Advertisment

କିପରି ଜାଣିବେ ପିଲାଙ୍କ ମଧୁମେହ ଲକ୍ଷଣ

ଫାଷ୍ଟ୍ ଫୁଡ୍, ଆରାମଦାୟକ ଜୀବନଶୈଳୀ ଏବଂ ଖେଳକୁଦ ନକରିବା କାରଣରୁ ଛୋଟପିଲାଙ୍କ ମେଦବହୁଳତା ବୃଦ୍ଧି ପାଉଛି । ଏହି କାରଣରୁ, ଅଳ୍ପ ବୟସରେ ମଧୁମେହ ପରି ବିପଜ୍ଜନକ ରୋଗ ମାଡି ବସୁଛି ।

ଅଦ୍ୟତନ ହୋଇଛି
undefined

Doctor

Advertisment

ମୋଟାପଣ ଏକ ରୋଗ ନୁହେଁ, ମାତ୍ର ଏହା ଅନେକ ରୋଗର କାରଣ। ଏଥିପାଇଁ ସ୍ଥିର ଜୀବନଶୈଳୀ ମୁଖ୍ୟତଃ ଦାୟୀ। ପିଲାମାନଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି। ଫାଷ୍ଟ୍ ଫୁଡ୍, ଆରାମଦାୟକ ଜୀବନଶୈଳୀ ଏବଂ ଖେଳକୁଦ ନକରିବା କାରଣରୁ ଛୋଟପିଲାଙ୍କ ମେଦବହୁଳତା ବୃଦ୍ଧି ପାଉଛି। ଏହି କାରଣରୁ, ଅଳ୍ପ ବୟସରେ ମଧୁମେହ ପରି ବିପଜ୍ଜନକ ରୋଗ ମାଡ଼ି ବସୁଛି। କେବଳ ମଧୁମେହ ନୁହେଁ, ମେଦବହୁଳତା କାରଣରୁ ଅନ୍ୟ ରୋଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେବେ ଛୋଟପିଲାଙ୍କ ମଧୁମେହ ଲକ୍ଷଣ କେମିତି ଜାଣିବେ, ଜାଣନ୍ତୁ...

Advertisment

ଡାକ୍ତରଙ୍କ କହିବା ଅନୁସାରେ, ବୟସ୍କଙ୍କ ଅପେକ୍ଷା ପିଲାମାନଙ୍କ ପାଇଁ ମଧୁମେହ ଅଧିକ ବିପଜ୍ଜନକ ହୋଇପାରେ। ତେଣୁ ସେମାନଙ୍କ ଯତ୍ନ ନେବା ନିହାତି ଆବଶ୍ୟକ। ଯଦି ଏହା ଠିକ ସମୟରେ ନିୟନ୍ତ୍ରିତ ନହୁଏ, ତେବେ ବୟସ ବଢ଼ିବା ସହିତ ସମସ୍ୟା ବଢିବ। ଫଳରେ ପିଲାମାନଙ୍କର କିଡ୍ନୀ ଓ ହାର୍ଟ ଉପରେ ପ୍ରଭାବ ପଡ଼ିପାରେ। ସେଥିପାଇଁ ଲକ୍ଷଣ ଚିହ୍ନଟ କରାଯାଇ ସଠିକ୍ ସମୟରେ ଚିକିତ୍ସା କରାଯିବା ଉଚିତ୍।

ପିଲାମାନଙ୍କ ମଧୁମେହ ଲକ୍ଷଣ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କ ପିଲା ଶୀଘ୍ର ଥକିଯାଉଛି, ବାରମ୍ବାର ପରିସ୍ରା କରିବାକୁ ଯାଉଛି, ଅତ୍ୟଧିକ ଶୋଷିଲା ଅନୁଭବ କରୁଛି, ତେବେ ସେ ମଧୁମେହର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଯଦି ପିଲାଟି ମୋଟା ଅଛି ଏବଂ ଏହି ଲକ୍ଷଣ ଦେଖାଦେଉଛି, ତେବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ଏହି ଲକ୍ଷଣଗୁଡିକ ଠିକ ସମୟରେ ଚିହ୍ନଟ କରାଗଲେ ଚିକିତ୍ସା ସହଜ ହୋଇପାରିବ। ପିଲାମାନଙ୍କ ରକ୍ତ ଶର୍କରା ସ୍ତର ଯାଞ୍ଚ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି।

Advertisment

କିପରି କରିବେ ପିଲାମାନଙ୍କ ମଧୁମେହ ନିୟନ୍ତ୍ରଣ

  • ମଧୁମେହକୁ ନିୟନ୍ତ୍ରଣରେ ରଖିବା ପାଇଁ ପିଲାମାନଙ୍କର ଜୀବନଶଳୀରେ ପରିବର୍ତ୍ତନ ଆଣନ୍ତୁ ।
  • ପ୍ରତିଦିନ ବ୍ୟାୟାମ କରିବାକୁ ପରାମର୍ଶ ଦିଅନ୍ତୁ ।
  • ପିଲାମାନଙ୍କ ସ୍କ୍ରିନ ସମୟ ହ୍ରାସ କରନ୍ତୁ । ଯେମିତିକି ମୋବାଇଲ୍ କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।
  • ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଫାଷ୍ଟଫୁଡ ଖାଇବା ଠାରୁ ଦୂରରେ ରୁଖନ୍ତୁ ।
  • ଯଦି ପରିବାରର କେହି ମଧୁମେହରେ ଆକ୍ରାନ୍ତ, ତେବେ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।  
Odia Health Tips Diabetes Children Diabetes Symptoms Health News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe