Advertisment

ରାୟଗଡ଼ା ନୁହେଁ, କଳାହାଣ୍ଡି ହେଉଛି ଡିପଥେରିଆ ସଂକ୍ରମଣର ଉତ୍ସ

‘ରାଜ୍ୟରେ ସ୍ଥିର ରହିଛି ଡିପଥେରିଆ ସଂକ୍ରମଣ। ନୂଆ ସଂକ୍ରମଣ ହୋଇନି।’

author-image
Jitendra Garnayak
Dr Sanjukta Sahu

Dr Sanjukta Sahu

ରାୟଗଡ଼ା ନୁହେଁ, କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ। କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ଡିପଥେରିଆ ସଂକ୍ରମଣ। ଆଜି ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ। 

Advertisment

ସେ କହିଛନ୍ତି, ରାୟଗଡ଼ାର ମାନୁଷପଦରରୁ ଜଣେ ବ୍ୟକ୍ତି କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀକୁ ଯାଇଥିଲେ। ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ଏହା ବ୍ୟାପକ ରୂପ ନେଇଥିଲା। 

ପରିବାର କଲ୍ୟାଣ ନିର୍ଦ୍ଦେଶିକା କହିଛନ୍ତି, ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି ଓ କୋରାପୁଟରେ ଏବେ ବି ଚାଲିଛି ସର୍ଭେଲାନ୍ସ। କୋରାପୁଟର ବନ୍ଧୁଗାଁରେ ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ। କାଶୀପୁରର ମାନୁଷପଦର ଅଞ୍ଚଳର ୧୮ଟି ଗାଁରୁ ୧୩ଟିରେ ସରିଛି ବୁଷ୍ଟର ଡୋଜ୍ ଟିକାକରଣ। ଏ ସବୁ ଗାଁରେ ୪୬୮ ପିଲାଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି। ଏହାଛଡ଼ା କାଶୀପୁର ବ୍ଲକର ଅନ୍ୟ ଗାଁରେ ଯେଉଁ ପିଲାମାନେ ଡିପଥେରିଆ ଟିକା ବିଲକୁଲ ନେଇ ନଥିବେ, ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବ।

Advertisment

ଡିପଥେରିଆରେ ପ୍ରାଣ ହରାଇଥିବା ଜଣେ ୧୧ ବର୍ଷୀୟା ଝିଅର ଓଜନ ମାତ୍ର ୧୫ କିଲୋଗ୍ରାମ ଥିଲା। ତାହା ଅପପୁଷ୍ଟି ନା ନାହିଁ, ସେନେଇ ଯାଞ୍ଚ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ। 

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ରାଜ୍ୟରେ ସ୍ଥିର ରହିଛି ଡିପଥେରିଆ ସଂକ୍ରମଣ। ନୂଆ ସଂକ୍ରମଣ ହୋଇନି। ସଂକ୍ରମଣର କାରଣ ଅପପୁଷ୍ଟି ନା ନୁହେଁ, ସେନେଇ ଅନ୍ୟ ବିଭାଗ ଦ୍ଵାରା ତଦନ୍ତ ଚାଲିଛି। ଏହାର ଯାଞ୍ଚ କରିବାକୁ ଜିଲ୍ଲାପାଳ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ହେଉଛି ଡିପଥେରିଆ ସଂକ୍ରମଣର ଉତ୍ସ। ସେଠାକୁ ଯାଇଥିବା ଜଣେ ବୟସ୍କ ଲୋକ ପ୍ରଥମେ ଡିପଥେରିଆରେ ଆକ୍ରାନ୍ତ ହୋଇଥିଲେ। ଏବେ ସଂକ୍ରମଣର ଉତ୍ସ ସ୍ଥଳରେ ଚାଲିଛି ସର୍ଭେଲାନ୍ସ।

Diphtheria Diphtheria Symptoms