Advertisment

ଓଜନ କମାଇବାକୁ ଚାହୁଁଛନ୍ତି? ଜାଣନ୍ତୁ କିପରି

ମେଦବହୁଳତା କିପରି ହ୍ରାସ କରିବେ ? ଶରୀରରେ ଚର୍ବି ଜମା ହେବାର କାରଣ କ'ଣ ?

author-image
Manoj Swain
ଅଦ୍ୟତନ ହୋଇଛି
Diet & Weight Loss

Diet & Weight Loss

ଆଜିର ଜୀବନ ଶୈଳୀରେ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି। ସମସ୍ତେ ଚାହାଁନ୍ତି ଯେ ସେମାନଙ୍କ ଶରୀର ଫିଟ୍ ଏବଂ ସୁସ୍ଥ ରହୁ, କିନ୍ତୁ ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ଏବଂ ଅଳସୁଆ ହେବା ଦ୍ୱାରା କେବଳ ପେଟର ଚର୍ବି ଜମା ହୋଇନଥାଏ ବରଂ ସମଗ୍ର ଶରୀରରେ ମେଦବହୁଳତା ମଧ୍ୟ ବଢିଥାଏ। ଆଜିକାଲି ଲୋକମାନେ ସେମାନଙ୍କର ବଢୁଥିବା ମେଦବହୁଳତା ପାଇଁ ବହୁତ ଚିନ୍ତିତ ହେବା ସହ ପତଳା ହେବାର ଉପାୟ ଖୋଜୁଛନ୍ତି। ତେବେ ନିଜ ଶରୀରିର ଓଜନ କିପରି ହ୍ରାସ କରିବେ? ଜାଣନ୍ତୁ ଉପାୟ ...

Advertisment

ଶରୀରରେ ଚର୍ବି ଜମା ହେବାର କାରଣ କ'ଣ ?

ସେଥିପାଇଁ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ବିଶେଷକରି, କିଛି ଦିନ ପାଇଁ ଚିନି ଖାଇବା କମ୍‌ କରନ୍ତୁ କିମ୍ବା ଏହାକୁ ସଂପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଚିନି କମ୍‌ ଖାଇବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ଆପଣଙ୍କ ଓଜନ ହ୍ରାସ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ଚିନିରେ ଅଧିକ କ୍ୟାଲୋରୀ ଥାଏ। ଯେତେବେଳେ ଆପଣ ଚିନି ଖାଇବା କମ୍‌ କରନ୍ତି କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି, ସେତେବେଳେ ଆପଣଙ୍କ ଶରୀରରେ ଅତିରିକ୍ତ କ୍ୟାଲୋରୀ ଜମା ହେବା ବନ୍ଦ ହୋଇଯାଏ ଏବଂ ଶରୀରିର ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ।

Advertisment

ଚିନି ଅଧିକ ଖାଉଥିବା ଲୋକଙ୍କ ଶରୀରରେ ଇନସୁଲିନ୍‌ର ସ୍ତର ବଢିଯାଇଥାଏ। ଇନସୁଲିନ୍ ହେଉଛି ଏକ ହରମୋନ୍ ଯାହା କୋଷରେ ଗ୍ଲୁକୋଜ୍ ଗଚ୍ଛିତ କରିବାରେ ସାହାଯ୍ୟ କରେ। ଯେତେବେଳେ ଇନସୁଲିନ୍‌ର ସ୍ତର ବଢିଯାଏ, ସେତେବେଳେ ଆପଣଙ୍କ ଶରୀରରେ ଚର୍ବି ଜମା ହେବା ଆରମ୍ଭ ହୁଏ। ତେବେ ଚିନି ଖାଇବା କମ୍‌ କଲେ ଶରୀରରେ ଇନସୁଲିନ୍ ସ୍ତର ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀରରେ ଚର୍ବି ଜମା ହେବା ହ୍ରାସ ପାଇଥାଏ।

ସେହିଭଳି ଅଧିକ ଚିନି ଖାଇଲେ ଶରୀରରେ ଭୋକର ମାତ୍ରା ବଢିଥାଏ। ଯାହା ଦ୍ୱାରା ଆପଣଙ୍କୁ ବାରମ୍ବାର ଭୋକିଲା ଲାଗେ ଏବଂ ଆପଣ ଅଧିକ ଖାଦ୍ୟ ଖାଆନ୍ତି। ତେଣୁ ଖାଦ୍ୟରେ ଚିନି ଖାଇବା କମ୍‌ କଲେ, ଭୋକ ନିୟନ୍ତ୍ରଣରେ ରହିଥାଏ।

ଶରୀରରେ ଚର୍ବି କିପରି ହ୍ରାସ କରିବେ?

ଚିନିମୁକ୍ତ ପାନୀୟ, ଯେମିତି ସୋଡା, କୋଲ୍ଡ ଡ୍ରିଙ୍କ୍ସ, ମିଠା ସ୍ନାକ୍ସ ଏବଂ ଅନ୍ୟାନ୍ୟ ଥଣ୍ତା ପାନୀୟଠାରୁ ଦୂରେଇ ରହିବା ଉଚିତ। ସେହିଭଳି ବିସ୍କୁଟ, କେକ୍ ଏବଂ ପେଷ୍ଟ୍ରି ପରି ଅନ୍ୟାନ୍ୟ ମିଠାକୁ ଖାଦ୍ୟରେ କମ୍‌ ସାମିଲ କରନ୍ତୁ।

ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଖାଦ୍ୟରେ ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ, ଯେମିତି ମହୁ କିମ୍ବା ଗୁଡ଼। ସେହିଭଳି ତାଜା ଫଳ ଖାଆନ୍ତୁ। ବିଭିନ୍ନ ପ୍ରକାର ଫଳରେ ପ୍ରାକୃତିକ ମିଠା ସହିତ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଏସବୁ ସହିତ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତିଦିନ ବ୍ୟାୟାମ କରନ୍ତୁ।

Odia Health Tips Weight Loss Tips