Advertisment

କେମିତି ବ୍ୟାପେ ମଙ୍କିପକ୍ସ? ଜାଣନ୍ତୁ ଲକ୍ଷଣ ଓ ନିରାକରଣ

WHO ମଙ୍କିପକ୍ସକୁ ହେଲଥ ଏମର୍ଜେନ୍ସି ଭାବେ ଘୋଷଣା କରିଛି।

Monkeypox

Monkeypox

Advertisment

କରୋନା ପରେ ସମଗ୍ର ବିଶ୍ୱରେ କାୟା ମେଲାଉଛି ମଙ୍କିପକ୍ସ। ଧୀରେ ଧୀରେ 17ଟି ଦେଶକୁ ବ୍ୟାପିବା ସହ ଆମେ ଦେଶରେ ମଧ୍ୟ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ବଢିଛି। ସେପଟେ WHO ଏହାକୁ ହେଲଥ ଏମର୍ଜେନ୍ସି ଭାବେ ଘୋଷଣା କରିଛି। ତେଣୁ ବର୍ତ୍ତମାନ ସମୟରେ ପ୍ରଥମ ପ୍ରାଥମିକତା ହେଉଛି ରୋଗ ବାବଦରେ ଜାଣିବା।

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଙ୍କିପକ୍ସର କେତେକ ସାଧାରଣ ଲକ୍ଷଣ ବାବଦରେ ସତର୍କ କରାଇଛନ୍ତି। ଏସବୁ ଲକ୍ଷଣକୁ ଜାଣିପାରିଲେ ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ସହ ଚିକିତ୍ସା ସହଜ ହୋଇପାରିବ। ତେଣୁ ଏହାର ଲକ୍ଷଣ କଣ ଏବଂ କିପରି ସତର୍କ ରହିବେ, ଜାଣନ୍ତୁ... 

ମଙ୍କିପକ୍ସ ଲକ୍ଷଣ 
ମଙ୍କିପକ୍ସର ଅନେକ ଲକ୍ଷଣ କୋଭିଡ୍ ପରି ଦେଖାଯାଏ। ଏହାର ପ୍ରଥମ ଲକ୍ଷଣ ହେଉଛି ଜ୍ୱର। ସାଧାରଣତଃ ଲୋକମାନେ ଏହାକୁ ଋତୁକାଳୀନ ଜ୍ୱର ଭାବି ଅଣଦେଖା କରନ୍ତି। ତେଣୁ ଜ୍ୱର ସହ କାଶ ଲାଗି ରହିବା ଏବଂ ବାରମ୍ବାର ବାନ୍ତି ହେବା ସହ ଚର୍ମରେ ଦାଗ ଦେଖା ଯାଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Advertisment

ସେହିପରି ମଙ୍କିପକ୍ସ ହେଲେ ମଧ୍ୟ ପିଠି ଏବଂ ମାଂସପେଶୀରେ ଯନ୍ତ୍ରଣା ହୁଏ। କ୍ଳାନ୍ତ ଏବଂ ମୁଣ୍ଡବିନ୍ଧା ବି ହୁଏ। ତେଣୁ ଏସବୁ ଲକ୍ଷଣ ଥିଲେ ଆଦୌ ଅଣଦେଖା କରନ୍ତୁ ନାହିଁ। 

କିପରି ବ୍ୟାପେ ମଙ୍କିପକ୍ସ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଙ୍କିପକ୍ସ ସଂକ୍ରମିତ ରୋଗୀଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ରୋଗୀ ବ୍ୟବହାର କରିଥିବା ଜିନିଷ ମାଧ୍ୟମରେ ମଙ୍କିପକ୍ସ ଭୂତାଣୁ ବ୍ୟାପି ପାରେ। କିନ୍ତୁ କରୋନା ପରି ବାୟୁ ମାଧ୍ୟମରେ ମଙ୍କିପକ୍ସ ବ୍ୟାପିନଥାଏ।

ଯଦି ରୋଗୀଙ୍କ ଘା' କିମ୍ବା କ୍ଷତ ସଂସ୍ପର୍ଶରେ ଆସନ୍ତି, କିମ୍ବା ସେମାନେ ବ୍ୟବହାର କରୁଥିବା ବିଛଣା, ବାସନ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରନ୍ତି ତେବେ ମଙ୍କିପକ୍ସ ବ୍ୟାପିପାରେ। ଏହା ବ୍ୟତୀତ ମାଆକୁ ମଙ୍କିପକ୍ସ ହୋଇଥିଲେ ଗର୍ଭସ୍ଥ ଶିଶୁକୁ ଏହା ସଂକ୍ରମିତ କରିପାରେ। ସେହିପରି ସଂକ୍ରମିତ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ଦ୍ୱାରା ମଧ୍ୟ ମଙ୍କିପକ୍ସ ହୋଇପାରେ। 

ମଙ୍କିପକ୍ସ ସଂକ୍ରମଣକୁ କିପରି ରୋକିବେ?
ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବା, ସଂକ୍ରମିତ ରୋଗୀ ବ୍ୟବହାର କରୁଥିବା ଜିନଷକୁ ବ୍ୟବହାର ନ କରିବା, ଚର୍ମକୁ ଘୋଡାଇ ରଖିବା, ପଶୁମାନଙ୍କଠାରୁ ଦୂରତା ବଜାୟ ରଖିବା, ବିଶେଷକରି ମୂଷା ଏବଂ ନୃବାନର ଯଥା ମାଙ୍କଡ଼ଙ୍କଠାରୁ ଦୂରତା ବଜାୟ ରଖିବା। ଏହା ବ୍ୟତୀତ ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ସୁରକ୍ଷା ପ୍ରତି ଯତ୍ନବାନ ହେବା ଦ୍ୱାରା ମଙ୍କିପକ୍ସ ସଂକ୍ରମଣକୁ ରୋକି ପାରିବା। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

WHO Monkeypox Monkeypox Symptoms Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe