Advertisment

ଟ୍ରେଣ୍ଡରେ ଆଇଭି ଥେରାପି: ପ୍ରି-ଓ୍ୱେଡିଂରେ ବଢ଼ୁଛି ଡିମାଣ୍ଡ

ହଲିଉଡ ଷ୍ଟାରମାନଙ୍କ ଠାରୁ ଆରମ୍ଭ କରି ବଲିଉଡ ଷ୍ଟାର୍‌ ଏହି ଥେରାପି ନେଉଛନ୍ତି।

ଅଦ୍ୟତନ ହୋଇଛି
IV therapy in pre-wedding celebration

IV therapy in pre-wedding celebration

Advertisment

ଟ୍ରେଣ୍ଡରେ ଆଇଭି ଇଣ୍ଟ୍ରାଭେନିଅସ୍‌ ଥେରାପି। ପ୍ରି-ଓ୍ୱେଡିଂରେ ବଢ଼ୁଛି ଆଇଭି ଥେରାପିର ଡିମାଣ୍ଡ। ସୁନ୍ଦରତାକୁ ଦ୍ୱିଗୁଣ କରିବା ପାଇଁ ଏହି ଥେରାପିକୁ ଆପଣାଉଛନ୍ତି ଯୁବତୀ। ହଲିଉଡ ଷ୍ଟାରମାନଙ୍କ ଠାରୁ ଆରମ୍ଭ କରି ବଲିଉଡ ଷ୍ଟାର୍‌ ଏହି ଥେରାପି ନେଉଛନ୍ତି। ତେବେ କ'ଣ ଏହି ଆଇଭି ଥେରାପି। ଏହାର କ'ଣ ସବୁ ଫାଇଦା ରହିଛି ଆସନ୍ତୁ ଜାଣିବା।

Advertisment

ଆଇଭି ଥେରାପି ହେଉଛି ଏକ ପ୍ରକାରର ଭିଟାମିନ୍‌ ଥେରାପି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, ତ୍ୱଚା ଉଜ୍ଜଳ କରିବା, ଚାପ ମୁକ୍ତ ହେବା, ଶରୀରକୁ ଅତିରିକ୍ତ ଭିଟାମିନ୍‌ ଯୋଗାଇବା ଭଳି ଏହା କାମ କରେ। କେବଳ ସେତିକି ନୁହେଁ କିଛି ଲୋକେ ଶରୀରକୁ ଡି-ଟକ୍ସ କରିବା ଓ ପତଳା ହେବା ପାଇଁ ମଧ୍ୟ ଏହି ଥେରାପି ଅପଣାଇଥାନ୍ତି। ଏଥିସହ ହ୍ୟାଙ୍ଗ ଓଭର ଦୂର କରିବା ପାଇଁ ମଧ୍ୟ ଏହି ଥେରାପି ସାହାଯ୍ୟ କରିଥାଏ।

ତେବେ ଏହି ଥେରାପି ବିଭିନ୍ନ ପ୍ରକାରର ରହିଛି। କେବଳ ସୁନ୍ଦରତା ବଢ଼ାଇବା ପାଇଁ ନୁହେଁ, ଚାପ ଦୂର କରିବା ପାଇଁ ମଧ୍ୟ ଏହି ଆଇଭି ଥେରାପିକୁ ବ୍ୟବହାର କରାଯାଉଛି। ଏବେ ପ୍ରି-ଓ୍ୱେଡିଂ ଦିନଗୁଡ଼ିକରେ ଭିଟାମିନ୍‌ ବୁଷ୍ଟ କରିବା ଓ ହାଇଡ୍ରେଟ୍‌ ରହିବା ଜରୁରୀ ହୋଇପଡ଼ିଛି। ବିବାହ ପୂର୍ବରୁ ଅଧିକାଂଶ ଲୋକେ ଏହି ଥେରାପିକୁ ଆପଣାଇଥାନ୍ତି। ବିବାହ ଦିନ ଅଧିକ ସୁନ୍ଦର ଦେଖାଯିବା ଓ ଗ୍ଲୋ କରିବା ପାଇଁ ସେମାନେ ଏହି ଚିକିତ୍ସାର ସାହାରା ନେଉଛନ୍ତି। ଅତିତରେ ଅତିଥିମାନଙ୍କୁ ସ୍ପା ଓ ଫୁଟ୍‌ ମସାଜ ପାଇଁ ପଚରା ଯାଉଥିଲା। ଏବେ କିନ୍ତୁ ଅତିଥିଙ୍କୁ ଆଇଭି ଥେରାପି ଦିଆଯାଉଛି। ଲୋକମାନେ ସେମାନଙ୍କର ବିବାହ ଦିନରେ ସତେଜ ଦେଖାଯିବା ପାଇଁ ସକାଳେ ଡିଟକ୍ସ ଡ୍ରିପ୍‌ ଲଗାଉଛନ୍ତି। ଏହି ଟ୍ରେଣ୍ଡ ବ୍ୟାପକ ହୋଇ ନପାରେ, କିନ୍ତୁ ଏହା ଘଟୁଛି ବୋଲି ମୁମ୍ବାଇର ଆସ୍ଥେଟିକ୍ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଆକାଂକ୍ଷା ସାଙ୍ଗଭି କୁହନ୍ତି।

Advertisment

ଜଣେ ବ୍ୟକ୍ତିର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ୱେଲନେସ୍ ବା ଇଣ୍ଟ୍ରାଭେନିଅସ୍‌ ଡ୍ରିପ୍ କଷ୍ଟୋମାଇଜ୍ ହୋଇଛି। ଏହି ଚିକିତ୍ସାରେ ଏକ ସାଲାଇନ୍‌ ଜରିଆରେ ବ୍ୟକ୍ତିମାନେ ସିଧାସଳଖ ନିଜ ଶିରାପ୍ରଶିରାରେ ବିଭିନ୍ନ ପ୍ରକାରର ଭିଟାମିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଗ୍ରହଣ କରିଥାନ୍ତି। ମେଡିସିନ୍‌ ଖାଇବା ଅପେକ୍ଷା ଏହି ଥେରାପି ଶୀଘ୍ର ଲାଭ ଦେଇଥାଏ ବୋଲି ଆଲାଇଭ୍‌ ୱେଲନେସ୍ ହସ୍ପିଟାଲର ମୁଖ୍ୟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଚିରଞ୍ଜୀବ ଛାବ୍ରା କହିଛନ୍ତି।

ଡାକ୍ତରଙ୍କ କହିବା ମୁତାବକ, କେବଳ ସୁନ୍ଦରତା ବଢ଼ାଇବା ପାଇଁ ନୁହେଁ ରକ୍ତହୀନତା, ଡାଇରିଆ, ଅନ୍ତନଳୀରେ କ୍ଷତ ହୋଇଥିଲେ ମଧ୍ୟ ଏହି ଆଇଭି ଥେରାପି ଦିଆଯାଇଥାଏ। ଏଥିସହ ଗୁରୁତର କିଡ୍‌ନୀ ରୋଗୀରେ ପୀଡ଼ିତ ଥିବା ବ୍ୟକ୍ତି କିମ୍ବା ଶରୀରର ଜଳି ପୋଡ଼ି ଯାଇଥିଲେ ଅସ୍ତ୍ରୋପଚାର ପରେ ଏକ ଆଇଭି ଚିକିତ୍ସା କରାଯାଇଥାଏ।

କିଭଳି ବ୍ୟବହାର ହୁଏ?

ଏହି ଆଇଭି ଥେରାପିକୁ ଏକ ସାଲାଇନ୍ ଭଳି ଦେହରେ ଇଞ୍ଜେକ୍ଟ କରାଯାଏ। ଏହି ସାଲାଇନ୍‌ ଡ୍ରିପ୍‌ରେ ବିଭିନ୍ନ କିସମର ଉପଚାର ରହିଥାଏ। ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଏହାକୁ ଶରୀର ଭିତରକୁ ଛଡ଼ା ଯାଇଥାଏ।

ନିକଟରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଭ୍ୟାନିଟି ଭ୍ୟାନ୍ ଭିତରେ ଆଇଭି ଥେରାପି ନେଉଥିବାର ଫଟୋ ସାମ୍ନାକୁ ଆସିଥିଲା। ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ କେବଳ ଜାହ୍ନବୀ ନୁହେଁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଭଉଣୀ ନିଜ ପ୍ରି-ଓ୍ୱେଡିଂରେ ଏହି ଥେରାପି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। କେବଳ ବଲିଉଡ ନୁହେଁ ହଲିଉଡ ଷ୍ଟାର୍‌ମାନେ ମଧ୍ୟ ବ୍ୟାପକ ରୂପେ ଏହି ଆଇଭି ଥେରାପି କରୁଛନ୍ତି। କାଏଲି ଜେନର ଠାରୁ ଆରମ୍ଭ କରି ଜଷ୍ଟିନ ବିବର ସମସ୍ତେ ଇଣ୍ଟ୍ରାଭେନିଅସ୍‌ ଥେରାପି ନେଉଛନ୍ତି।

Health Bollywood Hollywood IV Therapy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe