ମ୍ୟାଲେରିଆ ନିରାକରଣ ପାଇଁ ଜେଏନ୍‌ୟୁ ବୈଜ୍ଞାନିକ ବାହାର କଲେ ଟିକା

ଶତାବ୍ଦୀ ଶତାବ୍ବୀ ଧରି ଏହି ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଏହା ଭାରତ ଉପରେ ମଧ୍ୟ ଗୋଟିଏ ବୋଝ ଭଳି ରହିଛି।

Vaccine

representational image

Hemant Lenka
  • Published: Wednesday, 22 May 2024
  • Updated: 22 May 2024, 04:46 PM IST

Sports

Latest News

ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଗୋଟିଏ ବୈଜ୍ଞାନିକ ଟିମ ଏମିତି ଏକ ସମ୍ଭାବ୍ୟ ଟିକା ବାହାର କରିଛନ୍ତି ଯାହା ମ୍ୟାଲେରିଆ ବିରୋଧରେ ଅଧିକ ପ୍ରଭାବଶାଳୀ ଓ ଏହାର ଚିକିତ୍ସା ରଣନୀତିରେ ସହାୟକ ହୋଇପାରିବ।

ସେଲ୍ ପ୍ରେସ୍ ପକ୍ଷରୁ iScience ପତ୍ରିକାରେ ଗବେଷଣାର ରିପୋର୍ଟ ପ୍ରକାଶ ପାଇଛି। ପାରାସାଇଟ ନିରୋଧୀ ପ୍ରୋଟିନ୍ ମାଧ୍ୟରେ ଏହି ଟିକାକୁ ବିକଶିତ କରାଯାଇଛି। 

ମାଇ ଆନାଫେଲ୍ସ ମଶା ଦ୍ୱାରା ସଂକ୍ରମିତ ଗୋଟିଏ ଭେକ୍ଟର ରୋଗ ହେଉଛି ମ୍ୟାଲେରିଆ। ଶତାବ୍ଦୀ ଶତାବ୍ବୀ ଧରି ଏହି ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଏହା ଭାରତ ଉପରେ ମଧ୍ୟ ଗୋଟିଏ ବୋଝ ଭଳି ରହିଛି।

Also Read

ଏହାକୁ ରୋକିବା ପାଇଁ ପ୍ରୟାସ ଓ ସଚେତନା ଜାରି ରହିଥିବା ସତ୍ତ୍ୱେ ୨୦୨୨ରେ ଏଥିରେ ୨୪୯ ନିୟୁତ ଲୋକ ସଂକ୍ରମିତ ହୋଇଥିଲେ। ସେହିପରି ୬୦,୮୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଦେଇଛି।

ମ୍ୟାଲେରିଆକୁ ରୋକିବା ପାଇଁ ଔଷଧର ବ୍ୟବହାର କରାଯାଉଥିଲେ ହେଁ ପ୍ରଭାବୀ ଟିକାର ଅଭାବ ସବୁବେଳେ ପରିଲକ୍ଷିତ ହେଉଛି। ଟିକାର ଅଭାବରୁ ଏହି ମାରାତ୍ମକ ମହାମାରୀର ମୁକାବିଲା କରିବାରେ ସେତେଟା ସଫଳତା ମିଳୁ ନାହିଁ।

ଜେଏନୟୁ ଟିମ କ’ଣ କରିଛି?

ପ୍ରଫେସର ଶୈଳଜା ସିଂହ ଓ ପ୍ରଫେସର ଆନନ୍ଦ ରଙ୍ଗନାଥନଙ୍କ ନେତୃତ୍ୱରେ ଗୋଟିଏ ଟିମ ମଲିକୁଲାର ମେଡିସିନର ସ୍ୱତନ୍ତ୍ର କେନ୍ଦ୍ରରେ ଗବେଷଣା କରିଥିଲେ। ଜେଏନୟୁ ବୈଜ୍ଞାନିକମାନେ ଗୋଟିଏ ନୂଆ ହୋଷ୍ଟ-ପାରାସାଇଟ ଇଣ୍ଟରାକ୍ଟିଙ୍ଗ୍ କମ୍ପ୍ଲେକ୍ସ ଚିହ୍ନଟ କରିଛନ୍ତି, ଯାହା ଏକ ଟିକା ଆବିଷ୍କାର କରିବାରେ ସଫଳ ହୋଇପାରିଛି।

ପ୍ରଫେସର ଶୈଳଜା କହିଛନ୍ତି, “ଆମେ ଗୋଟିଏ ନୂଆ PHB2-Hsp70A1A ରିସେପ୍ଟର ଲିଗାଣ୍ଡ ଯୋଡ଼ି ଚିହ୍ନଟ କରିଛୁ ଯାହା ପାରାସାଇଟକୁ ମାନବ ହୋଷ୍ଟ ମଧ୍ୟରେ ସଂକ୍ରମଣ କରିବାରେ ସାହାଯ୍ୟ କରିଥାଏ। ତେଣୁ ପାରସାଇଟ ପ୍ରୋଟିନ୍ PHB2 ଗୋଟିଏ ଟିକା ବୋଲି ବିବେଚନା କରାଯାଇ ପାରିବ।”

ପ୍ରୋହିବିଟିନ୍ ହେଉଛି ପ୍ରୋଟିନର ଏକ ପ୍ରଜାତି ଯାହା ମାଇଟୋକଣ୍ଡ୍ରିଆଲ୍ ଫଙ୍କସନ୍ ଓ ସେଲ୍ ସାଇକେଲ ନିୟନ୍ତ୍ରଣ ସହିତ ବିଭିନ୍ନ ସେଲୁଲାର୍ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଗବେଷକମାନେ ଆବିଷ୍କାର କରିଛନ୍ତି ଯେ ମେରୋଜୋଏଟ୍ ସରଫେସ ମିଳୁଥିବା PfPHB2 ପ୍ରୋଟିନ୍ ଲାଲ ରକ୍ତ କଣିକା ସରଫେସର ଉତ୍ତାପ-ଶକ୍ ପ୍ରୋଟିନ୍ Hsp70A1A ସହିତ କାର୍ଯ୍ୟ କରିଥାଏ। ଏହା ପାରାସାଇଟ ବୃଦ୍ଧିକୁ ସଂପୂର୍ଣ୍ଣ ଭାବେ ଅଚଳ କରିଦିଏ।

ତ୍ରିପୁରା ଅଞ୍ଚଳର ସକ୍ରିୟ ମ୍ୟାଲେରିଆ ରୋଗୀଙ୍କଠାରେ PfPHB2 ଆଣ୍ଟିବଡି ଉପସ୍ଥିତି ଅଧିକ ମାତ୍ରାରେ ଚିହ୍ନଟ ହୋଇଥିଲା। ମ୍ୟାଲେରିଆ ଚିକିତ୍ସା ଦିଗରେ PfPHB2 ଆଣ୍ଟିବଡିର ଉପସ୍ଥିତି ଏକ ସଞ୍ଜବନୀ ସଦୃଶ ବୋଲି ପିଏଚଡି ଛାତ୍ରୀ ମନୀଷା ମାରୋଥିଆ କହିଛନ୍ତି।

ବୈଜ୍ଞାନିକ ଭାବରେ ମ୍ୟାଲେରିଆ ବିଲୋପ ପ୍ରତି ଆମର ଉଦ୍ୟମ କେବେ ହେଲେ ବନ୍ଦ ହୋଇନାହିଁ କିମ୍ବା କେବେ ହେବ ନାହିଁ ବୋଲି ଶୈଳଜା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story