Advertisment

କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଦେଖାଯାଏ ଏହି ସବୁ ଲକ୍ଷଣ

ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି କାରଣରୁ ହୋଇପାରେ ହୃଦଘାତ, ତେଣୁ ଏହି ସବୁ ଲକ୍ଷଣ ପ୍ରତି ରୁହନ୍ତୁ ସାବଧାନ।

Representative Image

Representative Image

Advertisment

ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି କାରଣରୁ ଧମନୀରେ ଅବରୋଧ ସୃଷ୍ଟି ହୋଇପାରେ, ଯାହା ରକ୍ତ ପ୍ରବାହକୁ ବନ୍ଦ କରିଦିଏ। ଏପରି ହେଲେ ହୃଦଘାତ ବିପଦ ବଢିଯାଏ। ଏଥିପାଇଁ କୋଲେଷ୍ଟ୍ରଲ ବୃଦ୍ଧିକୁ ନିରବ ଘାତକ ବୋଲି କୁହାଯାଏ।

Advertisment

ତେଣୁ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ, ତାଠୁ ଆହୁରି ଆବଶ୍ୟକ ଯେ, ଯଦି କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ, ତେବେ ଜାଣିବେ କିପରି। ଶରୀରରେ କେଉଁ ସବୁ ଲକ୍ଷଣ ଦେଖିଲେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଛି ବୋଲି ଜାଣିବେ, ଜାଣନ୍ତୁ... 

ଉଚ୍ଚ କୋଲେଷ୍ଟ୍ରଲ ଲକ୍ଷଣ 
ସାନ ଫ୍ରାନ୍ସିସ୍କୋ, କାଲିଫର୍ନିଆ ୟୁନିଭରସିଟିର ସର୍ଜରୀ ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ଯେତେବେଳେ ଶରୀରରେ କୋଲେଷ୍ଟ୍ରଲ ବଢିଯାଏ, ସେତେବେଳେ ପାଦ, ଆଙ୍ଗୁଠି, ମାଂସପେଶୀ ଏବଂ ହିପରେ ଯନ୍ତ୍ରଣା ଅନୁଭବ ହୁଏ। ତଥାପି, ବିଶ୍ରାମ ନେବା ପରେ ଏସବୁ ଲକ୍ଷଣ ବିଶେଷ ରହେ ନାହିଁ।

Advertisment

ଏହା ବ୍ୟତୀତ ପାଦ ଫୁଲିବା କୋଲେଷ୍ଟ୍ରଲ ବୃଦ୍ଧିର ଏକ ଲକ୍ଷଣ। ଯଦି କୌଣସି ଆଘାତ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ନହୁଏ, ତେବେ ଏହା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧିର ଲକ୍ଷଣ ଭାବରେ ମଧ୍ୟ ବିବେଚନା କରାଯାଇପାରେ। ଉଚ୍ଚ କୋଲେଷ୍ଟ୍ରଲ ହୋଇଥିଲେ ବେଳେବେଳେ ଚର୍ମ ରଙ୍ଗ ହଳଦିଆ ମଧ୍ୟ ଦେଖାଯାଇଥାଏ।

କାହିଁକି ବୃଦ୍ଧିପାଏ କୋଲେଷ୍ଟ୍ରଲ
ବ୍ୟାୟାମ କିମ୍ବା ଶାରୀରିକ କାର୍ଯ୍ୟକଳାପ ଅଭାବ।
ଅତ୍ୟଧିକ ଚର୍ବି ଏବଂ ତେଲିଆ ଖାଦ୍ୟ ଖାଇବା।
ମେଦବହୁଳତା ଏକ ପ୍ରମୁଖ କାରଣ ହୋଇପାରେ।
ଧୂମପାନ ଏବଂ ମଦ୍ୟପାନ ଦ୍ୱାରା କୋଲେଷ୍ଟ୍ରଲ ବଢିପାରେ।
ଜେନେଟିକ କାରଣରୁ ମଧ୍ୟ କୋଲେଷ୍ଟ୍ରଲ ଅଧିକ ରହିପାରେ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health News Cholesterol High Cholesterol Symptoms
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe