/odisha-reporter/media/post_attachments/uploadimage/library/16_9/16_9_0/IMAGE_1704120783.jpg)
Surya Namaskar
ସୂର୍ଯ୍ୟ ନମସ୍କାରରେ ରେକର୍ଡ। ଗୁଜରାଟ ମେହସାନାର ମୋଧେରା ସୂର୍ଯ୍ୟ ମନ୍ଦିରରେ ଆଜି ହୋଇଥିବା ସୂର୍ଯ୍ୟ ନମସ୍କାର ଗିନିଜ ବୁକ୍ରେ ରେକର୍ଡ କରିଛି। ୪ ହଜାର ବ୍ୟକ୍ତି ଗୋଟିଏ ସାଙ୍ଗରେ ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଛନ୍ତି। ବିଶାଳ, ବୃହତ ଓ ରମ୍ୟ ପରିବେଶ ମଧ୍ୟରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରାଯାଇଛି। ଆକାଶ ମାର୍ଗରୁ ଦେଖିଲା ମାତ୍ରେ ଏହା ଆହୁରି ଆକର୍ଷଣୀୟ ଦେଖା ଯାଇଥିଲା। ଯୋଗକୁ ଘରେ ଘରେ ପହଞ୍ଚାଇବା ସହ ସୁସ୍ଥ ଭାରତର ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟ ନମସ୍କାରକୁ ନିଜ ଦିନଚର୍ଯ୍ୟାରେ ସାମିଲ ପାଇଁ ଆହ୍ୱାନ କରିଛନ୍ତି ।
ସୂର୍ଯ୍ୟ ନମସ୍କାର ଆମ ସଂସ୍କୃତିରେ ବିଶେଷ ଗୁରୁତ୍ୱ ବହନ କରୁଛି। ଏହାର ଅନେକ ଫାଇଦା ରହିଛି। ଏଥିସହ ଐତିହାସିକ ମୋଧେରା ମନ୍ଦିର ପରିସରରେ ଏତେ ସଂଖ୍ୟକ ବ୍ୟକ୍ତି ଏକାଠି ହୋଇ ଯୋଗ ପ୍ରଦର୍ଶନ କରିବା ଆମ ପାଇଁ ଗୌରବର ବିଷୟ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଓ ଗୃହମନ୍ତ୍ରୀ ହର୍ଷ ସାଂଘବୀ ଯୋଗଦେଇଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ୍ ମିଡିଆ ଏକ୍ସରେ ଲେଖିଛନ୍ତି, ଗୁଜରାଟ୍ର ଲୋକମାନେ ୧୦୮ ସ୍ଥାନରେ ଏକା ସାଙ୍ଗରେ ସୂର୍ଯ୍ୟ ନମସ୍କାର କରି ଗିନିଜ ବୁକ୍ରେ ରେକର୍ଡ କରିଛନ୍ତି। ଯେମିତି ଆମେ ସମସ୍ତେ ଜାଣିଛୁ, ୧୦୮ ସଂଖ୍ୟା ଆମ ସଂସ୍କୃତିରେ ବିଶେଷ ଭୂମିକା ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
