Advertisment

ରୁବେଲାକୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଗର୍ଭବତୀଙ୍କୁ ଦେଲେ ଏହି ପରାମର୍ଶ

ବିଶେଷ କରି ବର୍ତ୍ତମାନ ୧ ବର୍ଷ, ୬ ବର୍ଷ ଓ ୮ ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି। ସେମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଉଛି। ନୂଆ ମାମଲା ଆସି ନାହିଁ।

ଅଦ୍ୟତନ ହୋଇଛି
Health director

Health director

Advertisment

ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ କାରାଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସେ କହିଛନ୍ତି ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ ଦେଖା ଦେଇଥାଏ। ତେଣୁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଦେଖାଗଲେ ଅବା ସେମାନଙ୍କୁ ଜ୍ୱର ହେଲେ ତୁରନ୍ତ ଟେଷ୍ଟିଂ କରାନ୍ତୁ। ନବରଙ୍ଗପୁରର ଦୁଇଟି ବ୍ଲକରେ ୧୮ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଥିଲା। ଏହି ରୋଗୀ ମାନେ ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। 

Advertisment

ସେ କହିଛନ୍ତି, ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ। ଆମର ଆରଆରଟି ଟିମ୍ ସରଭେଲାନ୍ସ କରୁଛି। ଇମ୍ୟୁନାଇଜେସନକୁ ଗୁରୁତ୍ୱ ଦେଉଛୁ। ବିଶେଷ କରି 
ବର୍ତ୍ତମାନ ୧ ବର୍ଷ, ୬ ବର୍ଷ ଓ ୮ ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି। ସେମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଉଛି। ନୂଆ ମାମଲା ଆସି ନାହିଁ। ଏଯାଏଁ ମୋଟ୍ ୧୮ ନମୂନାରୁ ୨ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Health Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe