Advertisment

ମୃତ୍ୟୁ ପରେ ୭ ଜଣଙ୍କୁ ନୂଆ ଜୀବନ ଦେଲେ

ଅଙ୍ଗ ଦାନ ନେଇ ପରିବାର ଲୋକଙ୍କ ନିଷ୍ପତ୍ତି ପରେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଷ୍ଟେଟ୍‌ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍(SOTT)ର ଅନୁମତି ନେଇଥିଲେ। ଅନୁମତି ମିଳିବା ପରେ ଆମ୍ରି ହସ୍ପିଟାଲରେ ତାଙ୍କର Liver, Lungs, Heart, Kidney ବାହାର କରାଯାଇଥିଲା।

Organ

Organ

Advertisment

ମରିବା ପରେ ଅମର ରହିଲେ। ନିଜେ ସିନା ସ୍ୱଳ୍ପ ଦିନ ଜିଇଁଲେ, ହେଲେ ଆଉ କାହାକୁ ଜୀବନ ଦେଇଗଲେ ବ୍ରହ୍ମପୁରର ଜଣେ ମହିଳା। ମୃତ୍ୟୁ ପରେ ସେ ନିଜର କିଡନୀ, ଲିଭର ଓ ଲଙ୍ଗସ୍‌ ଦାନ କରି ପ୍ରାୟ ୭ ଜଣଙ୍କ ଜୀବନ ବଞ୍ଚାଇ ଦେଲେ। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏପରି ଭଲ ଖବର।

Advertisment

ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁରର ୫୬ ବର୍ଷୀୟା ଜଣେ ମହିଳା ସ୍କୁଟିରେ ଯିବାବେଳେ ଦୁର୍ଘଟଣାରେ ତାଙ୍କର ବ୍ରେନ୍ ହାମ୍ରେଜ୍ ହୋଇଥିଲା। ଏହାପରେ ତାଙ୍କୁ AMRI ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨ ତାରିଖରେ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଥିଲା। ଡ଼ାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ ଆଉ ରିକଭରି କରାଯାଇ ପାରିନଥିଲା। ଏହାପରେ ପରିବାର ଲୋକେ ତାଙ୍କର ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ।

ଅଙ୍ଗ ଦାନ ନେଇ ପରିବାର ଲୋକଙ୍କ ନିଷ୍ପତ୍ତି ପରେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଷ୍ଟେଟ୍‌ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍(SOTT)ର ଅନୁମତି ନେଇଥିଲେ। ଅନୁମତି ମିଳିବା ପରେ ଆମ୍ରି ହସ୍ପିଟାଲରେ ତାଙ୍କର Liver, Lungs, Heart, Kidney ବାହାର କରାଯାଇଥିଲା। ଏସବୁ ଅଙ୍ଗକୁ ଚେନ୍ନାଇ ଏମ୍‌ଜିଏମ୍‌ ଓ ଆପୋଲୋ, କୋଲକାତାର ଆପୋଲୋ ହସ୍ପିଟାଲ, ସମ ଅଲ୍‌ଟିମେଟମ୍‌ ଓ SCB ମେଡିକାଲ କଲେଜରେ ଚିକିତ୍ସାଧୀନ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ ପଠାଯିବ। ଏହି ଅଙ୍ଗ ଦ୍ୱାରା ପ୍ରାୟ ୭ ଜଣ ରୋଗୀ ନୂଆ ଜୀବନ ପାଇବେ ବୋଲି ଆମ୍ରି ମେଡ଼ିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି।

Advertisment
Health Ganjam Organ Donation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe