Advertisment

ହୃଦଘାତର ପ୍ରମୁଖ ୫ କାରଣ

ହୃତଘାତ ପଛରେ ଆମର ଅନେକ କୁଅଭ୍ୟାସ ରହିଛି, ସେସବୁ କ'ଣ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Man suffering heart problem

Man suffering heart problem

Advertisment

ପୂର୍ବରୁ ଖୁବ୍ କୋଚିତ୍ ଦେଖା ଯାଉଥିବା ହୃଦଘାତ ଏବେ ଏକ ସାଧାରଣ ରୋଗ ହୋଇଗଲାଣି। ବୃଦ୍ଧାବସ୍ଥାରେ ହୃଦଘାତ ହୁଏ ବୋଲି କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ସମୟରେ କିଶୋରଠୁ ଯୁବକ ଆଉ ପ୍ରାପ୍ତ ବୟସ୍କ ସମସ୍ତଙ୍କୁ ଏହି ରୋଗ ଗ୍ରାସ କରୁଛି। ଏହାର କାରଣ କରୋନା ଭୂତାଣୁକୁ ଦିଆଯାଉ ଥିବାବେଳେ କେହି କେହି କରୋନା ଟିକାକୁ ଦାୟୀ କରୁଛନ୍ତି।

Advertisment

ବାସ୍ତବରେ ହୃତଘାତ ପଛରେ ଆମର ଅନେକ କୁଅଭ୍ୟାସ ମଧ୍ୟ ରହିଛି। କେଉଁ ସବୁ ଅଭ୍ୟାସ କାରଣରୁ ହୃଦଘାତ ହୋଇଥାଏ, ଜାଣନ୍ତୁ...

ଧୂମପାନ- ଆଜିକାଲି ଯୁବପିଢିଙ୍କ ମଧ୍ୟରେ ଧୂମପାନ ଅଭ୍ୟାସ ଦ୍ରୁତ ଗତିରେ ବଢିଚାଲିଛି। ଏହି ଅଭ୍ୟାସ କର୍କଟ ଏବଂ ହୃଦଘାତ ଭଳି ବିପଜ୍ଜନକ ରୋଗର ମୁଖ୍ୟ କାରଣ ହୋଇଥାଏ। ବିଶେଷ କରି ତମାଖୁ ଏବଂ ଧୂମପାନ ଅଭ୍ୟାସ ଥିବା ଲୋକଙ୍କର ହୃଦଘାତ ହେବାର ଆଶଙ୍କା ଦୁଇଗୁଣା ଅଧିକ ଥାଏ। 

Advertisment

ଅସ୍ୱାସ୍ଥ୍ୟକର ଖାଦ୍ୟ- ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁସ୍ଥ ଖାଦ୍ୟ ଏକାନ୍ତ ଆବଶ୍ୟକ। ପୋଷକ ତତ୍ତ୍ୱରେ ଭରପୂର ସନ୍ତୁଳିତ ଏବଂ ସୁସ୍ଥ ଖାଦ୍ୟ ହୃଦଘାତ ସହ ଅନ୍ୟାନ୍ୟ ବିପଜ୍ଜନକ ରୋଗକୁ ଦୂରେଇ ରଖେ। ଏହା ସହିତ ବିପି, ମେଦବହୁଳତା ଏବଂ ମଧୁମେହ ମଧ୍ୟ ଠିକ୍ ହୋଇପାରେ। ତେଣୁ ଅସ୍ୱାସ୍ଥ୍ୟକର ଖାଦ୍ୟଠୁ ଦୂରେଇ ରୁହନ୍ତୁ।

ମୋଟାପଣ- ମେଦବହୁଳତା ବା ମୋଟାପଣ ଏକ ରୋଗ ନ ହେଲେ ମଧ୍ୟ ଅନେକ ରୋଗର ଏକ କାରଣ। ମେଦବହୁଳତା କାରଣରୁ ଅନେକ ରୋଗ ମାଡ଼ିବସେ। ଏହି କାରଣରୁ ହୃଦଘାତ ହେବାର ଆଶଙ୍କା ମଧ୍ୟ ଅଧିକ। ତେଣୁ ହୃଦଘାତରୁ ରକ୍ଷା ପାଇବା ପାଇଁ ସାମୂହିକ ସ୍ୱାସ୍ଥ୍ଯ ବଜାୟ ରଖନ୍ତୁ। ପ୍ରତିଦିନ କିଛି ଶାରୀରିକ କାର୍ଯ୍ୟକଳାପ କରନ୍ତୁ।

ଚାପ ଏବଂ ଡ୍ରଗ୍- ଆଜିକାଲି ଯୁବପିଢିଙ୍କ ମଧ୍ୟରେ ଚିନ୍ତା ଏବଂ ଚାପ ସାଧାରଣ ହୋଇଗଲାଣି। ନିହାତି ସାମାନ୍ୟ ସମସ୍ୟାର ସମାଧାନ ସେମାନଙ୍କ ପାଇଁ କଷ୍ଟକର, ତେଣୁ ଚାପଗ୍ରସ୍ତ ହେବା ଆଉ ଏଥିରୁ ମୁକୁଳିବା ପାଇଁ ନିଶାସେବନ କରିବା କେତେକ ଯୁବପିଢିଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ଏହି ଅଭ୍ୟାସ ହୃଦଘାତର ମୁଖ୍ୟ କାରଣ। ତେଣୁ ମନକୁ ସ୍ଥିର ରଖି ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରନ୍ତୁ, ନିଜ ହୃଦୟର ସ୍ୱାସ୍ଥ୍ୟ ପାଇଁ ନିଶା ସେବନଠୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। 

ମଧୁମେହ ଓ ଉଚ୍ଚ ରକ୍ତଚାପ- ମଧୁମେହରେ ପୀଡିତ ଲୋକଙ୍କର ହୃଦଘାତ ଏବଂ ହୃଦୟ ଜନିତ ରୋଗ ହେବାର ଆଶଙ୍କା ଅଧିକ। ଏହା ବ୍ୟତୀତ ଉଚ୍ଚ ରକ୍ତଚାପ ମଧ୍ୟ ହୃଦଘାତ ଆଶଙ୍କାକୁ ବଢାଇଦିଏ। ତେଣୁ ଜୀବନଶୈଳୀରେ ପରିବର୍ତ୍ତନ ଆଣି ମଧୁମେହ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

Health News Heart Attack Heart Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe