax Seeds Flax Seeds Health Benefits
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe