Advertisment

ବ୍ଲଡ୍‌ ପ୍ରେସର କେତେ ରହିବା ଉଚିତ? କେମିତି କରିବେ ଚେକ୍‌?

୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ଲୋକମାନେ ସୁସ୍ଥ ଓ ସବଳ ଥିଲେ ମଧ୍ୟ ପ୍ରତି ୩ ବର୍ଷରେ ଥରେ ନିଜର ବ୍ଲଡ ପ୍ରେସର ଚେକ କରିବା ଉଚିତ।

BP

BP

Advertisment

ରକ୍ତ ଚାପ ବା ବ୍ଲଡ ପ୍ରେସର ଏବେ ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି। ରକ୍ତଚାପକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଉଛି। ଏହାର ଚିକିତ୍ସା କରା ନଗଲେ, ଧୀରେଧୀରେ ଏହା ଜଣେ ମଣିଷକୁ ଭିତରୁ ଫମ୍ପା କରି ଦେଇଥାଏ। ତେଣୁ ଠିକଣା ସମୟରେ ଏହାର ଚିହ୍ନଟ ଓ ନିରାକରଣ ନିହାତି ଆବଶ୍ୟକ।

Advertisment

୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ଲୋକମାନେ ସୁସ୍ଥ ଓ ସବଳ ଥିଲେ ମଧ୍ୟ ପ୍ରତି ୩ ବର୍ଷରେ ଥରେ ନିଜର ବ୍ଲଡ ପ୍ରେସର ଚେକ କରିବା ଉଚିତ। ଏହାଦ୍ୱାରା ସେମାନଙ୍କ ଜୀବନ ଆହୁରି ସୁଖମୟ ଓ ସ୍ୱାସ୍ଥ୍ୟମୟ ହୋଇପାରିବ। ଚେକ୍‌ କଲେ ଅସୁବିଧା ଜଣାପଡ଼ିବ ଓ ଡାକ୍ତରମାନେ ଠିକଣା ସମୟରେ ଏହାର ଚିକିତ୍ସା କରିପାରିବେ।

ନିକଟରେ ଆଇସିଏମଆର ଓ ଏନସିଡିଆଇଆର ପକ୍ଷରୁ ଗୋଟିଏ ରିସର୍ଚ୍ଚ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଛି ଯେ ୩୦% ଭାରତୀୟ କେବେ ହେଲେ ସେମାନଙ୍କର ବ୍ଲଡ ପ୍ରେସର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଚେକ କରୁ ନାହାନ୍ତି।

Advertisment

ସିକେ ବିର୍ଲା ହସ୍ପିଟାଲର ଇଣ୍ଟରନାଲ ମେଡିସିନ ବିଭାଗର ଲିଡ୍‌ କନସଲଟାଣ୍ଟ ଡାକ୍ତର ତୁଷାର ତୟାଲ କହିଛନ୍ତି, “୪୦ ବର୍ଷ ବୟସ ଅତିକ୍ରମ କରିଯିବା ପରେ ପ୍ରତିଟି ଲୋକ ଅତିକମରେ ବର୍ଷକୁ ଗୋଟିଏ ଥର ସେମାନଙ୍କର ବ୍ଲଡ ପ୍ରେସର ମାପିବା ଦରକାର।

୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ଲୋକମାନେ ପ୍ରତି ୩ ବର୍ଷରୁ ୫ ବର୍ଷ ମଧ୍ୟରେ ସେମାନଙ୍କ ବ୍ଲଡ ପ୍ରେସର ଚେକ କରିବା ଦରକାର। ନଚେତ ସେମାନେ ଉଚ୍ଚ ରିସ୍କ ବର୍ଗକୁ ଚାଲି ଆସିବେ।”

ଫୋର୍ଟିସ ହସ୍ପିଟାଲ ଡାକ୍ତର ଅଜୟ ଅଗ୍ରୱାଲ କହିଛନ୍ତି, “ପ୍ରତି ବ୍ଲଡ ପ୍ରେସର ରୋଗୀ ମାସକୁ ଥରେ ଡିଜିଟାଲ ବିପି ମିଟରରେ ନିଜର ରକ୍ତଚାପକୁ ମାପନ୍ତୁ। ସେମାନେ ବ୍ଲଡ ପ୍ରେସର ମାପିବା ପୂର୍ବରୁ ପ୍ରଥମେ ୧୫ ମିନିଟ ବିଶ୍ରାମ ନେବେ। ଏହାପରେ କୁଫକୁ ବାହୁର ଠିକ ମଧ୍ୟ ଭାଗରେ ଭଲ ଭାବେ ବାନ୍ଧିବେ। ଏହାପରେ ବ୍ଲଡ ପ୍ରେସରକୁ ଚେକ କରିବେ। ଏହାଦ୍ୱାରା ସଠିକ ନମ୍ବର ଆସିଥାଏ। 

କୌଣସି ରୋଗ ନଥିବା ଲୋକମାନଙ୍କ ବ୍ଲଡ ପ୍ରେସର ୧୪୦/୯୦ ତଳେ ରହିବା ଭଲ। ସେହିପରି ଯେଉଁମାନେ ମଧୁମେହ, ହାର୍ଟ, କିଡ୍‌ନୀ କିମ୍ବା ଆଖି ରୋଗ ଭଳି ସମସ୍ୟାରେ ରହିଛନ୍ତି, ସେମାନଙ୍କ ବ୍ଲଡ ପ୍ରେସର ଯେମିତି ହେଲେ ୧୩୦/୮୦ ତଳେ ରହିବ। ଏପରି ହେଲେ ବ୍ଲଡ ପ୍ରେସର ଠିକ ରହିଛି ବୋଲି କୁହାଯାଇ ପାରିବ ବୋଲି ଡାକ୍ତରମାନେ କହିଛନ୍ତି।

ଗବେଷଣାରୁ ଜଣାପଡ଼ିଛି ଯେ ୩୪% ଭାରତୀୟ ପ୍ରାକ୍ତ ବ୍ଲଡ ପ୍ରେସର ଷ୍ଟେଜରେ ରହିଛନ୍ତି। ସେମାନଙ୍କ ବ୍ଲଡ ପ୍ରେସର ସ୍ୱାଭାବିକ ଓ ହାଇପରଟେନସନ ମଧ୍ୟରେ ରହିଛି। ବ୍ଲଡ ପ୍ରେସର ଯୋଗୁ କାର୍ଡିଓଭାସକୁଲାର ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। ତେଣୁ ବିପିକୁ ଚେକ କରି ଏହା ନିୟନ୍ତ୍ରଣ ମଧ୍ୟରେ ନିୟମିତ ରଖିବା ଉଚିତ।

Blood Pressure High Blood Pressure
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe