Advertisment

‘ଲକ୍ଷଣ ଥିଲେ ମାସ୍କ ପିନ୍ଧନ୍ତୁ, ନୂଆ ବର୍ଷ ଘରେ ପାଳନ୍ତୁ’

ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ। ଫଳରେ ଚଳିତ ମାସରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହିଞ୍ଚିଛି। ‌

author-image
Niharika Rout
ଅଦ୍ୟତନ ହୋଇଛି
Niranjan Mishra

Niranjan Mishra

ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ। ଫଳରେ ଚଳିତ ମାସରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହିଞ୍ଚିଛି। ‌ଏହା ବିଶେଷ ଚିନ୍ତାଜନକ ବିଷୟ ହୋଇ ନ ଥିଲେ ବି ଲୋକେ ନିଜେ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ଥଣ୍ଡା, ଜ୍ୱର, କାଶରେ ଆକ୍ରାନ୍ତ ହୋଇଥିଲେ ଘରେ ଜିରୋ ନାଇଟ୍‌ ସେଲିବ୍ରେଶନ କରିବା ସହ ନୂଆ ବର୍ଷ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଡିସେମ୍ବରରେ ମୋଟ ୧୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ସାରିଛନ୍ତି। ତେଣୁ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୧୩ ଆକ୍ଟିଭ କେସ୍ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଏଥିସହ ସେ କହିଛନ୍ତି, ସମଗ୍ର ଦେଶରେ କୋଭିଡ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି। ସଂକ୍ରମିତଙ୍କ ସଂଖ୍ୟା ଏବେ ଉପରମୁହାଁ ନାହିଁ। ଏବେ କୌଣସି କଟକଣା ଲାଗୁ କରିବା ଆବଶ୍ୟକ ନାହିଁ। କିନ୍ତୁ ଲୋକେ ସଚେତନ ରୁହନ୍ତୁ।

Advertisment

ଏଥିସହ ସେ କହିଛନ୍ତି କାଶ, ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତି ନିଜ ସାମ୍ପଲ ଟେଷ୍ଟ କରାଇ ନିଅନ୍ତୁ। ସେମାନେ ବାହାରକୁ ଗଲେ ମାସ୍କ ବ୍ୟବହାର କରନ୍ତୁ। ଜିରୋ ନାଇଟ୍‌ ପାଳନ କରିବାକୁ ଗହଳିକୁ ଯାଆନ୍ତୁ ନାହିଁ। ଏହା ଆମ ପରମ୍ପରା ନୁହେଁ । ନୂଆବର୍ଷ ଘରେ ପାଳନ କରନ୍ତୁ । ଅନ୍ୟମାନଙ୍କ ପାଇଁ ସଂକ୍ରମଣରେ ସହାୟକ ହୁଅନ୍ତୁ ନାହିଁ।

Covid Management