Advertisment

ଖବରକାଗଜରେ ଖାଉଥିଲେ ସାବଧାନ, ହୋଇପାରେ ମାରାତ୍ମକ ରୋଗ

ଖାଦ୍ୟ ସାମଗ୍ରୀକୁ ଖବରକାଗଜରେ ଗୁଡାଇ ରଖିବା, ପରଷିବା କିମ୍ବା ସଂରକ୍ଷିତ ନ ରଖିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।

Food on Paper

Food on Paper

Advertisment

ଖବରକାଗଜରେ ପରଷା ଯାଉଥିବା ଖାଦ୍ୟ ଖାଉଥିଲେ ସାବଧାନ। କାରଣ ଖବରକାଗଜରେ ରହୁଥିବା ବିଷାକ୍ତ ପଦାର୍ଥ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରକ। ଖବରକାଗଜ ଛପା ହେଉଥିବା କାଳିରେ ସୀସା ସହ ଅନ୍ୟାନ୍ୟ ଧାତବ ପଦାର୍ଥ ରହୁଛି। ତେଣୁ ଖାଦ୍ୟ ସାମଗ୍ରୀକୁ ଖବରକାଗଜରେ ଗୁଡାଇ ରଖିବା, ପରଷିବା କିମ୍ବା ସଂରକ୍ଷିତ ନ ରଖିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।

Advertisment

ଖବରକାଗଜ ତିଆରି ହୋଇ ଲୋକମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପରିବେଶ ଦେଇ ଯାଇଥାଏ । ଏଥିଯୋଗୁଁ ସେଥିରେ ଜୀବାଣୁ , ଭୂତାଣୁ ଓ ଅନ୍ୟ ହାନିକାରକ ଉପାଦାନ ରହିଥାଏ । ଏହା ଖାଦ୍ୟ ସାମଗ୍ରୀରେ ମିଶିବାର ଆଶଙ୍କାରହିଛି । ଏଥିସହ ଖବରକାଗଜରେ ରହିଥିବା ଧାତବ ପଦାର୍ଥ ଖାଦ୍ୟରେ ମିଶିଲେ ବିଷାକ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସେହି ଖାଦ୍ୟକୁ ଖାଇଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବୋଲି FSSAI ସିଇଓ ଜି. କମଳାବର୍ଦ୍ଧନ ରାଓ ଚେତାଇ ଦେଇଛନ୍ତି।

ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଜୟନ୍ତ ପଣ୍ଡା କହିଛନ୍ତି, ଖାଦ୍ୟ ଠିକ୍‌ ଭାବେ ରଖା ନ ଗଲେ, ତାହା ଅନ୍ୟ ଜିନିଷ ସଂସ୍ପର୍ଶରେ ଆସିଥାଏ। ଫଳରେ ଏହାକୁ ଖାଇବା ଦ୍ୱାରା ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥାନ୍ତି। ପେଟ କାଟିଥାଏ, ବାନ୍ତି, ଜ୍ୱର ହୋଇଥାଏ। ବେଳେ ବେଳେ ବିଷକ୍ରିୟା ହୋଇ ଅବସ୍ଥା ଗୁରୁତର ହୋଇ ପଡ଼ିଥାଏ । ତେଣୁ କେବଳ ରାନ୍ଧିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ରାନ୍ଧି ସାରିବା ପରେ ଠିକ୍‌ ଭାବେ ଖାଦ୍ୟ ପଦାର୍ଥକୁ ରଖିବା ସହ ତାହାକୁ ପରଷିବା ବି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଛନ୍ତି ଡା. ପଣ୍ଡା।

Advertisment

ଏଥିସହ ସେ କହିଛନ୍ତି, ଖବରକାଗଜରେ ଖାଦ୍ୟ ଖାଇଲେ ତାହା କେବେବି ସ୍ୱାସ୍ଥ୍ୟକର ନୁହେଁ। ବିଭିନ୍ନ ଜୀବାଣୁ ଉକ୍ତ ପେପର ସଂସ୍ପର୍ଶରେ ଆସିଥାନ୍ତି। ଖବରକାଗଜ ଛପା ହେଉଥିବା କାଳିରେ ସୀସା ସହ ଅନ୍ୟାନ୍ୟ ଧାତବ ପଦାର୍ଥ ରହୁଛି। ତେଣୁ ତାହାକୁ ଲଗାତାର ଭାବେ ବ୍ୟବହାର କଲେ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ।

ଏଥିରେ ବ୍ୟବହାର ହେଉଥିବା କେମିକାଲ ସଂସ୍ପର୍ଶରେ ଆସିଲେ ଜଣ୍ଡିସଠୁ ଆରମ୍ଭ କରି କିଡନୀ ଫେଲ୍‌ ହୋଇପାରେ। ଲିଭର, ଫୁସଫୁସକୁ ବି ତାହା ଅକାମୀ କରିଦିଏ। ତେଣୁ ଭୋକ କମିଯିବା, ପେଟ ଫମ୍ପାଇବା, ପରିସ୍ରା ହଳଦିଆ ହେବା, ପରିସ୍ରା କମିଯିବା ପରି ସମସ୍ୟା ଦେଖା ଦେଇଥାଏ। ଏହା ବଦଳରେ ଜୀବାଣୁମୁକ୍ତ ଖାଦ୍ୟ ପ୍ଲେଟ ବ୍ୟବହାର କରାଯାଇପାରିବ ।

ଯେଉଁମାନେ ଲଗାତାର ଭାବେ ଏପରି ଭାବେ ପେପରରେ ଖାଦ୍ୟ ଖାଉଛନ୍ତି, ତାହା ଗୋଟିଏ ଦିନରେ ଜଣାପଡ଼ିବନି। ବର୍ଷ ବର୍ଷ ଧରି ଏପରି କଲେ ମାରାତ୍ମକ ସମସ୍ୟା ଦେଖାଦେଇଥାଏ ବୋଲି କହିଛନ୍ତି ଡା. ପଣ୍ଡା।

Healthy Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe