Advertisment

ଚିନ୍ତା ବଢିଲା! ଭାରତରେ ମଙ୍କିପକ୍ସର 'କ୍ଲେଡ୍ 1ବି' ଭାରିଆଣ୍ଟ ଚିହ୍ନଟ

ଅଗଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଙ୍କିପକ୍ସର ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି'କୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା।

Virus

Virus

Advertisment

ମଙ୍କିପକ୍ସକୁ ନେଇ ପୁଣି ଚିନ୍ତା ବଢିଲା। ଆଫ୍ରିକୀୟ ଦେଶରେ ଘାତକ ସାଜିଥିବା ମଙ୍କିପକ୍ସର ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି'ରେ ଜଣେ ଭାରତୀୟ ଯୁବକ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଷ୍ଟ୍ରେନକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା। 

Advertisment

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କେରଳର ଜଣେ 38 ବର୍ଷୀୟ ଯୁବକ ମଙ୍କିପକ୍ସର ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି'ରେ ଚିହ୍ନଟ ହୋଇଛନ୍ତି। ଏହା ଦେଶର ପ୍ରଥମ ଘଟଣା। ତାଙ୍କ ପୂର୍ବରୁ ଦୁଇ ଜଣ ବ୍ୟକ୍ତ ମଙ୍କିପକ୍ସରେ ଚିହ୍ନଟ ହୋଇଥିଲେ। କିନ୍ତୁ ସେମାନଙ୍କର ନୂଆ ଭାରିଆଣ୍ଟ ନଥିଲା।

ସୂଚନା ଅନୁସାରେ, ସଂକ୍ରମିତ ଯୁବକ ଗତ ସପ୍ତାହରେ ୟୁନାଇଟେଡ ଆରବ ଏମିରେଟ୍ସ (UAE) ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ନମୂନା ପରୀକ୍ଷଣ ହୋଇଥିଲା। ପରୀକ୍ଷା ରିପୋର୍ଟରେ ସେ ମଙ୍କିପକ୍ସର ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି'ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। 

Advertisment

ପ୍ରକାଶ ଥାଉକି, ଆଫ୍ରିକୀୟ ଦେଶରେ ମଙ୍କିପକ୍ସ ମାମଲା ବଢିଚାଲିଛି। ଲଗାତାର ଭାବେ ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି' ଚିହ୍ନଟ ହେବା ପରେ ଅଗଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା।

Clade 1 Monkeypox New Varient Monkeypox WHO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe