Advertisment

ବର୍ଷା ଦିନେ ହାତ-ଗୋଡ଼ ଯନ୍ତ୍ରଣା ହେଉଥିଲେ ଆପଣାନ୍ତୁ ଏହି ସବୁ ଖାଦ୍ୟ

ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବରୁ ବର୍ଷା ଓ ଶୀତ ଦିନରେ ଗଣ୍ଠି ଯନ୍ତ୍ରଣା ସହ ହାତ-ଗୋଡ଼ ଯନ୍ତ୍ରଣା ହୋଇଥାଏ।

Vegetables

Vegetables

Advertisment

ବର୍ଷା ଓ ଶୀତ ଦିନରେ ହାତ ଏବଂ ଗୋଡ଼ରେ ଯନ୍ତ୍ରଣା ବଢି ଯାଇଥାଏ। କମ୍ ବୟସର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି। ଏହାର ମୁଖ୍ୟ କାରଣ ହେଉଛି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ। ଏହି ଦୁଇ ଉପାଦାନରୁ ଅଭାବରୁ ଗଣ୍ଠି ଯନ୍ତ୍ରଣ ସାଙ୍ଗକୁ ହାତ ଓ ଗୋଡ଼ରେ ଦରଜ ହୋଇଥାଏ। ତେବେ କେଉଁ ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟାକୁ ଦୂର କରିପାରିବେ, ଜାଣନ୍ତୁ... 

Advertisment

ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଭରପୂର ଖାଦ୍ୟ 
କ୍ଷୀର ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ- ଶରୀରକୁ ସୁସ୍ଥ ରଖିବା ପାଇଁ କ୍ଷୀର ସର୍ବୋତ୍ତମ। କ୍ଷୀରରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି ପ୍ରଚୁର ପରିମାଣରେ ମିଳିଥାଏ। ଗାଈ କ୍ଷୀରରେ ଭିଟାମିନ୍ ଡି ଭରପୂର ମାତ୍ରାରେ ଥାଏ। 

ଫଳ ଏବଂ କମଳା- କମଳାରୁ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ମିଳିଥାଏ। ଦୈନିକ ଗୋଟିଏ କିମ୍ବା ଦୁଇଟି କମଳା ଖାଇବା ଦ୍ୱାରା ହାତ ଗୋଡ ଯନ୍ତ୍ରଣା ଦୂର ହୋଇପାରିବ। ଏହା ବ୍ୟତୀତ ଅନ୍ୟାନ୍ୟ ଫଳ ଜୁସ୍ ମଧ୍ୟ ପିଇପାରିବେ।  

Advertisment

ସବୁଜ ପତ୍ରଯୁକ୍ତ ପନିପରିବା- ଫାଷ୍ଟ୍ ଫୁଡ୍ ଏବଂ ଅନ୍ୟାନ୍ୟ ପ୍ରୋସେସ୍ଡ ଫୁଡକ୍ ବାଦ୍ ଦେଇ ଡାଏଟରେ ସବୁଜ ପତ୍ରଯୁକ୍ତ ପନିପରିବାକୁ ଅନ୍ତର୍ଭୁକ୍ତ କରନ୍ତୁ। ଏହା ଶରୀରକୁ କ୍ୟାଲସିୟମ, ଆଇରନ୍ ଏବଂ ଭିଟାମିନ୍ ଡି ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇଥାଏ। ଅସ୍ଥି ଯନ୍ତ୍ରଣାର ସମସ୍ୟା ଏବଂ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ସବୁଜ ପତ୍ରଯୁକ୍ତ ପନିପରିବା।

ସୋୟାବିନ୍- ବିଶେଷ କରି ଶାକାହାରୀ ବ୍ଯକ୍ତିଙ୍କର କ୍ୟାଲସିୟମ ଅଭାବ ଦେଖାଯାଏ। ସେମାନଙ୍କ ପାଇଁ ସୋୟାବିନକୁ ସର୍ବୋତ୍ତମ ଭାବେ ବିବେଚନା କରାଯାଏ। ଏଥିରୁ ଭିଟାମିନ୍ ଡି ମଧ୍ୟ ଭରପୂର ପରିମାଣରେ ମିଳିଥାଏ। ଏହା ବ୍ୟତୀତ ଡ୍ରାଏ ଫ୍ରୁଟ୍ସ ଏବଂ ସିଡ୍ସ ମଧ୍ୟ ଖାଇପାରିବେ। 

ଅଣ୍ଡା- ଅଣ୍ଡା ହେଉଛି ପ୍ରୋଟିନର ଗନ୍ତାଘର। ଏହା ବ୍ଯତୀତ ଭିଟାମିନ୍ ବି12, କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ମଧ୍ୟ ଅଣ୍ଡାରୁ ମିଳିଥାଏ। ଅଣ୍ଡା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ପ୍ରତ୍ୟେହ ଗୋଟିଏ କିମ୍ବା ଦୁଇଟି ଅଣ୍ଡା ଖାଇବା ଦ୍ୱାରା କ୍ୟାଲସିୟମ ଏବଂ ଭିଟାମିନ୍ ଡିର ଅଭାବ ଦୂର ହୋଇପାରିବ। 

Health Tips Joint Pain Knee Pain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe