Advertisment

ଡ୍ରଗସ୍ କଣ୍ଟ୍ରୋଲରଙ୍କ ଚେତାବନୀ: ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍‌ ବିକ୍ରି କଲେ ରଦ୍ଦ ହେବ ଲାଇସେନ୍ସ

ଏଣିକି ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍‌ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ। ଏପରି କଡ଼ା ଚେତାବନୀ ଦେଇଛନ୍ତି ଡ୍ରଗସ୍ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର।

ଅଦ୍ୟତନ ହୋଇଛି
Medicine

Medicine

Advertisment

ଆଣ୍ଟିବାୟୋଟିକ୍‌ର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍‌ ଆଣିବା ପରେ ଆକ୍ସନ ମୁଡକୁ ଆସି ଯାଇଛନ୍ତି ରାଜ୍ୟ ସରକାର। ଏଣିକି ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍‌ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ। ଏପରି କଡ଼ା ଚେତାବନୀ ଦେଇଛନ୍ତି ଡ୍ରଗସ୍ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର।

Advertisment

ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍‌ ଦେଲେ, କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍‌ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍‌ସନରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି, ବିନା ପ୍ରେସକ୍ରିପସନରେ କେହି ଆଣ୍ଟିବାୟୋଟିକ୍‌ ବିକ୍ରି କରି ପାରିବେନି। ଯଦି ବିକୁଥିବା ନେଇ ଧରାପଡ଼ନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ। ସେମାନଙ୍କ ବିରୋଧରେ Drugs and Cosmetics ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ। ଏପରିକି ଦରକାର ପଡ଼ିଲେ, ଲାଇସେନ୍ସ ସସପେଣ୍ଡ ଓ ରଦ୍ଦ ବି କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ଡାକ୍ତରମାନେ ଆଣ୍ଟିବାୟୋଟିକ୍ସ ପ୍ରେସକ୍ରାଇବ କରିବାର କାରଣ ସ୍ପଷ୍ଟ କରି ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। Drugs and Cosmetics ACT ଅନୁଛେଦ H ରେ ୫୫୧ ଡ୍ରଗସ୍‌ ଅଛି। H1 ରେ 47 ପ୍ରକାର ଡ୍ରଗସ୍‌ ଅଛି ଯାହା କି higher antibiotics । ଏଥି ପାଇଁ ଦୋକାନୀ ରେଜିଷ୍ଟର କଡ଼ାକଡ଼ି ପାଳନ କରିବାର ନିୟମ ଅଛି।

Advertisment

ଦୋକାନୀମାନେ ଏଥିରେ ଖିଲାପ କଲେ ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି ହେଉଛି ଓ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି। ଆବଶ୍ୟକ ପଡିଲେ, ଲାଇସେନ୍ସ ବାତିଲ ହୋଇପାରିବ। କିଛି ଔଷଧ ବିନା ପ୍ରେସକିପସନ୍‌ରେ ଦେଇ ହେବ। ଡିଆଇ ଏ ସବୁର ତଦାରଖ କରୁଛନ୍ତି ବୋଲି କହିଛନ୍ତି ଡ୍ରଗସ୍ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର।

ଏହି ପ୍ରସଙ୍ଗରେ ମତ ରଖି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଏ ନେଇ ପୂର୍ବରୁ ନିୟମ ରହିଛି। ତେବେ ଆଣ୍ଟିବାୟୋଟିକ୍ସର ଯୁକ୍ତି ସଂଗତ ବ୍ୟବହାର ହେଉନଥିବାରୁ କେନ୍ଦ୍ର ସରକାର ଏଭଳି ଅପିଲ କରିଛନ୍ତି। ଏହା ସ୍ୱାଗତଯୋଗ୍ୟ। ପ୍ରେସକିପସନ ନ ଦେଖି ଦୋକାନୀ ଔଷଧ ବି ଦେବା କଥା ନୁହେଁ। ଏହା ଉପରେ ନିୟନ୍ତ୍ରଣ ଆସିବା ଦରକାର।

ନଚେତ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଥିବା କେତେକ ରୋଗ ଆଗକୁ ଆଣ୍ଟିମାଇକ୍ରୋବାୟାଲ ରେଜିଷ୍ଟାନସ ପରି ବଡ଼ ବିପଦ ଆଣିବାକୁ ଯାଉଛି। ଏହାକୁ ପ୍ରତିହତ କରିବାକୁ ଆଣ୍ଟିବାୟୋଟିକସ ବ୍ୟବହାରକୁ ନିୟନ୍ତ୍ରୀତ କରିବା ଉଚିତ। ଯେଉଁଠି ଆବଶ୍ୟକତା ନାହିଁ ଆଣ୍ଟିବାୟୋଟିକ୍‌ ଦେବା ଉଚିତ ନୁହେଁ।

ତା ସହ ଡାକ୍ତରମାନେ ଆଣ୍ଟିବାୟୋଟିକ୍‌ ଲେଖିବାର କାରଣ ସ୍ପଷ୍ଟ ଭାବେ ଲେଖିବା ଦରକାର ବୋଲି ସେ କହିଛନ୍ତି। ଏପରି କିଛି ଡ୍ରଗ୍ସ ଅଛି, ଯାହାକୁ ବିନା ପ୍ରେସକିପସନ୍‌ରେ ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି ଡା. ମହାପାତ୍ର।

ବିନା କାରଣରେ ଆଣ୍ଟିବାୟୋଟିକ୍‌ ବ୍ୟବହାର ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାର କଡ଼ାକଡ଼ି ନିର୍ଦ୍ଦେଶନାମା ଜାରି କରାଯାଇଛି। କେଉଁ କାରଣ ପାଇଁ ଆଣ୍ଟିବାୟୋଟିକ୍‌ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍‌ସନରେ ଉଲ୍ଲେଖ କରିବାକୁ ଡାକ୍ତରମାନଙ୍କୁ କୁହାଯାଇଛି। ଆଣ୍ଟିବାୟୋଟିକ୍‌ର ଅପବ୍ୟବହାର ନ କରିବାକୁ ନିବେଦନ କରାଯାଇଛି। ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍‌ସ ନେଇ ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଭଳି ପଦକ୍ଷେପ ନେଇଛି। 

Antibiotic Tablets
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe