Advertisment

ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ

ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।

ଅଦ୍ୟତନ ହୋଇଛି
Sidhu and his wife

Sidhu and his wife

Advertisment

ସମସ୍ତେ ଜାଣନ୍ତି- କ୍ୟାନସର ବା କର୍କଟ ଏକ ଦୂରାରୋଗ୍ୟ। ବର୍ତ୍ତମାନ ସୁଦ୍ଧା ଏହାର ଚିକିତ୍ସା ବାହାରି ପାରିନାହିଁ। କେବଳ କେମୋ ଥେରାପି ମାଧ୍ୟମରେ ରୋଗର ଗମ୍ଭୀରତାକୁ ସାମାନ୍ୟ ହ୍ରାସ କରାଯାଇ ପାରୁଛି, ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର। କିନ୍ତୁ ବିନା ଟଙ୍କାରେ, କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରାଯାଇ ପାରିବ!

Advertisment

ଏହାର ପ୍ରମାଣ ଦେଇଛନ୍ତି ପୂର୍ବତନ କ୍ରିକେଟର ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ପ୍ରେସିଡେଣ୍ଟ ନବଜୋତ ସିଂହ ସିଦ୍ଧୁ। ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ନବଜତ କୌର ସିଦ୍ଧୁ ଷ୍ଟେଜ୍-୪ କ୍ୟାନସରରୁ ସୁସ୍ଥ ହୋଇଥିବା ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିସହ ସେ କେଉଁ କେଉଁ ଖାଦ୍ୟ ଖାଉଥିଲେ ସେ ବାବଦରେ ବିସ୍ତୃତରେ ବର୍ଣ୍ଣନା କରିଛନ୍ତି। 

ଅମୃତସର ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁ କହିଛନ୍ତି, ଦେଢ ବର୍ଷ ତଳେ ଅର୍ଥାତ୍ ତାଙ୍କ ପୁଅ ବାହାଘର ପରେ ପରେ ନବଜତ କୌର ସିଦ୍ଧୁଙ୍କର କ୍ୟାନସର ହୋଇଥିବା ଜଣା ପଡ଼ିଥିଲା। ଡାକ୍ତର ବଞ୍ଚିବାର ଆଶା ଅତ୍ୟନ୍ତ କ୍ଷୀଣ, ମାତ୍ର ୩% ସୁଯୋଗ ଅଛି ବୋଲି କହିଥିଲେ।

Advertisment

ମାତ୍ର ସେ ବିଶ୍ୱାସ ହରାଇ ନଥିଲେ। କ୍ୟାନସର ଷ୍ଟେଜ୍-୪ରେ ପହଞ୍ଚିବା ପରେ ମଧ୍ୟ ସେ ଏହାକୁ ପ୍ରତିହତ କରିବାକୁ ମନୋବଳ ଦୃଢ କରିଥିଲେ। ଏଥିପାଇଁ ସେ ଏକ ଶୃଙ୍ଖଳିତ ଜୀବନଶୈଳୀ ଅନୁସରଣ କରିବା ସହ ଖାଦ୍ୟରେ କିଛି ପରିବର୍ତ୍ତନ ଆଣିଥିଲେ, ଯାହା ତାଙ୍କୁ କ୍ୟାନସର ସହ ଲଢିବାରେ ସହଯୋଗ କରିଥିଲା ବୋଲି ସିଦ୍ଧୁ କହିଛନ୍ତି।  

ତାଙ୍କ ଖାଦ୍ୟର ତାଲିକା ଦେଇ ସିଦ୍ଧୁ କହିଛନ୍ତି, ନବଜତ କୌର ଦୈନନ୍ଦିନ ଖାଦ୍ୟରେ ଲେମ୍ବୁ ପାଣି, କଞ୍ଚା ହଳଦୀ, ଆପଲ୍ ସାଇଡର୍ ଭିନେଗାର, ନିମ୍ୱ ପତ୍ର ଏବଂ ତୁଳସୀ ଅନ୍ତର୍ଭୁକ୍ତ କରିଥିଲେ। ଏହା ସାଙ୍ଗକୁ କଖାରୁ, ଡାଳିମ୍ବ, ଅଅଁଳା, ବିଟ୍ ଏବଂ ୱଲନଟରେ ପ୍ରସ୍ତୁତ ଜୁସ୍ ପିଉଥିଲେ। ନଡ଼ିଆ ତେଲ, କୋଲ୍ଡ-ପ୍ରେସ୍ଡ ତେଲ କିମ୍ବା ଆଲମୋଣ୍ଡ ତେଲରେ ରୋଷେଇ ହୋଇଥିବା ଖାଦ୍ୟ ଖାଇବା ସହ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ କର୍କଟ ବିରୋଧୀ ଖାଦ୍ୟ ମଧ୍ୟ ଖାଇଥିଲେ। 

ଏହା ବାଦ୍ ସକାଳ ଚା'ରେ ଡାଲଚିନି, ଲବଙ୍ଗ, ଗୁଡ ଏବଂ ଅଳେଇଚ ବ୍ୟବହାର କରୁଥିଲେ। ଏସବୁ ଖାଦ୍ୟର ବ୍ୟବହାର ପରେ ଧୀରେ ଧୀରେ ସେ କ୍ୟାନସରରୁ ମୁକ୍ତ ହୋଇଥିବା ସିଦ୍ଧୁ କହିଛନ୍ତି।

ନବଜତ କୌରଙ୍କ ଏହି ଯାତ୍ରା ବାବଦରେ ଆଲୋଚନା କରି ଅନ୍ୟମାନଙ୍କୁ ମଧ୍ୟ ଶୃଙ୍ଖଳିତ ଜୀବନଶୈଳୀ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି ସିଦ୍ଧୁ। କର୍କଟ ଏବଂ ଫ୍ୟାଟି ଲିଭର ଡିଜିଜ ଭଳି ଗୁରୁତର ରୋଗର ମୁକାବିଲା ପାଇଁ ଶୃଙ୍ଖଳିତ ଜୀବନଶୈଳୀ, ଧୈର୍ଯ୍ୟ ଏବଂ ସାହସ ରଖିବାକୁ ସେ ଅନୁରୋଧ କରିଛନ୍ତି। ନବଜତ କୌରଙ୍କ ଏହି ଯାତ୍ରା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

Navjot Singh Sidhu Cancer Navjot Kaur Sidhu Stage 4 Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe