Businessman Niraj
ବର୍ତ୍ତମାନ ସମୟରେ ଫିଟନେସ୍ ବଜାୟ ରଖିବା ଏକ ବଡ଼ ଚ୍ୟାଲେଞ୍ଜ। ସମସ୍ତଙ୍କୁ ସୁସ୍ଥକର ଓ ସୁନ୍ଦର ସ୍ୱାସ୍ଥ୍ୟ ଦରକାର, କିନ୍ତୁ ମାଡ଼ିବସୁଛି ମେଦବହୁଳତା। ଏଥିପାଇଁ ଅନେକ ଲୋକ ଖାଦ୍ୟରେ ଏକାଧିକ କଟକଣା ସାଙ୍ଗକୁ ଜିମ୍ ଯିବା ଅଭ୍ୟାସ କରିଦେଲେଣି।
କିନ୍ତୁ ଯେଉଁମାନେ କାର୍ଯ୍ୟ ବ୍ୟସ୍ତ, ସେମାନ କିପରି ସ୍ଲିମ୍ ରହିବେ, ଜିମ୍ ନ ଯାଇ ମଧ୍ୟ ଜଣେ ବ୍ୟକ୍ତି କିପରି ସ୍ୱାସ୍ଥ୍ୟ ବଜାୟ ରଖିପାରିବ? ଏସବୁ ଜଟିଳ ପ୍ରଶ୍ନକୁ ସମ୍ଭବ କରି ଦେଖାଇଛନ୍ତି ଗୁଜରାଟର ଜଣେ ବ୍ୟବସାୟୀ।
୧୦ ମାସ ମଧ୍ୟରେ ୨୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବ୍ୟବସାୟୀ ନୀରଜ। ସବୁଠୁ ବଡ଼ କଥା ହେଉଛି କି, ଏହି ବ୍ୟବସାୟୀ ଜଣକ ନା ଜିମ୍ ଯାଇଛନ୍ତି ନା ସେପରି କୌଣସି ଖାଦ୍ୟ ଅଭ୍ୟାସଠୁ ଦୂରେଇଛନ୍ତି। କେବଳ ଘରେ ଶାରୀରିକ ପରିଶ୍ରମ ଏବଂ ଘରେ ପ୍ରସ୍ତୁତ ଗୁଜରାଟୀ ଖାଦ୍ୟ ଖାଇ ଶରୀରରେ ଏପରି ପରିବର୍ତ୍ତନ ଆଣି ପାରିଛନ୍ତି।
ସୋଶାଲ ମିଡିଆରେ ଜଣେ ଫିଟନେସ୍ ଟ୍ରେନର୍ ସତେଜ ଗୋହେଲ ବ୍ୟବସାୟୀ ନୀରଜଙ୍କ ବିଷୟରେ ଏହି ପୋଷ୍ଟ କରି ସୂଚନା ଦେଇଛନ୍ତି। ଗୋହେଲ ପୋଷ୍ଟରେ କହିଛନ୍ତି ଯେ, ନୀରଜଙ୍କ ପାଇଁ ନିୟମିତ ଜିମ୍ ଯିବା କଷ୍ଟକର ଥିଲା। କାରଣ ସେ କାର୍ଯ୍ୟରେ ଏତେ ବ୍ୟସ୍ତ ରହୁଥିଲେ ଯେ ଜିମ୍ ଯାଇପାରନ୍ତି ନାହିଁ। ତଥାପି ଶାରୀରିକ ବ୍ୟାୟାମ ସହ କିଛି ସୁଦ୍ଧ ଶାକାହାରି ଖାଦ୍ୟକୁ ଡାଏଟରେ ଅନ୍ତର୍ଭୁକ୍ତ କରି ଶାରୀରିକ ଗଠନରେ ବିରାଟ ପରିବର୍ତ୍ତନ ଆଣି ପାରିଛନ୍ତି।
ସତେଜ କହିଛନ୍ତି ଯେ, ନୀରଜ ପ୍ରଥମେ ପ୍ରଥମେ ୧୦ ହଜାର ପାଦ ଚାଲିଥିଲେ। ଏହା ପରେ ପ୍ରତିଦିନ ନିୟମିତ ଭାବେ ୧୦ ହଜାର ପାଦ ଚାଲିବାକୁ ଅଭ୍ୟାସରେ ପରିଣତ କରିଥିଲେ। ଏଥିସହ ଘରେ ରହି ଡମ୍ବଲ୍ସ ଏକ୍ସରଚାଇଜ୍ ମଧ୍ୟ କରୁଥିଲେ। ଏହାପରେ ଧୀରେ ଧୀରେ ବ୍ୟାୟାମ ସାଙ୍ଗକୁ ୧୦ ମାସ ମଧ୍ୟରେ ୨୩ କିଲୋଗ୍ରାମ ହ୍ରାସ କରି ପାରିଛନ୍ତି।
ସତେଜ ଗୋହେଲ କହିଛନ୍ତି ଯେ, ପୂର୍ବରୁ ନୀରିଜ ୯୧.୯ କିଲୋଗ୍ରମ ଥିଲେ, କିନ୍ତୁ ବର୍ତ୍ତମାନ ସେ ୬୮.୭ କିଲୋଗ୍ରାମ ଅଛନ୍ତି। ଗୋହେଲ ପୋଷ୍ଟରେ କହିଛନ୍ତି ଯେ, ନୀରଜଙ୍କ ଖାଦ୍ୟରେ ପନିର, ସୋୟା ଚଙ୍କ୍ସ, ହ୍ୱେ(ପ୍ରୋଟିନ୍) ଏବଂ ଡାଲି ପରି ଶାକାହାରୀ ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଉଥିଲେ। ଏଥିସହ ଚିନିଠାରୁ ଦୂରତା ବଜାୟ ରଖୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us