Advertisment

କାହିଁକି ସକାଳେ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ଅଧିକ ଥାଏ?

ସକାଳେ ରକ୍ତରେ ଶର୍କରା ସ୍ତର ଅଧିକ ରହିବାର କାରଣ କଣ ଏବଂ ଏହାକୁ କିପରି ରୋକିବେ, ଜାଣନ୍ତୁ...

author-image
Debibandita Barick
Representative Image

Representative Image

ମଧୁମେହ ରୋଗୀଙ୍କ ପଇଁ ସ୍ୱାସ୍ଥ୍ୟର ଯତ୍ନ ନେବା ଏକ ଚ୍ୟାଲେଞ୍ଜ। ଏହି ରୋଗକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଔଷଧ ଅପେକ୍ଷା ଜୀବନଶୈଳୀରେ କେତେକ ନିୟମ ଆପଣାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ତଥାପି ମଧୁମେହ ରୋଗୀଙ୍କର ଏକ ମୁଖ୍ୟ ସମସ୍ୟା ହେଲା, ସକାଳେ ରକ୍ତରେ ଶର୍କରା ସ୍ତର ବୃଦ୍ଧି। ବାସ୍ତବରେ ଏପରି କାହିଁକି ହୁଏ, ସକାଳେ ରକ୍ତରେ ଶର୍କରା ସ୍ତର ଅଧିକ ରହିବାର କାରଣ କଣ ଏବଂ ଏହାକୁ କିପରି ରୋକିବେ, ଜାଣନ୍ତୁ...

Advertisment

ବ୍ୟାୟାମ - ଯେଉଁମାନେ ଶାରୀରିକ ଭାବରେ ସକ୍ରିୟ ନୁହଁନ୍ତି, ସେମାନଙ୍କର ରକ୍ତରେ ଶର୍କରା ସ୍ତର ସକାଳେ ବୃଦ୍ଧି ପାଇପାରେ। ତେଣୁ, ନିୟମିତ ଭାବରେ ଚାଲିବା, ଦୌଡ଼ିବା, ଜଗିଂ କିମ୍ବା କୌଣସି ପ୍ରକାରର କାର୍ଡିଓ ଏକ୍ସରସାଇଜ୍ କରିବା ଜରୁରୀ। ଏହି ବ୍ୟାୟାମ ଉପବାସ ସମୟରେ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ।

ବିଳମ୍ବିତ ରାତିରେ ଖାଇବା - ଯେଉଁମାନେ ବିଳମ୍ବିତ ରାତିରେ ଖାଆନ୍ତି କିମ୍ବା ରାତିରେ ନିଦ ଭାଙ୍ଗିଗଲେ କିଛି ଉଠି ଖାଆନ୍ତି, ସକାଳେ ସେମାନଙ୍କ ରକ୍ତରେ ଶର୍କାରେ ବୃଦ୍ଧି ପାଇଥାଏ। ଏହା ସହିତ, ଯେଉଁମାନଙ୍କର ବିଳମ୍ବିତ ରାତିରେ ଜାଗ୍ରତ ରହିବାର ଅଭ୍ୟାସ ରହିଥାଏ, ସେମାନଙ୍କର ସକାଳେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେବାର ଅଧିକ ସମ୍ଭାବନା ଥାଏ। ଯଦି ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ ଚାହାଁନ୍ତି ତେବେ ରାତି ୮-୯ ଭିତରେ ଭୋଜନ କରିନିଅନ୍ତୁ।

Advertisment

ଖାଇବା ଏବଂ ଶୋଇବା ମଧ୍ୟରେ ପାର୍ଥକ୍ୟ - ଅଧିକାଂଶ ଲୋକ ଖାଇବା ପରେ ତୁରନ୍ତ ଶୋଇପଡୃନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଖାଇବା ଏବଂ ଶୋଇବା ମଧ୍ୟରେ ଅତି କମରେ ୨-୩ ଘଣ୍ଟା ବ୍ୟବଧାନ ରଖିବାକୁ ପଡିବ। ରାତ୍ରୀ ଭୋଜନ ପରେ କିଛି ସମୟ ଚାଲିବାକୁ ଚେଷ୍ଟା କରନ୍ତୁ। ରାତିରେ ଅତ୍ୟଧିକ ମିଠା ଜିନିଷ ଖାଇବାଠାରୁ ଦୂରେଇ ରୁହନ୍ତୁ।

ଓଜନ ନିୟନ୍ତ୍ରଣ କରନ୍ତୁ - ଯଦି ସକାଳେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। ଓଜନ ନିୟନ୍ତ୍ରଣ ପାଇଁ ହରମୋନର ସଠିକ୍ ସନ୍ତୁଳନ ଗୁରୁତ୍ୱପୂର୍ଣ୍ଣ। ଏହା ମଧ୍ୟ ରକ୍ତରେ ଥିବା ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣରେ ରଖେ। ତେଣୁ ଏକ ସନ୍ତୁଳିତ ଓଜନ ବଜାୟ ରଖନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Diabetes Health Tips How To Control Blood Sugar Health Tips For Diabetics