Advertisment

ଚାଇନାର ନୂଆ ଭାଇରସକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ବିଭାଗ

ଚୀନରେ କୋରୋନାଠୁ ଆହୁରି ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ HMPV। ହେଲେ ଏହାକୁ ନେଇ ଭାରତରେ ଚିନ୍ତିତ ହେବାର କିଛି ନାହିଁ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ।

HMPV

HMPV

Advertisment

କୋରନା ଭଳି ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଆଉ ଏକ ନୂଆ ଭୂତାଣୁ  'ହ୍ୟୁମାନ ମେଟାନ୍ୟୁମୋଭାଇରସ'(Human Metapneumovirus) ବା HMPVକୁ ନେଇ ଏବେ ସମ୍ଭାବ୍ୟ ମହାମାରୀ ଆଶଙ୍କାରେ ସାରା ବିଶ୍ୱ। ଏପଟେ ଭାରତରେ କିନ୍ତୁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

Advertisment

ଭାରତୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଅଧିକାରୀ ଅତୁଲ ଗୋଏଲ ଏନେଇ ଲୋକଙ୍କୁ ସଚେତନ କରିଛନ୍ତି। ଶ୍ୱାସଜନିତ କୌଣସି ସଂକ୍ରମଣକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଆପଣାଇବାକୁ ସେ କହିଛନ୍ତି। ଭାଇରସ୍ ଏଚଏମପିଭି ପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସା ନଥିବାରୁ କେବଳ ସତର୍କତାରେ ହିଁ ଆମେ ଏହାକୁ ରୋକି ପାରିବା ବୋଲି ସେ କହିଛନ୍ତି। ହେଲେ ଏହାକୁ ନେଇ ବର୍ତ୍ତମାନର ପରିସ୍ଥିତି ବିଷୟରେ ଚିନ୍ତିତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି। 

ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅତୁଲ ଗୋଏଲ କହିଛନ୍ତି ଯେ ଚୀନରେ 'ହ୍ୟୁମାନ ମେଟାନ୍ୟୁମୋଭାଇରସ' ବ୍ୟାପୁଥିବା ବିଷୟରେ ଖବର ଆସୁଛି। ମୁଁ ଏହି କଥା ସ୍ପଷ୍ଟ କରିଦେଉଛି। 'ମେଟାନ୍ୟୁମୋଭାଇରସ' ଏକ ସାଧାରଣ ଶ୍ୱାସକ୍ରିୟାଜନିତ ଭାଇରସ୍ ପରି। ଏହା ପ୍ରଭାବରେ ସାଧାରଣ ଥଣ୍ଡା, କାଶ ଓ ଜ୍ୱର ହୋଇଥାଏ। ତେବେ ବୃଦ୍ଧ ଏବଂ ଛୋଟ ପିଲାମାନଙ୍କ ମଧ୍ୟରେ ଏହା ଫ୍ଲୁ ପରି ଲକ୍ଷଣ ସୃଷ୍ଟି କରିପାରେ। ଆମେ ଦେଶରେ ଶ୍ୱାସକ୍ରିୟାଜନିତ ସଂକ୍ରମଣର ତଥ୍ୟ ବିଶ୍ଳେଷଣ କରିଛୁ। ଗତ ଡିସେମ୍ବରରେ ଆମ ଦେଶରେ ଶ୍ୱାସଜନିତ ସଂକ୍ରମଣରେ ସେଭଳି ଉଲ୍ଲେଖନୀୟ ବୃଦ୍ଧି ଘଟିନାହିଁ।

Advertisment

ତେବେ ସେ ଲୋକଙ୍କୁ ସଚେତନ କରିବାକୁ ଯାଇ କହିଛନ୍ତି, 'ମୁଁ ଜନସାଧାରଣଙ୍କୁ ଗୋଟିଏ କଥା ଜଣାଇବାକୁ ଚାହୁଁଛି ଯେ ସମସ୍ତ ଶ୍ୱାସକ୍ରିୟାଜନିତ ସଂକ୍ରମଣକୁ ଏଡ଼ାଇବା ପାଇଁ ସାଧାରଣ ସତର୍କତା ଅବଲମ୍ବନ କରନ୍ତୁ। ଅର୍ଥାତ୍ ଯଦି କାହାକୁ କାଶ ଏବଂ ଥଣ୍ଡା ଲାଗିରହିଛି, ତେବେ ଆପଣ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସନ୍ତୁନାହିଁ। ଏହା ଦ୍ଵାରା ସଂକ୍ରମଣ ବ୍ୟାପି ନଥାଏ। କାଶିବା କିମ୍ବା ଛିଙ୍କିବା ବେଳେ ମୁହଁରେ ଏକ ପରିସ୍କାର ରୁମାଲ କିମ୍ବା ଗାମୁଛା ରଖନ୍ତୁ। ଯେତେବେଳେ ଥଣ୍ଡା କିମ୍ବା ଜ୍ୱର ହୁଏ ସେତେବେଳେ ଆବଶ୍ୟକ ସାଧାରଣ ଔଷଧ ନିଅନ୍ତୁ।' ତେବେ ବର୍ତ୍ତମାନର ପରିସ୍ଥିତିକୁ ନେଇ ଚିନ୍ତିତ ନହେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

COVID-19 New Virus In China HMPV Human Metapneumovirus Directorate General Of Health Services Atul Goel Corona Return
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe