Advertisment

ଭଲ ହଜମ ହେଉନଥିଲେ ଆପଣାନ୍ତୁ ଏହି ସବୁ ଖାଦ୍ୟ

ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଅନେକ ଲୋକ ହଜମଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଯଦି ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ନାହିଁ, ତେବେ ସ୍ୱାସ୍ଥ୍ୟରେ ମଧ୍ୟ କୌଣସି ସମସ୍ୟା ଦେଖାଯିବାର ନାହିଁ। ମୋଟା ମୋଟି ଭାବେ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ଏକ ଭଲ ହଜମ ପ୍ରକ୍ରିୟା ବୋଲି ବିବେଚନା କରାଯାଏ। କିନ୍ତୁ ବର୍ତ୍ତମାନ ସମୟରେ ଏହା ଆଉ ଏକ ମୁଖ୍ୟ ସମସ୍ୟା ପାଲଟିଛି।

Advertisment

ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଅନେକ ଲୋକ ହଜମଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି, ତେବେ ଏଠାରେ କିଛି ଖାଦ୍ୟ ତାଲିକା ରହିଛି, ଯାହାକୁ ଖାଇବା ଦ୍ୱାରା ହଜମ ଭଲ ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରହିପାରିବ, କଣ ସେହି ସବୁ ଖାଦ୍ୟ ଜାଣନ୍ତୁ...  

ଅଦା- ପେଟକୁ ସୁସ୍ଥ ରଖିବା ପାଇଁ ଅଦା ବେଶ୍ ଲାଭଦାୟକ। ଅଦାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଭରପୂର ଥିବାରୁ ଏହା ପ୍ରଦାହ ଏବଂ ସଂକ୍ରମଣକୁ ଦୂରେଇ ରଖେ। ଅଦା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଓ ଅମ୍ଳତା ଭଳି ସମସ୍ୟା ମଧ୍ୟ ଦୂର ହୋଇଯାଏ ଏବଂ ହଜମ ଭଲ ରହିଥାଏ।

Advertisment

କିୱି- ଭିଟାମିନ୍-ସି ଭରପୂର ପରିମାଣରେ ଥାଏ କିୱିରେ। ଏଥିରେ ପ୍ରଚୁର ପରିମାଣର ଫାଇବର ମଧ୍ୟ ରହିଥାଏ, ଯାହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ। କିୱି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସୁସ୍ଥ ରହିଥାଏ।

ଦହି- ଭଲ ହଜମ ପାଇଁ ନିଶ୍ଚିତ ରୂପେ ଖାଦ୍ୟରେ ଦହି ଅନ୍ତର୍ଭୁକ୍ତ କରନ୍ତୁ। ଦହିରେ ପ୍ରୋବାୟୋଟିକ୍ ଗୁଣ ଅନ୍ତଃ ସ୍ୱାସ୍ଥ୍ୟକୁ ଭଲ ରଖେ। ଏହା ବ୍ୟତୀତ, ଦହି ଉତ୍ତମ ହଜମ ବଜାୟ ରଖିବାରେ ସାହାଯ୍ୟ କରେ।

ହଳଦୀ- ହଳଦୀ ଅନ୍ତଃ ଓ ବାହ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ଭାବେ ବିବେଚନା କରାଯାଏ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ପେଟକୁ ସୁସ୍ଥ ରଖେ। ହଳଦୀ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଉପାଦାନ। ଏହାକୁ ନିୟମିତ ଖାଇବା ଦ୍ୱାରା ପେଟରେ ବ୍ୟାକ୍ଟେରିଆ ଓ ଜୀବାଣୁ ନଷ୍ଟ ହୋଇଯାଏ, ଫଳରେ ଭଲ ହଜମ ହୋଇଥାଏ। 

ସେଓ- ଏଥିରେ ଉତ୍ତମ ପରିମାଣର ଦ୍ରବଣୀୟ ଫାଇବର ପେକ୍ଟିନ୍ ମିଳିଥାଏ। ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ, ବିଶେଷକରି କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Tips Foods For Digestion Stomach Problem