Advertisment

ଶୀତଦିନେ ଆଙ୍ଗୁଠି ଫୁଲିଯାଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

କାହିଁକି ଶୀତଦିନରେ ଫୁଲିଯାଏ ପାଦ ଆଙ୍ଗୁଠି ଏବଂ ଘରୋଇ ଉପଚାର ମାଧ୍ୟମରେ କିପରି ସମାଧାନ କରିବେ, ଜାଣନ୍ତୁ...

Representative Image

Representative Image

Advertisment

ଶୀତ ଋତୁ ଅନେକ ଲୋକଙ୍କର ଭାରି ପସନ୍ଦ। କିନ୍ତୁ ଏହି ଋତୁରେ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ଜ୍ୱର, ଥଣ୍ଡାଠୁ ଚର୍ମ ଫାଟିବା, କେଶ ଝଡିବା ଇତ୍ୟାଦି ଶୀତ ଦିନରେ ହିଁ ଅଧିକ ହୋଇଏ। ଏଥିସହ ଅଧିକାଂଶ ଲୋକଙ୍କର ପାଦ ଆଙ୍ଗୁଠି ଫୁଲିଯାଇ କାଲୁଆ ପଡିଯିବା ଭଳି ସମସ୍ୟା ଦେଖାଯାଏ। ଏହି କାରଣରୁ ପାଦରେ ଖୁବ୍ ଯନ୍ତ୍ରଣା ହୁଏ। ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ ଏହାର କାରଣ କଣ ଏବଂ ଘରୋଇ ଉପଚାର ମାଧ୍ୟମରେ କିପରି ସମାଧାନ କରିବେ, ଜାଣନ୍ତୁ...

Advertisment

କାହିଁକି ଶୀତଦିନରେ ଫୁଲିଯାଏ ପାଦ ଆଙ୍ଗୁଠି
ଶୀତଦିନେ, ଆମର ରକ୍ତ ଶିରା ସଙ୍କୁଚିତ ହୋଇଯାଏ। ଫଳରେ ଗୋଡକୁ ରକ୍ତ ସଞ୍ଚାଳନ ଅପେକ୍ଷାକୃତ କମ୍ ହୁଏ। ଏହା ବ୍ୟତୀତ, ବେଶି ସମୟ ପାଦକୁ ଥଣ୍ଡା ସ୍ଥାନରେ ରଖିଲେ ଆଙ୍ଗୁଠିଗୁଡିକ ଫୁଲିଯାଏ। ବେଳେବେଳେ ଚର୍ମ ସଂକ୍ରମଣ କାରଣରୁ ମଧ୍ୟ ପାଦ ଆଙ୍ଗୁଠି ଫୁଲିଯାଏ। ନିମ୍ନରେ ଘରୋଇ ଉପଚାର ବାବଦରେ ଆଲୋଚନା କରାଯାଇଛି...

ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ
ଥଣ୍ଡା ପାଗରେ ଆଙ୍ଗୁଠି ଫୁଲିଗଲେ, ଉଷୁମ ପାଣିରେ ପାଦ ଧୋଇବା ଅତ୍ୟନ୍ତ ଲାଭଦାୟକ। ଉଷୁମ ପାଣି ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ। ଏହା ଗୋଡରେ ଥିବା ଶିରା ସଙ୍କୋଚନକୁ ହ୍ରାସ କରିଥାଏ, ଯେଉଁଥିପାଇଁ ପାଦର ଫୁଲା ଶୀଘ୍ର କମିବାର ସମ୍ଭାବନା ଥାଏ।

Advertisment

ହଳଦୀ ଏବଂ ଲେମ୍ବୁ ବ୍ୟବହାର କରନ୍ତୁ 
ଥଣ୍ଡା ପାଗରେ ଯେତେବେଳେ ଆଙ୍ଗୁଠି ଫୁଲିଯାଏ, ସେତେବେଳେ ହଳଦୀ ଏବଂ ଲେମ୍ବୁ ବ୍ୟବହାର କରିପାରିବେ। ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଫୁଲାକୁ ହ୍ରାସ କରିବାରେ ସାହାଯ୍ୟ କରେ। ଏହି ଦୁଇଟିକୁ ମିଶ୍ରଣ କରି ପାଦରେ ଲଗାଇଲେ ରକ୍ତ ସଞ୍ଚାଳନରେ ମଧ୍ୟ ସୁଧାର ଆସ, ଫୁଲା ମଧ୍ୟ ଶୀଘ୍ର ହ୍ରାସ ହୋଇଥାଏ।

ତେଲରେ ପାଦକୁ ମାଲିସ୍ କରନ୍ତୁ
ସୋରିଷ ତେଲରେ ଅଳ୍ପ ହିମାଲୟାନ ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଫୁଲିଯାଇଥିବା ପାଦରେ ଲଗାନ୍ତୁ ଏବଂ ଧୀରେ ଧୀରେ ମାଲିସ୍ କରନ୍ତୁ। ଏହା ତତକ୍ଷଣାତ୍ ଆରାମ ଦେବାରେ ସହାୟକ ହୋଇପାରେ। ସୋରିଷ ତେଲ ବଦଳରେ ଅଲିଭ୍ ତେଲ ମଧ୍ୟ ବ୍ୟବହାର କରିପାରିବେ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Feet Swollen Winter Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe