Advertisment

ଚା' ପିଇଲେ ମୁଣ୍ଡ ବିନ୍ଧା କମେ; ସତ ନା ମିଛ?

ମୁଣ୍ଡବିନ୍ଧା ଚିକିତ୍ସା ଓ ଚା' ଅଭ୍ୟାସ ପଛର କ'ଣ ରହିଛି ବୈଜ୍ଞାନିକ କାରଣ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Tea

Tea

Advertisment

"ମୁଣ୍ଡଟା କାହିଁକି ବିନ୍ଧୁଛି... ସକାଳେ ଚା' ପିଇନି ଆଉ, ସେଥିପାଇଁ ମୁଣ୍ଡ ବିନ୍ଧୁଛି।" ଅନେକ ଲୋକ ଏପରି କହୁଥିବାର ଶୁଣିଥିବେ, କିମ୍ବା ଆପଣ ଯଦି ଜଣେ ଚା' ଅଭ୍ୟାସୀ, ତେବେ ଏପରି ଅନୁଭବ କରିଥିବେ ନିଶ୍ଚୟ। ଚା' ପିଇବା ଅଭ୍ୟାସ ଏବଂ ମୁଣ୍ଡବିନ୍ଧା ମଧ୍ୟରେ କଣ ସତରେ ସାମଞ୍ଜସ୍ୟ ରହିଛି, ବାସ୍ତବରେ କଣ ଚା' ନ ପିଇଲେ ମୁଣ୍ଡ ବିନ୍ଧେ, ଜାଣନ୍ତୁ ଏହା ପଛର ବିଜ୍ଞାନଗତ କାରଣ...

Advertisment

ମୁଣ୍ଡବିନ୍ଧା ଦୂର କରେ କି ଚା'
ବିଶେଷଜ୍ଞଙ୍କ କହିବା ଅନୁସାରେ, ମୁଣ୍ଡବ୍ୟଥା ଚିକିତ୍ସା ଏବଂ ଚା’ ପିଇବା ମଧ୍ୟରେ ସେପରି କୌଣସି ପ୍ରତ୍ୟକ୍ଷ ପ୍ରମାଣ ନହିଁ, ବେଳେ ବେଳେ ମୁଣ୍ଡବ୍ୟଥାର କାରଣ ଡିହାଇଡ୍ରେସନ୍ ହୋଇ ଥାଇପାରେ।

ସେହିପରି ଅନ୍ୟ ଜଣେ ସ୍ନାୟୁବିଜ୍ଞାନୀ ଡାକ୍ତର କହିଛନ୍ତି, ଚା ନାଜାଲ ସାଇନସେସ୍ (ନାକର ସାଇନସରେ ଆଲର୍ଜି କିମ୍ବା କୌଣସି ଜମାକୁ) ସଫା କରିପାରେ ଏବଂ ସାଇନସିଟ୍ସ କାରଣରୁ ହେଉଥିବା ମୁଣ୍ଡବ୍ୟଥାରୁ ଆରାମ ଦେଇପାରେ। ଏଥିପାଇଁ ଚା' ପିଇବା ପରେ ମୁଣ୍ଡବ୍ୟଥା କମିଗଲା ବୋଲି ଲାଗେ। 

Advertisment

ଚା' ମୁଣ୍ଡବ୍ୟଥା ଦୂର କରିବାର ଆଉ ଏକ କାରଣ ହେଉଛି, ଏଥିରେ ବ୍ଲାକ୍ ଟି ଥାଏ, ଯେଉଁଥିରେ କଫିନ୍ ରହିଥାଏ, ଆଉ ଏହି କଫିନ ମୁଣ୍ଡବିନ୍ଧାରୁ ଆରାମ ଦେଇଥାଏ। କଫିନ୍ ରକ୍ତ ନଳୀକୁ ସଙ୍କୁଚିତ କରିପାରେ, ସମ୍ଭବତଃ ମୁଣ୍ଡବିନ୍ଧାର ଲକ୍ଷଣକୁ ହ୍ରାସ କରିପାରେ।

ଏକ କପ୍ (150 ମିଲି) ବ୍ର୍ୟୁଡ୍ କଫିରେ 80-120 ମିଲିଗ୍ରାମ କଫିନ୍, ଇନଷ୍ଟାଣ୍ଟ କଫିରେ 50-65 ମିଲିଗ୍ରାମ ଏବଂ ଚାରେ 30-65 ମିଲିଗ୍ରାମ କଫିନ୍ ଥାଏ।

ତଥାପି ଚା ପିଇବା ପରେ ସମସ୍ତେ ମୁଣ୍ଡବ୍ୟଥା କମିଯିବା ଅନୁଭବ କରନ୍ତି ନାହିଁ। ଏହାର ପ୍ରଭାବ ବିଭିନ୍ନ ବ୍ୟକ୍ତିଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଦେଖାଯାଏ। ଚା ପିଇବା ପରେ ମୁଣ୍ଡବ୍ୟଥା କମିଯିବାର ମୁଖ୍ୟ କାରଣ ହେଉଛି ଏଥିରେ ମିଶୁଥିବା ସାମଗ୍ରୀ, ଯେପରିକି ଅଦା, ଅଳେଇଚ ଏବଂ ଡାଲଚିନି ଗୁଣ୍ଡ। 

ଚା ପିଇବାର ଉପଯୁକ୍ତ ସମୟ?
ICMR ଗାଇଡଲାଇନ ଅନୁସାରେ, ଖାଇବାର ଘଣ୍ଟାଏ ପୂର୍ବରୁ ଏବଂ ପରେ ଚା କିମ୍ବା କଫି ଆଦୌ ପିଇବା କଥା ନୁହେଁ। କାରଣ ଏଥିରେ ଟେନିନ୍ ନାମକ ଏକ ଉତ୍ତେଜକ ରହିଥାଏ। ଏହି ଟେନିନ୍ ଶରୀରରେ ଆଇରନ(ଲୌହ) ଅବଶୋଷଣରେ ବାଧା ସୃଷ୍ଟି କରିପାରେ। ଆଇରନ ଅଭାବରେ ରକ୍ତହୀନତା ହୋଇପାରେ। 

ସେହିପରି ଶୋଇବା ପୂର୍ବରୁ ମଧ୍ୟ ଚା' ଓ କଫି ଆଦୌ ପିଇବା ଉଚିତ୍ ନୁହେଁ, କାରଣ ଏହି କାରଣରୁ ପରଦିନ ସକାଳେ ଅନିଦ୍ରା ଏବଂ ମୁଣ୍ଡବିନ୍ଧାର କାରଣ ହୋଇପାରେ। ଟେନିନ୍ ମଧ୍ୟ ଅନେକ ଲୋକଙ୍କ ମାଇଗ୍ରେନର କାରଣ ହୋଇଥାଏ। କଫିନ୍ ଧାରଣ କରିଥିବା ଚା' କେବଳ ମୁଣ୍ଡ ବିନ୍ଧାଏନି, ବରଂ ଥକ୍କାପଣର କାରଣ ହୋଇପାରେ।

ତେଣୁ, କପେ ଗରମ ଚା' ଯେ ମୁଣ୍ଡବ୍ୟଥାକୁ ଦୂର କରିଦେବ ଏପରି ଭାବନ୍ତୁ ନାହିଁ। ଅତ୍ୟଧିକ ଚା' ପିଇବା ଦ୍ୱାରା ଶୋଷ ଲାଗିନଥାଏ, ଫଳରେ ପାଣି ପିଇବା କମ୍ ହୋଇଯିବାରୁ ହରମୋନାଲ୍ ପରିବର୍ତ୍ତନ ହୋଇପାରେ। ଶରୀରରେ ହରମୋନର ଅସନ୍ତୁଳନର ନାନା ରୋଗର କାରଣ ହୋଇଥାଏ। ତେଣୁ ସେ ଖାଦ୍ୟ ହେଉ କିମ୍ବା କୌଣସି ପାନୀୟ, କାହାକୁ ନିଶାରେ ପରିଣତ କରନ୍ତୁ ନାହିଁ, ସବୁର ଏକ ସନ୍ତୁଳନ ବଜାୟ ରଖନ୍ତୁ। 

Headache Tea Headache And Tea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe