ବାର୍ଡଫ୍ଲୁ : କିଛି ଦିନ ଚିକେନ୍ ନଖାଇବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବାର୍ଡଫ୍ଲୁ ଯେଭଳି ଅଧିକ ନବ୍ୟାପିବ ସେଥିପାଇଁ ଭେଟେନାରୀ ବିଭାଗ କାର୍ଯ୍ୟ କରୁଛି ।

Chicken

ପିପିଲିରେ ଗୋଟିଏ ଫାର୍ମରେ ୧୮୦୦ କୁକୁଡ଼ାଙ୍କ ମୃତ୍ୟୁ ପରେ ସେଠାରୁ ବାର୍ଡଫ୍ଲୁର ଉତ୍ସ ହୋଇଥିବା ଜଣାପଡ଼ିଥିଲା

Ordigital Desk
  • Published: Monday, 26 August 2024
  • Updated: 26 August 2024, 09:19 PM IST

Sports

Latest News

ରାଜ୍ୟରେ ବାର୍ଡଫ୍ଲୁ ଚିହ୍ନଟ ହେବାପରେ ଆଗାମୀ କିଛିଦିନ ପାଇଁ ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି । ତେବେ ଆତଙ୍କିତ ହେବାର କୌଣସି କାରଣ ନାହିଁ, ସରକାର ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଯାହା ପଦକ୍ଷେପ ନେବା ଦରକାର ତାହା ନେଉଛନ୍ତି ବୋଲି ସେ କହିଛନ୍ତି ।

ଡାକ୍ତର ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ବାର୍ଡଫ୍ଲୁ ଆସିଛି ଓ ତାକୁ ଆମେ ସଫଳତାର ସହ ମୁକାବିଲା କରିଛୁ । ତେଣୁ ଏବେ ପିପିଲି ଅଂଚଳରେ ବ୍ୟାପିଥିବା ବାର୍ଡଫ୍ଲୁ ପାଇଁ ଆତଙ୍କିତ ହୁଅନ୍ତୁ ନାହିଁ । ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଏହାର ନିୟନ୍ତ୍ରଣ ପାଇଁ  ପୁରୀ ଜିଲ୍ଲାତମାମ ପ୍ରତିଷେଧକମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି । ବାର୍ଡଫ୍ଲୁ ଯେଭଳି ଅଧିକ ନବ୍ୟାପିବ ସେଥିପାଇଁ ଭେଟେନାରୀ ବିଭାଗ କାର୍ଯ୍ୟ କରୁଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଜ୍ୱର ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସର୍ଭେଲାନ୍ସରେ ରଖାଯାଇଛି । ଏହାର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । ପ୍ରଭାବିତ ଅଂଚଳକୁ ରାପିଡ୍ ରେସପନ୍ସ ଟିମ୍ ପଠାଯାଇଛି । ଭାରତ ସରକାରଙ୍କ ପ୍ରୋଟୋକଲ ଅନୁସାରେ ପ୍ରଭାବିତ ଅଂଚଳରେ ଯାହା ପଦକ୍ଷେପ ନିଆଯିବା କଥା ସେସବୁ ମଧ୍ୟ କରାଯାଉଛି । ପୁରୀ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍ ଡିପାର୍ଟମେଂଟ ଦ୍ୱାରା ସମସ୍ତ ତଦାରଖ କରାଯାଉଛି । କୁକୁଡ଼ା ଫାର୍ମ ସଂସ୍ପର୍ଶରେ ମଣିଷ ଯେତେ କମ୍ ଆସିବ ଏହା ବ୍ୟାପିବାର ଆଶଙ୍କା ମଧ୍ୟ ସେତେ ହ୍ରାସ ପାଇବ ।

Also Read

ସେହିପରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଜଗନ୍ନାଥ ନନ୍ଦ କହିଛନ୍ତି ଯେ, ପିପିଲିରେ ଗୋଟିଏ ଫାର୍ମରେ ୧୮୦୦ କୁକୁଡ଼ାଙ୍କ ମୃତ୍ୟୁ ପରେ  ସେଠାରୁ ବାର୍ଡଫ୍ଲୁର ଉତ୍ସ ହୋଇଥିବା ଜଣାପଡ଼ିଥିଲା । ଶନିବାର ୩୦୦କୁକୁଡ଼ା ଓ ରବିବାର ୪୭୦୦କୁକୁଡ଼ା ମାରି ପୋତି ଦିଆଯାଇଛି । ଏବେ ଆଉ ୨୦ହଜାର କୁକୁଡ଼ାକୁ ଗାଇଡଲାଇନ ଅନୁସାରେ ନଷ୍ଟ କରାଯିବାକୁ ପଦକ୍ଷେପ ନିଆଯାଉଛି ।

ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍‌କମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ କହିଛନ୍ତି ଯେ, ପିପିଲିର ଯେଉଁ କୁକୁଡ଼ା ଫାର୍ମରେ ପ୍ରଥମେ ବାର୍ଡଫ୍ଲୁ ଚିହ୍ନଟ ହୋଇଥିଲା ତା’ର ୧କିମି ବ୍ୟାସାର୍ଦ୍ଧ ଅଂଚଳରେ ଥିବା ସବୁ ପକ୍ଷୀଙ୍କୁ ମାରିବାର ପଦକ୍ଷେପ ନିଆଯାଉଛି । ଆଗାମୀ ୫ମାସ ପାଇଁ ବାକିଥିବା କୁକୁଡ଼ାକୁ ବିକ୍ରି ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଏବେ ନଷ୍ଟ କରାଯାଉଥିବା ଛୁଆ କୁକୁଡ଼ା ପାଇଁ ୨୦ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୬୦ଟଙ୍କା ଲେଖାଏଁ ଚାଷୀଙ୍କୁ କ୍ଷତିପୂରଣ ଆକାରରେ ଦିଆଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story