Advertisment

ହିମୋଗ୍ଲୋବିନ ଅଭାବରୁ ହୋଇଥାଏ ଏହି ସମସ୍ୟା; କିପରି ଦୂର କରିବେ ଜାଣନ୍ତୁ

ଶରୀରକୁ ସୁସ୍ଥ ରଖିବା ସହ ସମସ୍ତ ଅଙ୍ଗକୁ ଅମ୍ଳଜାନ ବିତରଣ କରିଥାଏ ହିମୋଗ୍ଲୋବିନ। ଯେତେବେଳେ ହିମୋଗ୍ଲୋବିନ ସ୍ତର କମିଯାଏ, ସେତେବେଳେ ଖୁବ୍ ଥକ୍କା ସହ ଦୁର୍ବଳ ଲାଗେ।

author-image
Debibandita Barick
ଅଦ୍ୟତନ ହୋଇଛି
Food

Food

ଶରୀରକୁ ସୁସ୍ଥ ରଖିବା ସହ ସମସ୍ତ ଅଙ୍ଗକୁ ଅମ୍ଳଜାନ ବିତରଣ କରିଥାଏ ହିମୋଗ୍ଲୋବିନ। ହିମୋଗ୍ଲୋବିନ ସ୍ତର କମିଗଲେ ଶରୀର ଶକ୍ତିଶୂନ୍ୟ ହୋଇଯାଏ, ଫଳରେ ଖୁବ୍ ଥକ୍କା ସହ ଦୁର୍ବଳ ଲାଗେ। ଏହି କାରଣରୁ ଜଣେ ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ କରିବାକୁ ଅକ୍ଷମ ହୁଅନ୍ତି। ସ୍ୱାସ୍ଥ୍ୟ ପାଇଁ ହିମୋଗ୍ଲୋବିନର ଆବଶ୍ୟକତା କେତେ ଏବଂ କିପରି ଏହାର ଅଭାବକୁ ଦୂର କରିବେ, ଜାଣନ୍ତୁ...

Advertisment

ହିମୋଗ୍ଲୋବିନର ସଠିକ୍ ସ୍ତର କେତେ? 
ପୁରୁଷଙ୍କ ଶରୀରରେ ହିମୋଗ୍ଲୋବିନ୍ 13.5ରୁ 17.5 ମଧ୍ୟରେ ରହିବା ଉଚିତ୍। ସେହିପରି ମହିଳାଙ୍କ ଶରୀରରେ 12ରୁ 15.5 ମଧ୍ୟରେ ରହିଲେ ସୁସ୍ଥ ବୋଲି ବିବେଚନା କରାଯାଏ। ଯଦି ହିମୋଗ୍ଲୋବିନ ପରିମାଣ ଏହି ସ୍ଥରରୁ ହ୍ରାସ ହୁଏ, ତେବେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ। ଖାଦ୍ୟ ଏବଂ କେତେକ ଘରୋଇ ଉପଚାର ମାଧ୍ୟମରେ ହିମୋଗ୍ଲୋବିନ ବୃଦ୍ଧି କରାଯାଇ ପାରିବ।

ଆଇରନ ଯୁକ୍ତ ଖାଦ୍ୟ
ଯଦି ଶରୀରରେ ହିମୋଗ୍ଲୋବିନ୍ ଅଭାବ ଥାଏ, ତେବେ ଖାଦ୍ୟରେ ଆଇରନ ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ। ଆଇରନ୍ ପାଇଁ ସବୁଜ ପତ୍ରଯୁକ୍ତ ପନିପରିବା ଖାଆନ୍ତୁ। ବିଟ୍, ଆପଲ୍, ଗୁଡ଼, ପାଳଙ୍ଗ, ଦୁଗ୍ଧଜାତୀୟ ଖାଦ୍ୟ, ଜୁସ୍, ମାଂସରେ ଆଇରନ୍ ରହିଥାଏ।

Advertisment

ଭିଟାମିନ୍ ସିରେ ଭରପୂର ଖାଦ୍ୟ 
ହିମୋଗ୍ଲୋବିନ୍ ବୃଦ୍ଧି ପାଇଁ ଆଇରନ୍ ସହ ଭିଟାମିନ୍-ସି ଥିବା ଖାଦ୍ୟ ଖାଇପାରିବେ। ଭିଟାମିନ୍-ସି ହିମୋଗ୍ଲୋବିନ ବୃଦ୍ଧି କରିଥାଏ। ଏଥିପାଇଁ ଖାଦ୍ୟରେ ଖଟା ଫଳ ଏବଂ ଜୁସ ଅନ୍ତର୍ଭୁକ୍ତ କରନ୍ତୁ। ଭିଟାମିନ୍-ସି ପାଇଁ କମଳା, ଲେମ୍ବୁ, ଅମୃତଭଣ୍ଡା ଏବଂ ଅନ୍ୟାନ୍ୟ ଫଳ ଏବଂ ପନିପରିବା ଖାଆନ୍ତୁ। ଭିଟାମିନ୍-ସି ସପ୍ଲିମେମ୍ଟ ମଧ୍ୟ ଖାଇପାରିବେ।

ଭିଟାମିନ୍ B12, B6 ଏବଂ ଫୋଲେଟ୍
ହିମୋଗ୍ଲୋବିନ୍ ବୃଦ୍ଧି ପାଇଁ ଭିଟାମିନ୍ B12, ଭିଟାମିନ୍ B6 ଏବଂ ଫୋଲେଟରେ ଭରପୂର ଥିବା ଖାଦ୍ୟ ଗ୍ରହଣ କରନ୍ତୁ। ଏଥିପାଇଁ ପ୍ରତିଦିନ ସେଓ, କଦଳୀ, ଟମାଟୋ, ସ୍ପ୍ରାଉଟ୍ସ ଏବଂ ମସ୍ରୁମ ଖାଆନ୍ତୁ।

ନିୟମିତ ବ୍ୟାୟାମ କରନ୍ତୁ
ବ୍ୟାୟାମ କରିବା ଫଳରେ ଶରୀରରେ ଅନେକ ସମସ୍ୟା ଦୂର ହୋଇଯାଏ। ବ୍ୟାୟାମ ଦ୍ୱାରା ଶରୀରର ପ୍ରତିଟି ଅଙ୍ଗକୁ ରକ୍ତ ସଞ୍ଚାଳନ ସହଜ ହୋଇଥାଏ। ହିମୋଗ୍ଲୋବିନ ବୃଦ୍ଧି କରିବାକୁ ହେଲେ ନିୟମିତ ଭାବରେ କିଛି ହାଲୁକା ବ୍ୟାୟାମ କରିବା ଉଚିତ୍।

ଧୂମପାନ ଏବଂ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ 
ଯଦି ହିମୋଗ୍ଲୋବିନ ହ୍ରାସ ହେଉଛି, ତେବେ ସର୍ବପ୍ରଥମେ ଧୂମପାନ ଏବଂ ମଦ୍ୟପାନ ଅଭ୍ୟାସକୁ ରୋକନ୍ତୁ। ଏହି ଦୁଇଟି ଅଭ୍ୟାସ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ ଏବଂ ହିମୋଗ୍ଲୋବିନକୁ ମଧ୍ୟ ହ୍ରାସ କରିଥାଏ। ତେଣୁ ଉପଯୁକ୍ତ ଖାଦ୍ୟ ଓ ପନିପରିବା ଖାଇବା ସହ ଏହିପରି ଖରାପ ଅଭ୍ୟାସରୁ ଦୂରେଇ ରୁହନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Hemoglobin Deficiency Iron Deficiency