Advertisment

କିଡନୀ ଫେଲ୍ ହୋଇଥିଲେ ଜାଣିବେ କିପରି?

ଯେତେବେଳେ କିଡନୀରେ ସମସ୍ୟା ହୁଏ, ସେତେବେଳେ ଅନେକ ଗୁଡିଏ ଲକ୍ଷଣ ଦେଖାଯାଏ। ଅଧିକାଂଶ ଲୋକ ସେହି ସବୁ ଲକ୍ଷଣକୁ ଅଣଦେଖା କରନ୍ତି ଅଥବା କିଡନୀ ସମସ୍ୟା ବୋଲି ଜାଣିପାରନ୍ତିନି। ତେବେ କିଡନୀ ରୋଗ ହେଲେ ଶରୀରରେ କି କି ଲକ୍ଷଣ ଦେଖାଦିଏ, ଜାଣନ୍ତୁ ଏହି ଆଲେଖ୍ୟରୁ...

Representative Image

Representative Image

Advertisment

କିଡନୀ ବା ବୃକକ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ। କିଡନୀ ଶରୀରରୁ ବୈଜ୍ୟବସ୍ତୁ ନିଷ୍କାସନ କରି ପରିଷ୍କାର ରଖେ। କିନ୍ତୁ ଯେତେବେଳେ କିଡନୀରେ ସମସ୍ୟା ହୁଏ, ସେତେବେଳେ ଅନେକ ଗୁଡିଏ ଲକ୍ଷଣ ଦେଖାଯାଏ। ଅଧିକାଂଶ ଲୋକ ସେହି ସବୁ ଲକ୍ଷଣକୁ ଅଣଦେଖା କରନ୍ତି ଅଥବା କିଡନୀ ସମସ୍ୟା ବୋଲି ଜାଣିପାରନ୍ତିନି। ତେବେ କିଡନୀ ରୋଗ ହେଲେ ଶରୀରରେ କି କି ଲକ୍ଷଣ ଦେଖାଦିଏ, ଜାଣନ୍ତୁ ଏହି ଆଲେଖ୍ୟରୁ... 

Advertisment

ନିଶ୍ୱାସରୁ ଦୁର୍ଗନ୍ଧ ଆସିବା
ସାଧାରଣତଃ ପିଆଜ ଖାଇଲେ କିମ୍ବା ପର୍ଯ୍ୟାପ୍ତ ପରିମାଣରେ ପାଣି ନ ପିଇଲେ ନିଶ୍ୱାସରେ ଦୁର୍ଗନ୍ଧ ଆସିଥାଏ। କିନ୍ତୁ, ଯଦି ଏହିପରି ଲକ୍ଷଣ କ୍ରମାଗତ ଭାବେ ପରିଲିକ୍ଷିତ ହେଉଛି, ତେବେ ଆଦୌ ଅଣଦେଖା କରନ୍ତୁ ନାହିଁ। କାରଣ ଏହା କିଡନୀ ରୋଗର ପ୍ରାଥମିକ ଲକ୍ଷଣ ହୋଇପାରେ। 

ପରିସ୍ରା ରଙ୍ଗରେ ପରିବର୍ତ୍ତନ 
କିଡନୀର ଏକ ମୁଖ୍ୟ କାର୍ଯ୍ୟ ହେଉଛି ମୂତ୍ରକୁ ଫିଲ୍ଟର୍ କରିବା। ଯେତେବେଳେ କିଡନୀରେ ସଂକ୍ରମଣ କିମ୍ବା କୌଣସି ରୋଗ ଆରମ୍ଭ ହୁଏ, ସେତେବେଳେ ପ୍ରଥମେ ପରିସ୍ରାର ରଙ୍ଗ ବଦଳିଯାଏ। ଲଗାତାର ଏହି ପରିବର୍ତ୍ତନ ଦେଖା ଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। 

Advertisment

କ୍ଳାନ୍ତ ଲାଗିବା
ଶରୀରରେ ଆଇରନ ଏବଂ ପୋଷକ ତତ୍ତ୍ୱର ଅଭାବ ଏବଂ କିଡନୀ ଜନିତ ସମସ୍ୟା କାରଣରୁ ଖୁବ୍ ଥକ୍କା ଲାଗେ। କାରଣ ଯେତେବେଳେ କିଡନୀ ସଠିକ୍ ଭାବରେ କାମ ନ କରେ, ସେତେବେଳେ ରକ୍ତରେ ଲୋହିତ ରକ୍ତ କଣିକାର ଅଭାବ ଦେଖାଯାଏ। ଏହି କୋଷଗୁଡ଼ିକ ରକ୍ତରେ ଅମ୍ଳଜାନ ସ୍ତର ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ନିଭାଇଥାନ୍ତି। ତେଣୁ ଲୋହିତ ରକ୍ତ କଣିକା ଅଭାବ ହେଲେ ଶରୀର ଦୁର୍ବଳ ହୋଇପଡେ।

ନିଶ୍ୱାସ ନେବାରେ କଷ୍ଟ ହେବା
ରକ୍ତରେ ଅମ୍ଳଜାନର ଅଭାବ କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୁଏ। ରକ୍ତରେ ଲୋହିତ ରକ୍ତ କଣିକା ଅଭାବ କାରଣରୁ ଏପରି ଲକ୍ଷଣ ଦେଖାଯାଏ। ଯଦି ଏପରି ଲକ୍ଷଣ ଦେଖା ଦେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଚର୍ମ ସମସ୍ୟା
ଚର୍ମରେ ଅତ୍ୟଧିକ କୁଞ୍ଚନ କିମ୍ବା ଅଧିକ ଦାଗ ଦେଖାଯିବା ମଧ୍ୟ କିଡନୀ ଜନିତ ସମସ୍ୟାର ଲକ୍ଷଣ ହୋଇପାରେ। କାରଣ କିଡନୀ ରକ୍ତକୁ ଶୁଦ୍ଧ କରିଥାଏ, ବିଷାକ୍ତ ଉପାଦାନଗୁଡ଼ିକୁ ଅଲଗା କରି ପରିସ୍ରା ମାଧ୍ୟମରେ ଶରୀରରୁ ବାହାର କରିଥାଏ। ଯେତେବେଳେ କିଡନୀ ସଠିକ୍ କାମ କରେ ନାହିଁ, ସେତେବଳେ ଚର୍ମ ସମସ୍ୟା ଦେଖାଯିବା ଆରମ୍ଭ କରେ। ତେଣୁ, ଯଦି ଏହି ଲକ୍ଷଣଗୁଡ଼ିକ ଚର୍ମରେ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Kidney Disease Symptoms Kidney Disease Kidney Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe