Advertisment

ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ- ୭ ଦିନରେ ଦିଅ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ

‘ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ୭ ଦିନ ମଧ୍ୟରେ ଦିଅ । ଅଭିଯୁକ୍ତଙ୍କ ଡାକ୍ତରୀ ମାଇନାରେ ବି ବିଳମ୍ବକୁ ବରଦାସ୍ତ କରାଯିବନି । ’

Gang Rape

Gang Rape

Advertisment

‘ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ୭ ଦିନ ମଧ୍ୟରେ ଦିଅ । ଅଭିଯୁକ୍ତଙ୍କ ଡାକ୍ତରୀ ମାଇନାରେ ବି ବିଳମ୍ବକୁ ବରଦାସ୍ତ କରାଯିବନି । ’ ନୂଆ ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏପରି ନିର୍ଦ୍ଦେଶାନାମା ଦିଆଯାଇଛି।

Advertisment

ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ୭ ଦିନରେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି।

ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି।

Advertisment

ଡାକ୍ତରୀମାଇନା କରିବା ପୂର୍ବରୁ ପୀଡ଼ିତାଙ୍କ ଅନୁମତି ଆବଶ୍ୟକ। ପୀଡ଼ିତା ନାବାଳିକା ହୋଇଥିଲେ ପିତାମାତାଙ୍କ ସ୍ୱୀକୃତି ଜରୁରୀ। ଅନ୍ୟପଟେ ଅଭିଯୁକ୍ତଙ୍କ ଡାକ୍ତରୀମାଇନାରେ ବି ବିଳମ୍ବ ନକରିବାକୁ କୁହାଯାଇଛି। ଏହି ନିୟମ ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ପାଇଁ ଲାଗୁ ହେବ।

ଗତକାଲି ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ନକଲି ଡାକ୍ତର ଧରାପଡ଼ିବା ପରେ ରାଜ୍ୟରେ ନକଲି ଡାକ୍ତରଙ୍କ ଯାଞ୍ଚ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ହସ୍ପିଟାଲଗୁଡ଼ିକରେ ପିପିପି ମୋଡରେ  ଚିକିତ୍ସା ସେବା ଯୋଗାଇ ଦେଉଥିବା ସଂସ୍ଥା ଦ୍ୱାରା ନିୟୋଜିତ ଡାକ୍ତରମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ।

ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମରେ ହସ୍ପିଟାଲଗୁଡ଼ିକରେ ପିପିପି ମୋଡରେ ଡାୟଲିସିସଠୁ ଆରମ୍ଭ କରି ସିଟି ସ୍କାନ, ଏମଆରଆଇ ଓ ରକ୍ତ ପରୀକ୍ଷା ଆଦି ବହୁ ସ୍ୱାସ୍ଥ୍ୟଜନିତ ପରୀକ୍ଷା ମାଗଣାରେ ଯୋଗାଇ ଦିଆଯାଉଛି । ହସ୍ପିଟାଲଗୁଡ଼ିକରେ ଏହି ସେବା ଯୋଗାଇ ଦେବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ସଂସ୍ଥା ଦ୍ୱାରା ଡାକ୍ତର ଓ ବିଶେଷଜ୍ଞମାନେ ନିୟୋଜିତ ହୋଇଥାଆନ୍ତି ।  ସମ୍ପୃକ୍ତ ଡାକ୍ତର ଅବା ବିଶେଷଜ୍ଞଙ୍କର ଶିକ୍ଷାଗତ ଯୋଗ୍ୟତା ଯାଂଚ କରିବା ସେହି ସଂସ୍ଥାଗୁଡ଼ିକର ହୋଇଥାଏ ।

ମାତ୍ର ଏବେ ରାଉରକେଲା ସରକାରୀ ହସ୍ପିଟାଲର ଡାୟଲିସିସ୍ ୟୁନିଟରୁ ଜଣେ ନକଲି ଡାକ୍ତର ଧରାପଡ଼ିବା ପରେ ରାଜ୍ୟ ସରକାର ଏହି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe