Advertisment

ଡାଏଟରେ ଆପଣାନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବ ମସ୍ତିଷ୍କ

ମସ୍ତିଷ୍କକୁ ସୁସ୍ଥ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ମାଧ୍ୟମରେ କିପରି ମସ୍ତିଷ୍କକୁ ସୁସ୍ଥ ରଖିବେ, ଜାଣନ୍ତୁ...

author-image
Debibandita Barick
Representative Image

Representative Image

ମାନବ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ। ଶରୀରର ସମସ୍ତ ଅଙ୍ଗକୁ ପରିଚାଳିତ କରିଥାଏ ଏହି ଅଙ୍ଗ। କେବଳ ଏତିକି ନୁହେଁ, ମସ୍ତିଷ୍କ ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ମଧ୍ୟ ନିୟନ୍ତ୍ରିତ କରିଥାଏ। ହୃଦ ସ୍ପନ୍ଦନ, ହଜମ ପ୍ରକ୍ରିୟା, ହାତ ଏବଂ ଗୋଡର ଗତିବିଧି ସବୁ ମସ୍ତିଷ୍କର ନିର୍ଦ୍ଦେଶରେ ହୋଇଥାଏ। ଯଦି ମସ୍ତିଷ୍କ ସଠିକ୍ ଭାବରେ କାମ ନକରେ ତେବେ ସମଗ୍ର ଶରୀର ସ୍ଥାଣୁ ପାଲଟିଯିବ। 

Advertisment

ତେଣୁ, ମସ୍ତିଷ୍କକୁ ସୁସ୍ଥ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ମାଧ୍ୟମରେ କିପରି ମସ୍ତିଷ୍କକୁ ସୁସ୍ଥ ରଖିବେ, ଜାଣନ୍ତୁ...

ଅଣ୍ଡା:- ଅଣ୍ଡାରେ କୋଲିନ୍ ନାମକ ଏକ ପୋଷକ ତତ୍ତ୍ୱ ରହିଥାଏ, ଯାହା ମସ୍ତିଷ୍କ କୋଷଗୁଡ଼ିକର ବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ଉନ୍ନତ କରିଥାଏ। ଏହା ନ୍ୟୁରୋଟ୍ରାନ୍ସମିଟର ଭାବରେ ମଧ୍ୟ କାମ କରେ। ଅଣ୍ଡାରେ ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବି ଭରପୂର ପରିମାଣରେ ଥାଏ, ଯାହା ମସ୍ତିଷ୍କକୁ ଶକ୍ତି ଯୋଗାଇଥାଏ। ଏଥିସହ ଅଣ୍ଡାରେ ପ୍ରଚୁର ମାତ୍ରାରେ ଥିବା ଆଇରନ୍, ଜିଙ୍କ, ସେଲେନିୟମ୍, ଆୟୋଡିନ୍ ଏବଂ ଭିଟାମିନ୍ B12 ସ୍ମୃତି ଶକ୍ତି ବୃଦ୍ଧି କରିଥାଏ। ପ୍ରତିଦନ ଅଣ୍ଡା ଖାଇବା ଫଲରେ ଜଣେ ବ୍ୟକ୍ତିର ଏକାଗ୍ରତା ଏବଂ ମସ୍ତିଷ୍କ ଅଧିକ ଧ୍ୟାନ କୈନ୍ଦ୍ରିକ ହୋଇଥାଏ।

Advertisment

ବାଦାମ ଓ ଅଖରୁଟ:- ବାଦାମରୁ ଭିଟାମିନ୍ ଇ, ଓମେଗା-3 ଫ୍ୟାଟି ଏସିଡ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ପ୍ରୋଟିନ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ଏହିସବୁ ଉପାଦାନ ମସ୍ତିଷ୍କ କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିବା ସହ ନୂତନ କୋଷ ଗଠନ ଏବଂ ମସ୍ତିଷ୍କକୁ ଶକ୍ତି ଯୋଗାଇଥାନ୍ତି। ସେହିପରି ଡ୍ରାଏ ଫ୍ରୁଟ୍ସର ରାଜା କୁହାଯାଉଥିବା ଅଖରୁଟରେ ଭିଟାମିନ୍-ଇ, ଓମେଗା-3 ଫ୍ୟାଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ପରିମାଣରେ ଥାଏ, ଯାହା ମସ୍ତିଷ୍କ ପାଇଁ ବେଶ୍ ଉପକାରୀ। ଡାଏଟରେ ଦିନକୁ ଦୁଇଟି ଅଖରୁଟ ଯୋଗ କରି ମସ୍ତିଷ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ।

ତାଜା ଫଳ ଏବଂ ପନିପରିବା:- ବ୍ଲୁବେରି, ଷ୍ଟ୍ରବେରି ସହ ଗାଜର ଏବଂ ବ୍ରୋକଲି ପରି ପନିପରିବାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ଥାଏ। ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ମସ୍ତିଷ୍କ କୋଷକୁ ସୁରକ୍ଷା ଦେଇଥାଏ। ଏହା ବ୍ୟତୀତ, ଓମେଗା-3 ଫ୍ୟାଟି ଏସିଡ୍ ମଧ୍ୟ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ, ଏହା ମସ୍ତିଷ୍କ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି। ଫୋଲେଟ୍, ଆଇରନ୍, ଜିଙ୍କ ଏବଂ ଭିଟାମିନ୍-କେ ଭଳି ଖଣିଜ ପଦାର୍ଥ ମିଳୁଥିବା ପନିପରିବା ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ।

ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ:- ଦୁଗ୍ଧରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍ B12 ଏବଂ ଭିଟାମିନ୍-ଡି ପରି ପୋଷକ ତତ୍ତ୍ୱ ରହିଥାଏ। ଏହିସବୁ ଉପାଦାନ ମସ୍ତିଷ୍କ କୋଷ ବୃଦ୍ଧି ଏବଂ କାର୍ଯ୍ୟକୁ ଦୃଢ କରନ୍ତି। ଏଥିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ, ଯାହା ମସ୍ତିଷ୍କକୁ ଶକ୍ତି ଯୋଗାଇଥାଏ ଏବଂ ନ୍ୟୁରନ୍(ସ୍ନାୟୁ) ଯୋଗାଯୋଗରେ ଉନ୍ନତି ଆଣିଥାଏ। ତେଣୁ ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ଖାଦ୍ୟ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Good Brain Diet Tips For Brain Health Brain Health