Advertisment

ଏସିଡିଟିରୁ ମୁକ୍ତି ଦିଏ ଏହି ସବୁ ପ୍ରାକୃତିକ ଉପାଦନ

ଘରୋଇ ଉପଚାର ମାଧ୍ୟମରେ କିପରି ଏସିଡିଟି ଦୂର କରିବେ ଜାଣନ୍ତୁ...

Representative Image

Representative Image

Advertisment

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ବିଭିନ୍ନ ପ୍ରକାର ରୋଗର କାରଣ ପାଲଟିଛି। ସେଥିମଧ୍ୟରୁ ଏସିଡିଟି ବା ଅମ୍ଳତା ଅନ୍ୟତମ। ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଖାଦ୍ୟ ସେବନରେ ଅନିୟମିତତା ଏସିଡିଟିର ମୁଖ୍ୟ କାରଣ। ଏସିଡିଟି ରୋଗୀଙ୍କୁ ଡାକ୍ତରମାନେ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଘରୋଇ ଉପଚାର ମାଧ୍ୟମରେ କିପରି ଏସିଡିଟି ଦୂର କରିବେ ଜାଣନ୍ତୁ... 

Advertisment

ଲାଉ ଏବଂ ତୁଳସୀ ସରବତ:ଅମ୍ଳତାରୁ ମୁକ୍ତି ପାଇବା ପାଇଁ ଲାଉ ଏବଂ ତୁଳସୀ ରସ ବେଶ୍ ଉପକାରୀ। ଏହାକୁ ଜୁସ୍ କରି ପିଇପାରିବେ।

ବେଲ ସରବତ: ହଜମ ପ୍ରକ୍ରିୟା ପାଇଁ ବେଲ ଏକ ସର୍ବଶ୍ରେଷ୍ଟ ଉପାଦାନ। ଏହା ଅମ୍ଳତାକୁ ବହୁ ପରିମାଣରେ ହ୍ରାସ କରିପାରେ। ଏସିଡିଟି ସମୟରେ ହେଉଥିବା ପେଟର ଜ୍ୱଳନକୁ ହ୍ରାସ କରିଥାଏ ବେଲ। ତେଣୁ ଏସିଡିଟିରୁ ମୁକ୍ତି ପାଇଁ ବେଲରେ ତିଆରି ସରବତ ଏବଂ ବେଲପତ୍ର ମଧ୍ୟ ଖାଇପାରିବେ।

Advertisment

ମେଥି ପାଣି: ଏସିଡିଟିରୁ ଆରାମ ଦେଇଥାଏ ମେଥି ପାଣି। ଏକ ଗ୍ଲାସ ପାଣିରେ ଅଧା ଚାମଚ ମେଥି ଭିଜାନ୍ତୁ। ସକାଳେ ଏହି ପାଣିକୁ ଫୁଟାନ୍ତୁ ଏବଂ ଏହାକୁ ଛାଣି ପିଅନ୍ତୁ। ଖାଲି ପେଟରେ ମେଥି ପାଣି ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ।

ଖାଦ୍ୟକୁ ଭଲ ଭାବରେ ଚୋବାନ୍ତୁ: ଗ୍ୟାସ୍ଟିକ ବା ଏସିଡିଟି ସମସ୍ୟାକୁ ଦୂର କରିବାର ପ୍ରଥମ ଉପାୟ ହେଉଛି, ଯାହା ଖାଉଛନ୍ତି ଭଲ ଭାବେ ଚୋବାଇ ଖାଆନ୍ତୁ। କାରଣ ଖାଦ୍ୟ ହଜମ ପ୍ରଥମେ ପାଟିରୁ ହିଁ ଆରମ୍ଭ ହୋଇଥାଏ। ଖାଦ୍ୟ ସଠିକ୍ ଭାବେ ଚର୍ବଣ ହେଲେ ଏସିଡିଟି ଅନେକାଂଶରେ ଦୂର ହୋଇପାରିବ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Diet Tips Acid Reflux Acidity
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe