Advertisment

ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି କି? ରାମବାଣ ସାଜିପାରେ ଏହି ଫଳ

ଉଚ୍ଚ ରକ୍ତଚାପ ଯୋଗୁ ଆପଣଙ୍କ ହୃଦୟ ଉପରେ ଅଧିକ ଚାପ ପଡ଼ିଥାଏ । ଫଳରେ ଧମନୀ ସଙ୍କୁଚିତ ହୋଇ ଯାଇଥାଏ ଅଥବା ଧମନୀରେ କୋଲେଷ୍ଟରଲର ମାତ୍ରା ଅଧିକ ହୋଇ ରକ୍ତ ପ୍ରବାହ ଠିକ୍‌ ଭାବେ ହୋଇ ପାରି ନ ଥାଏ  ।

author-image
Niharika Rout
water chestnut

water chestnut

ଉଚ୍ଚ ରକ୍ତଚାପ ଏବେ ଏକ ସାଧାରଣ ରୋଗରେ ପରିଣତ ହୋଇ ସାରିଥିବା ବେଳେ ଏହା ଶରୀର ମଧ୍ୟକୁ ବହୁ ରୋଗକୁ ଆମନ୍ତ୍ରଣ କରିଥାଏ। ଉଚ୍ଚ ରକ୍ତଚାପ ହେଲେ ଆପଣ ହୃଦରୋଗର ଶିକାର ହେବା ଆଶଙ୍କା ବହୁ ମାତ୍ରାରେ ବଢ଼ି ଯାଇଥାଏ।

Advertisment

ଉଚ୍ଚ ରକ୍ତଚାପ ଯୋଗୁ ଆପଣଙ୍କ ହୃଦୟ ଉପରେ ଅଧିକ ଚାପ ପଡ଼ିଥାଏ । ଫଳରେ ଧମନୀ ସଙ୍କୁଚିତ ହୋଇ ଯାଇଥାଏ ଅଥବା ଧମନୀରେ କୋଲେଷ୍ଟରଲର ମାତ୍ରା ଅଧିକ ହୋଇ ରକ୍ତ ପ୍ରବାହ ଠିକ୍‌ ଭାବେ ହୋଇ ପାରି ନ ଥାଏ  ।

ଯଦି ଆପଣ ବି ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି ତେବେ ମେଡିସିନ ସହ ଘରୋଇ ଉପଚାର ବି କରି ପାରନ୍ତି। ଏପରି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଚମତ୍କାର ପାଲଟିପାରେ ପାଣି ସିଙ୍ଗଡ଼ା। ଏହି ଫଳରେ ୯୦% ପାଣି ଥିବା ବେଳେ ଏହା ଜିରୋ କ୍ୟାଲୋରିଯୁକ୍ତ ହୋଇଥାଏ। ଏଥିସହ ଏଥିରେ ଥିବା ଫାଇବର ଆପଣଙ୍କ ପାଇଁ ଲାଭପ୍ରଦସାବ୍ୟସ୍ତ ହୋଇପାରେ ।

Advertisment

ପାଣି ସିଙ୍ଗଡ଼ା ଖାଇବାର ଲାଭ

ଶରୀରରେ ସୋଡ଼ିୟମର ମାତ୍ରା ଅଧିକ ହେଲେ ଉକ୍ତ ରକ୍ତଚାପ ହେବାର ସମ୍ଭାବନା ବଢ଼ି ଯାଇଥାଏ। ଏପରି ସ୍ଥିତିରେ ପାଣି ସିଙ୍ଗଡା ଖାଇଲେ ତାହା ଆପଣଙ୍କ ଶରୀରରେ ସୋଡ଼ିୟମ ସ୍ତରକୁ କମ୍‌ କରିଥାଏ। ଏଥିସହ ଏଥିରେ ଥିବା ପ୍ରଚୁର ପାଣିରେ ଶରୀରରୁ ଅଧିକ ସୋଡିୟମ ପରିସ୍ରାରେ ବାହାରି ଯାଇଥାଏ। ଏଥିସହ ଏହା ଶରୀରରେ ହାଇଡ୍ରେସନ ସ୍ତରକୁ ବଢ଼ାଇବା ସହ ରକ୍ତଚାପକୁ ନିୟନ୍ତ୍ରୀତ କରିଥାଏ।

- ପାଣି ସିଙ୍ଗଡ଼ା ପୋଟାସିୟମରେ ଭରପୂର ହୋଇଥିବା ବେଳେ ତାହା ସଙ୍କୁଚିତ ଥିବା ରକ୍ତ ଧମନୀକୁ ଖୋଲିବା ସହ ତାହାକୁ ଚଉଡ଼ା କରିବାରେ ସାହାଯ୍ୟ କରିଥାଏ । ଫଳରେ ରକ୍ତ ପ୍ରବାହ ପାଇଁ ଧମନୀରେ ପର୍ଯ୍ୟାପ୍ତ ଜାଗା ସୃଷ୍ଟି ହୋଇଥାଏ ଓ ରକ୍ତଚାପ ନିୟନ୍ତ୍ରୀତ ହୋଇଥାଏ।

- ପାଣି ସିଙ୍ଗଡ଼ା ଆପଣଙ୍କ ଧମନୀକୁ ସଫା କରି ଦେଇଥାଏ । ଏହା ଧମନୀରେ ଜମା ହୋଇଥିବା କୋଲେଷ୍ଟରଲକୁ ବାହାର କରିବାରେ ସହାୟକ ହୋଇଥାଏ। ଫଳରେ ରକ୍ତ ସୁଚାରୂ ରୂପେ ସଞ୍ଚାଳନ କରି ପାରିଥାଏ ଓ ରକ୍ତ ଚାପ ନିୟନ୍ତ୍ରୀତ ହୋଇଥାଏ ।

Blood Pressure