Advertisment

କେମିତି ବ୍ୟାପେ କର୍କଟ, ରହସ୍ୟ ଭେଦିଲେ ବୈଜ୍ଞାନିକ

ଶରୀରରେ କେମିତି ବ୍ୟାପେ କର୍କଟ? ଅନୁସନ୍ଧାନରୁ ଏହି ରହସ୍ୟ ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ।

ଅଦ୍ୟତନ ହୋଇଛି
How does cancer spread in the body

How does cancer spread in the body

Advertisment

ବିଶ୍ୱର ଏକ ମାରାତ୍ମକ ରୋଗ ଭାବେ କର୍କଟକୁ ବିବେଚନା କରାଯାଏ। ଏହି ରୋଗ ହେଲେ ରୋଗୀଙ୍କୁ ବଞ୍ଚାଇବା କଷ୍ଟକର ହୋଇଯାଏ। କାରଣ ଶରୀରରେ କର୍କଟ କୋଷ ଖୁବ୍ ଶୀଘ୍ର ବ୍ୟାପିଥାଏ। ଏହି କୋଷ ବୃଦ୍ଧି ଗୋଟିଏ ଅଙ୍ଗକୁ ଅନ୍ୟ ଅଙ୍ଗକୁ ଅତି ସହଜରେ ପ୍ରଭାବିତ କରେ। ଶରୀରରେ କେମିତି କର୍କଟ ବ୍ୟାପିଥାଏ, ତାର ଅନୁଧ୍ୟାନ କରିଛନ୍ତି ବୈଜ୍ଞାନିକ। ଏହି ତଥ୍ୟ କର୍କଟ ବ୍ୟାପିବାକୁ ରୋକିବାରେ ନୂତନ ରଣନୀତି ପ୍ରଦାନ କରିବ ବୋଲି ଅନୁସନ୍ଧାନକାରୀ ଆଶା ପୋଷଣ କରିଛନ୍ତି।

Advertisment

ଦକ୍ଷିଣ-ପୂର୍ବ କାଲିଫର୍ନିଆ ୟୁନିଭରସିଟି(USC)ର ଅନୁସନ୍ଧାନକାରୀମାନେ ଏହି ଅନୁସନ୍ଧାନ କରିଛନ୍ତି। ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି। ଏହି ଅନୁସନ୍ଧାନରେ GRP78 ନାମକ ଏକ ସେଲୁଲାର୍ ଚାପେରୋନ୍ ପ୍ରୋଟିନ୍ ଉପରେ ଧ୍ୟାନ ଦିଆଯାଇଛି, ଯାହା କୋଷ ମଧ୍ୟରେ ଥିବା ଅନ୍ୟ ପ୍ରୋଟିନଗୁଡ଼ିକୁ ନିୟନ୍ତ୍ରଣ କରିଥାଏ। USC ର କେକ୍ ସ୍କୁଲ୍ ଅଫ୍ ମେଡିସିନ୍ ଟିମ୍ ପୂର୍ବରୁ ଜାଣିବାକୁ ପାଇଥିଲା ଯେ, ଯେତେବେଳେ କୋଷଗୁଡ଼ିକ ଚାପରେ ଥାଆନ୍ତି, ସେତେବେଳେ GRP78 ଭାଇରାଲ୍ ସଂକ୍ରମଣକାରୀଙ୍କୁ ପ୍ରୋତ୍ସାହିତ କରିବା ସହ କ୍ୟାନସରକୁ ବୃଦ୍ଧି କରିଥାଏ ଏବଂ ଚିକିତ୍ସାକୁ ପ୍ରତିରୋଧ କରିଥାଏ। 

ସାଧାରଣତ, GRP78 କୋଷର ଏକ ଅଂଶ ଏଣ୍ଡୋପ୍ଲାଜାମିକ୍ ରେଟିକୁଲମରେ ରହିଥାଏ। କିନ୍ତୁ କୋଷଗୁଡିକ ଚାପରେ ଥିବାବେଳେ, ଏହା କୋଷର ନ୍ୟୁକ୍ଲିୟସକୁ ସ୍ଥାନାନ୍ତରିତ ହୁଏ, ଜିନ୍ କାର୍ଯ୍ୟକଳାପକୁ ଏବଂ କୋଷର ଆଚରଣକୁ ପରିବର୍ତ୍ତନ କରେ, ଯାହାଦ୍ୱାରା କର୍କଟ କୋଷଗୁଡ଼ିକ ଅଧିକ କାର୍ଯ୍ୟକ୍ଷମ ହୋଇପଡନ୍ତି। ଫଳରେ ଶରୀରରେ କର୍କଟ କୋଷର ବୃଦ୍ଧି ଘଟେ ଏବଂ ଅନ୍ୟ ଅଙ୍ଗକୁ ବ୍ୟାପିଯାଏ। ନ୍ୟୁକ୍ଲିୟସରେ ଜିନ୍ ଏକ୍ସପ୍ରେସନ୍ ନିୟନ୍ତ୍ରଣ କରୁଥିବା GRP78 ର ଏହି ଆଶ୍ଚର୍ଯ୍ୟଜନକ ପର୍ଯ୍ୟବେକ୍ଷଣକୁ ଡ. ଆମି ଏସ୍ ଲି ଏକ ବିରଳ ଘଟଣା ବୋଲି କହିଛନ୍ତି।

Advertisment

ଯେତେବେଳେ ଲି ଲ୍ୟାବରେ ପୋଷ୍ଟଡକ୍ଟରାଲ୍ ଗବେଷକ ଜି ଲିୟୁ GRP78 କିପରି EGFR ନାମକ ଏକ ଜିନ୍ ନିୟନ୍ତ୍ରଣ କରେ, ସେ ବାବଦରେ ବିଶ୍ଳେଷଣ କରୁଥିଲେ ସେତେବେଳେ ଏହା ଜଣିବାକୁ ପାଇଥିଲେ। ଏହାକୁ ନିଶ୍ଚିତ କରିବାକୁ, ଦଳ ହାଇ-ରିଜୋଲ୍ୟୁସନ୍ ଇମେଜିଙ୍ଗ୍ ଟେକ୍ନଲୋଜି ବ୍ୟବହାର କରି ଫୁସଫୁସ କର୍କଟ କୋଷ ଏବଂ ନ୍ୟୁକ୍ଲିୟସ ଚାପରେ ଥିବାବେଳେ GRP78 କୁ ସିଧାସଳଖ ଲକ୍ଷ୍ୟ କରିଥିଲେ। ଏହି ଅନୁସନ୍ଧାନ ଆଗକୁ କିପରି କର୍କଟ କୋଷ ବୃଦ୍ଧିକୁ ରୋକାଯାଇ ପାରିବ ତା ଉପରେ ବିବରଣୀ ପ୍ରଦାନ କରିବ ବୋଲି ଅନୁସନ୍ଧାନକାରୀମାନେ ଆଶା ରଖିଛନ୍ତି। 

Cancer Health News How Does Cancer Spread In The Body Research On Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe