Advertisment

ଗ୍ରୀଷ୍ମଋତୁରେ ଉଚ୍ଚ ରକ୍ତଚାପ ରୋଗୀ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ, ଜାଣନ୍ତୁ

ଯଦି ଠିକ୍ ସମୟରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରାନଯାଏ, ତେବେ ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଓ କିଡନୀ ଫେଲ୍ ଭଳି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ହାଇପରଟେନସନ ବା ଉଚ୍ଚ ରକ୍ତଚାପ ଆଉ ଏକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା। ସମଗ୍ର ବିଶ୍ୱରେ ୧୨୮ କୋଟିରୁ ଅଧିକ ହାଇ ବିପି ରୋଗୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୪୬% ରୋଗୀ ଜାଣନ୍ତି ନାହିଁ ଯେ ସେମାନଙ୍କୁ ଏହି ରୋଗ ହୋଇଛି ବୋଲି। ଯଦି ଠିକ୍ ସମୟରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରାନଯାଏ, ତେବେ ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଓ କିଡନୀ ଫେଲ୍ ଭଳି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ।

Advertisment

ତେଣୁ ପ୍ରାଥମିକ ପର୍ଯ୍ୟାୟରୁ ରୋଗ ଚିହ୍ନଟ ଓ ଚିକିତ୍ସାର ଆବଶ୍ୟକତା ରହିଛି। ବିଶେଷ କରି ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଗ୍ରୀଷ୍ମଋତୁରେ ଅଧିକ ଯତ୍ନବାନ ହେବା ଉଚିତ୍। କାରଣ ଉତ୍ତାପ ବୃଦ୍ଧି ସହ ରକ୍ତଚାପ ବୃଦ୍ଧି ପାଇବାର ଆଶଙ୍କା ଥାଏ। ତେବେ ଉଚ୍ଚ ରକ୍ତଚାପ ବୃଦ୍ଧିର କାରଣ, ଲକ୍ଷଣ ଏବଂ ଏହାକୁ କିପରି ନିୟନ୍ତ୍ରଣରେ ରଖିବେ, ଜାଣନ୍ତୁ... 

ଉଚ୍ଚ ବିପି ରୋଗୀଙ୍କ ସଂଖ୍ୟା କାହିଁକି ବଢୁଛି?

  • ଖରାପ ଖାଦ୍ୟ।
  • ବ୍ୟାୟାମର ଅଭାବ।
  • ମେଦବହୁଳତା।
  • ମଧୁମେହ।
  • ମଦ୍ୟପାନ।
  • ସିଗାରେଟ୍ ଓ ତମାଖୁ ସେବନ।
Advertisment

ଉଚ୍ଚ ରକ୍ତଚାପର ଲକ୍ଷଣ 

  • ବାରମ୍ବାର ମୁଣ୍ଡ ବିନ୍ଧିବା।
  • ନିଶ୍ୱାସ ନେବାରେ ସମସ୍ୟା।
  • ମୁଣ୍ଡ ବୁଲାଇବା।

ଉଚ୍ଚ ରକ୍ତଚାପକୁ କିପରି ଏଡାଇବେ

  • ସୁସ୍ଥ ଖାଦ୍ୟ ବଜାୟ ରଖନ୍ତୁ।
  • ଓଜନ ନିୟନ୍ତ୍ରଣ କରନ୍ତୁ।
  • ଲୁଣ ଖାଇବା ହ୍ରାସ କରନ୍ତୁ।
  • ଯୋଗ କିମ୍ବା ଧ୍ୟାନ କରନ୍ତୁ। 
  • ମଦ୍ୟପାନ ଭଳି ନିଶା ସେବନଠାରୁ ଦୂରେଇ ରୁହନ୍ତୁ। 

କିପରି ନିୟନ୍ତ୍ରିତ ହୁଏ ଉଚ୍ଚ ରକ୍ତଚାପ

  • ପ୍ରଚୁର ପାଣି ପିଅନ୍ତୁ।
  • ଚାପ ଏବଂ ଟେନସନରୁ ଦୂରେଇ ରୁହନ୍ତୁ।
  • ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ।
  • ଜଙ୍କ ଫୁଡଠୁ ଖାଆନ୍ତୁ ନାହିଁ।
  • ୬-୮ ଘଣ୍ଟା ଶୋଇବା ଅଭ୍ୟାସ ରଖନ୍ତୁ।
  • ବେଶି ସମୟ ପେଟ ଖାଲି ରଖନ୍ତୁ ନାହିଁ। 

କେଉଁ ଖାଦ୍ୟ ଖାଇଲେ ନିୟନ୍ତ୍ରଣରେ ରହେ ଉଚ୍ଚ ରକ୍ତଚାପ
ଖଜୁର, ଡାଲଚିନି, କିସମିସ୍, ଗାଜର, ଅଦା, ଟମାଟୋ।  

Blood Pressure High BP Summer Health Tips Hypertension
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe