Advertisment

ନିମୋନିଆ ଚିକିତ୍ସା ପାଇଁ ଦିଆଯାଉଛି ଲୁହା ଚେଙ୍କ, ୨ ମାସରେ ଗଲାଣି ୫ ଶିଶୁଙ୍କ ଜୀବନ

ବିଜ୍ଞାନର ଅଗ୍ରଗତି ଏବଂ ତିକିତ୍ସା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସତ୍ତ୍ୱେ ଅନେକ ଲୋକ ଏବେବି ଗୁଣିଗାରେଡି, ଝଡ଼ାଫୁଙ୍କା ଆଦିରେ ବିଶ୍ୱାସ କରୁଛନ୍ତି।

Representative Image

Representative Image

Advertisment

ବିଜ୍ଞାନର ଅଗ୍ରଗତି ଏବଂ ତିକିତ୍ସା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସତ୍ତ୍ୱେ ଅନେକ ଲୋକ ଏବେବି ଗୁଣିଗାରେଡି, ଝଡ଼ାଫୁଙ୍କା ଆଦିରେ ବିଶ୍ୱାସ କରୁଛନ୍ତି। ମଧ୍ୟପ୍ରଦେଶରେ ଗତ ଦୁଇ ମାସ ମଧ୍ୟରେ ନିମୋନିଆ ଆକ୍ରାନ୍ତ ଶିଶୁଙ୍କୁ ଲୁହା ଚେଙ୍କ ଦେବା କାରଣରୁ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ଭଳି ଖବର ସାମ୍ନାକୁ ଆସିଛି। ଗତକାଲି ପୁଣି ଜଣେ ପାଞ୍ଚ ମାସର ଶିଶୁକୁ ଲୁହା ଚେଙ୍କ ଦିଆଯାଇଥିବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

Advertisment

ମୃତ ଶିଶୁ ଶହଦୋଲ ପଥ୍ର ଗାଁର ରାମଦାସ କୋଲଙ୍କ ପୁଅ ହୃଶଭ କୋଲ। ତାକୁ ଗତ ସୋମବାର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ମେଡିକାଲ କଲେଜକୁ ପଠାଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ହୃଶଭର ମୃତ୍ୟୁ ଘଟିଛି। ହୃଶଭକୁ ନିମୋନିଆ ହେବା ସହ ସେପ୍ଟିସିମିଆ (ବ୍ୟାକ୍ଟେରିଆ କାରଣରୁ ରକ୍ତ ବିଷାକ୍ତ ହେବା) ଆକ୍ରାନ୍ତ କରୁଥିବା ଡାକ୍ତର କହିଛନ୍ତି।

ଶିଶୁର ପେଟରେ ତିନୋଟି ଦାଗ ଥିବାରୁ ଲୁହା ଚେଙ୍କ ଦିଆଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ ବୋଲି ଶହଦୋଲ ଜିଲ୍ଲା ହସ୍ପିଟାଲର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡ. ଏ.କେ ଲାଲ କହିଛନ୍ତି। ଡ. ଏ.କେ ଲାଲ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ନିମୋନିଆ ଚିକିତ୍ସା ପାଇଁ ଲୁହା ଚେଙ୍କ ଦିଆଯାଉଥିବା ଖବର ସାମ୍ନାକୁ ଆସୁଛି। ଲୋକଙ୍କୁ ସଚେତନ କରାଇବା ପାଇଁ ଡ୍ରାଇଭ୍ ଆରମ୍ଭ ହୋଇଛି। 

Advertisment

ସେ ଆହୁରି କହିଛନ୍ତି, "ଜିଲ୍ଲାପାଳ ଲୋକଙ୍କ ସଚେତନତା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସମସ୍ତ ଆଶା କର୍ମଚାରୀ ଘରକୁ ଘର ଯାଇ ଲୋକମାନଙ୍କୁ ବୁଝାଉଛନ୍ତି। ଏଥିସହ ଚେଙ୍କ ଦାଗ ଥିବା ପିଲାମାନଙ୍କୁ ଚିହ୍ନଟ କରି ତୁରନ୍ତ ଚିକିତ୍ସା କରାଉଛନ୍ତି।

ପ୍ରକାଶ ଥାଉ କି, ଏହାପୂର୍ବରୁ ଜାନୁଆରୀ ୯ରେ ସମାନ ଭାବରେ ନିମୋନିଆରେ ପୀଡିତ ଜଣେ ଶିଶୁକୁ ଚେଙ୍କ ଦେବାରୁ ତାର ମୃତ୍ୟୁ ଘଟିଥିଲା। ଏନେଇ ଶିଶୁର ପରିବାର ଲୋକଙ୍କ ବିରୁଦ୍ଧରେ ବିରୁହର ଥାନାରେ ଏତଲା ଦିଆଯାଇଥିଲା। ସେହିପରି ଜାନୁଆରୀ ୧ରେ ମଧ୍ୟ ଅନୁପୁର ଜିଲ୍ଲାର ଏକ ତିନି ମାସର ଶିଶୁକୁ ନିମୋନିଆ ଚିକିତ୍ସା ପାଇଁ ଚେଙ୍କ ଦିଆଯିବାରୁ ମୃତ୍ୟୁ ଘଟିଥିଲା।

ଡିସେମ୍ବରରେ ଶହଦୋଲ ଜିଲ୍ଲାରୁ ମଧ୍ୟ ଏହିପରି ଦୁଇଟି ଘଟଣା ସାମ୍ନାକୁ ଆସିଥିଲା, ଡିସେମ୍ବର ୨୯ରେ, ନିମୋନିଆ ଚିକିତ୍ସା ପାଇଁ ଏକ ଦେଢ ମାସର ଶିଶୁକୁ ଚେଙ୍କ ଦେବା କାରଣରୁ ମୃତ୍ୟୁ ଘଟିଥିଲା। ସେହିପରି, ଡିସେମ୍ବର ୧୯ରେ, ତିନି ମାସର ଶିଶୁର ମଧ୍ୟ ମୃତ୍ୟୁ ଘଟିଥିଲା। ଏପରି ଘଟଣା ବାରମ୍ବାର ହେଉଥିବାରୁ ପ୍ରଶାସନ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। 

Infant Pneumonia Infant Death In Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe