Advertisment

ସାବଧାନ! ହୃଦ୍‌ରୋଗ ବିପଦ ବଢାଇପାରେ ଟ୍ରାଫିକ କୋଳାହଳ

ଟ୍ରାଫିକ୍ କୋଳାହଳ କେବଳ ବିରକ୍ତିକର ନୁହେଁ, ଏହା ହୃଦୟ ଉପରେ ମଧ୍ୟ କୁପ୍ରଭାବ ପକାଇପାରେ ବୋଲି ବୈଜ୍ଞାନିକ ଅନୁସନ୍ଧାନରୁ ଜଣାଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଟ୍ରାଫିକ୍ କୋଳାହଳ କେବଳ ବିରକ୍ତିକର ନୁହେଁ, ଏହା ହୃଦୟ ଉପରେ ମଧ୍ୟ କୁପ୍ରଭାବ ପକାଇପାରେ। ଏକଥା ଆମେ କହୁନୁ, ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି। ଏକ ସଦ୍ୟତମ ଅଧ୍ୟୟନରୁ ଜଣାଯାଇଛି ଯେ, ସଡ଼କ, ଟ୍ରେନ୍ ଏବଂ ବିମାନ କୋଳାହଳ ହୃଦ୍‌ରୋଗ, ଷ୍ଟ୍ରୋକ୍ ଏବଂ ଡାଇବେଟିସ ଭଳି ଘାତକ ରୋଗ ଆଶଙ୍କାକୁ ବଢାଇପାରେ।

Advertisment

ରିପୋର୍ଟ ଅନୁସାରେ, ଦିନ ଅପେକ୍ଷା ରାତିରେ ଟ୍ରାଫିକର କୋଳାହଳ ଶବ୍ଦ ଶୋଇବା ପ୍ରଣାଳୀ ଉପରେ କୁପ୍ରାଭବ ପକାଇଥାଏ, ଚାପ ହରମୋନ ବୃଦ୍ଧି କରିଥାଏ ଏବଂ ଆମର ରକ୍ତବାହୀ ଓ ମସ୍ତିଷ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଥାଏ। ଏହାଦ୍ୱାରା ଅଧିକ ପ୍ରଦାହ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ, ଯାହା ହୃଦଘାତ ଆଶଙ୍କାକୁ ବଢାଇଦିଏ।

ଟ୍ରାଫିକ୍ କୋଳାହଳ ଆମ ହୃଦୟର ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ ତାହା ଜାଣିବା ପାଇଁ ଡେନମାର୍କ, ଆମେରିକା, ସ୍ୱିଜରଲ୍ୟାଣ୍ଡ ଏବଂ ଜର୍ମାନୀର ବୈଜ୍ଞାନିକମାନେ ମିଳିତ ଭାବେ ଏକ ଅନୁସନ୍ଧାନ କରିଥିଲେ। ଏହି ଅନୁସନ୍ଧାନର ଫଳାଫଳ ଆମେରିକାନ ହାର୍ଟ ଆସୋସିଏସନ୍, ସର୍କୁଲେସନ୍ ରିସର୍ଚ୍ଚର ପତ୍ରିକାରେ ପ୍ରକାଶ ପାଇଛି।

Advertisment

ପ୍ରକାଶିତ ରିପୋର୍ଟ ଅନୁସାରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଟ୍ରାଫିକ୍ ଶବ୍ଦର ପ୍ରତି ୧୦ ଡେସିବଲ୍ (dBA) ହୃଦଘାତ ଆଶଙ୍କାକୁ ୩.୨% ବୃଦ୍ଧି କରିଥାଏ। ଶବ୍ଦ ମଧ୍ୟ ଆମର ଜିନ୍, ଶରୀର ଏବଂ ମେଟାବୋଲିଜିମ୍ ଶକ୍ତି ଉପରେ କୁପ୍ରଭାବ ପକାଇପାରେ, ଯାହା ହୃଦଘାତ ଆଶଙ୍କାକୁ ବଢାଇଦିଏ। 

ଅନୁସନ୍ଧାନକାରୀମାନେ ଏଥିରୁ ନିଶ୍ଚିତ ହୋଇଛନ୍ତି ଯେ, ଗମନାଗମନ ସମୟରେ ଆସୁଥିବା ଶବ୍ଦ ପ୍ରଦୂଷଣ ବିଭିନ୍ନ ହୃଦ୍‌ରୋଗ ଏବଂ ମସ୍ତିଷ୍କ ରୋଗ ବୃଦ୍ଧି କରିପାରେ, ଯେପରିକି କ୍ରୋନିକ୍ କରୋନାରୀ ଧମନୀ ରୋଗ, ଆକ୍ୟୁଟ କରୋନାରି ସିଣ୍ଡ୍ରୋମ, ଆର୍ଟେରିଆଲ ହାଇପରଟେନସନ, ଷ୍ଟ୍ରୋକ୍ ଏବଂ ହାର୍ଟ ଫେଲୱେର।

ଅଧ୍ୟୟନ ଆହୁରି ଜଣାଯାଇଛି ଯେ, ରାତିରେ ବିମାନ ଶବ୍ଦ କାର୍ଡିଓମାଇଓପାଥି ରୋଗ ବୃଦ୍ଧି କରିପାରେ, ଯାହାକୁ ଟାକୋଟସୁବୋ ସିଣ୍ଡ୍ରୋମ ମଧ୍ୟ କୁହାଯାଏ।

କରୋନା ମହାମାରୀ ପରେ ପରେ ଯେଉଁପରି ଭାବେ ହାର୍ଟଆଟାକ୍ ଏବଂ ଷ୍ଟ୍ରୋକ୍ ସମସ୍ୟା ବୃଦ୍ଧି ପାଇଛି, ଏଭଳି କ୍ଷେତ୍ରରେ ଏହି ଅଧ୍ୟୟନ ବେଶ୍ ଗୁରୁତ୍ୱ ବହନ କରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ କହିଛି ଯେ, ଟ୍ରାଫିକ ଶବ୍ଦ ଯୋଗୁଁ ପଶ୍ଚିମ ୟୁରୋପରେ ୧.୬ ନିୟୁତ ବର୍ଷରୁ ଅଧିକ ସୁସ୍ଥ ଜୀବନ ଧୀରେ ଧୀରେ ହ୍ରାସ ପାଇବାକୁ ବସିଛି।

ଏପରି ସମୟରେ ଏହି ଅଧ୍ୟୟନ ଶବ୍ଦ ପ୍ରଦୂଷଣ ହ୍ରାସ ଓ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ଉପରେ ଜନସଚେତନତା ସୃଷ୍ଟି କରିବ ବୋଲି ଅଧ୍ୟୟନର ପ୍ରମୁଖ ବୈଜ୍ଞାନିକ ଡ. ଥୋମାସ୍ କହିଛନ୍ତି। ଶବ୍ଦକୁ ହ୍ରାସ କରି ହୃଦୟକୁ ସୁରକ୍ଷିତ ରଖିବା ପାଇଁ ଉନ୍ନତ ନିୟମ ଏବଂ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି ଡ. ଥୋମାସ୍।

Diabetes Heart Disease Research Stroke Traffic Noise Noise Pollution