Advertisment

ଡରାଇଲା ଚାଇନା ଭାଇରସ: ୩ ଆକ୍ରାନ୍ତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ପରାମର୍ଶ, ମାର୍ଗଦର୍ଶିକା ଜାରି

ଦେଶରୁ ୩ଟି ଏଚଏମପିଭି ଆକ୍ରାନ୍ତ ହେବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ଜାରି କରାଯାଇଛି।

author-image
Hemant Lenka
HMVP

HMVP

ଭାରତକୁ ପୁଣି ଡରାଇବା ଆରମ୍ଭ କରିଛି ଚାଇନାରେ ଆତଙ୍କ ଖେଳାଇଥିବା ଏଚଏମପିଭି ଭାଇରସ। କରୋନା ଭଳି ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରୁଥିବା ଏହି ଭାଇରସରେ ଭାରତରୁ ୩ ଜଣ ଚିହ୍ନଟ ହୋଇସାରିଲେଣି। ବେଙ୍ଗାଲୁରୁରେ ୨ ଜଣ ନବଜାତକଙ୍କ ନମୁନାରୁ ଏହି ଭାଇରାସ ଠାବ ହୋଇଛି। ସେହିପରି ଗୁଜରାଟରେ ଜଣଙ୍କ ରିପୋର୍ଟ ପଜିଟିଭି ଆସିଛି।

Advertisment

ଦେଶରୁ ୩ଟି ଏଚଏମପିଭି ଆକ୍ରାନ୍ତ ହେବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ଜାରି କରାଯାଇଛି। କର୍ଣ୍ଣାଟକା ସରକାର ଭିଡ଼ ସ୍ଥାନରେ ମାସ୍କ ଲଗାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ସମସ୍ତ ହସ୍ପିଟାଲକୁ ସବୁ ପ୍ରକାରର ପରିସ୍ଥିତିର ସାମ୍ନା କରିବାକୁ କହିଛନ୍ତି। ନମୁନା ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।

ସେହିପରି କର୍ଣ୍ଣାଟକାରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ ପକ୍ଷରୁ ସର୍ଭେଲାନ୍ସକୁ ଜୋରଦାର କରିଛି। ସମାନ୍ୟ କାଶ, କଫ, ଥଣ୍ଡା କିମ୍ବା ତଣ୍ଟି ଜନିତ ସମସ୍ୟା ରହିଥିବା ପିଲାମାନଙ୍କୁ ସ୍କୁଲ ନ ପଠାଇବାରୁ କର୍ତ୍ତୃପକ୍ଷ ବାପା ମା’ଙ୍କୁ ଅନୁରୋଧ କରିଛନ୍ତି। ଶ୍ରେଣୀ ଶିକ୍ଷକମାନଙ୍କୁ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଗୁଜରାଟ ସରକାର ମଧ୍ୟ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜସ୍ଥାନରୁ ଚିକିତ୍ସା ପାଇଁ ଅହମଦାବାଦ ଆସିଥିବା ଗୋଟିଏ ଛୋଟ ପିଲାର ନମୁନାରୁ ଏଚଏମପିଭି ଭାଇରାସ ଠାବ ହୋଇଛି। ଏହାପରେ ସରକାର ହସ୍ପିଟାଲଗୁଡ଼ିକୁ ଷ୍ଟାଣ୍ଡବାଇରେ ରହିବାକୁ କହିଛନ୍ତି। ସେହିପରି ଆରଟି-ପିସିଆର କିଟ କିଣିବା ସହ ଲକ୍ଷଣ ଥିବା ଲୋକଙ୍କ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏଚଏମପିଭି ଭାଇରସ ଯୋଗୁ ଲୋକେ ଆତଙ୍କିତ ହୋଇଛନ୍ତି। ଶ୍ୱାସକ୍ରିୟା ଜନିତ ମାମଲା ବଢ଼ିବାର ଆଶଙ୍କା ଥିବାରୁ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କହିଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସେ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କୌଣସି ପଦକ୍ଷେପ ନେବାରେ ସେମାନେ ବିଳମ୍ବ ନ କରନ୍ତୁ ଓ ଆବଶ୍ୟକ ସ୍ଥଳରେ ଅଧିକାରୀମାନେ ସିଧାସଳଖ ତାଙ୍କ ସହ ଫୋନରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ଭରଦ୍ୱାଜ କହିଛନ୍ତି।

ରିପୋର୍ଟ ଅନୁସାରେ ୨୦୦୧ ମସିହାରେ ଏହି ଭାଇରସ ପ୍ରଥମେ ଠାବ ହୋଇଥିଲା। ଏହା କରୋନା ଭଳି। HMPVରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ସାଧାରଣତଃ କାଶ, ଜ୍ୱର, ନାକ ବନ୍ଦ ହୋଇଯାଇଥାଏ। ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖା ଦେଥାଏ। ୫ ବର୍ଷରୁ କମ୍‌ ବୟସ୍କ ପିଲାମାନେ ଏହି ରୋଗରେ ବେଶୀ ଆକ୍ରାନ୍ତ ହେବାର ନଜିର ରହିଛି। ଏଯାଏ ଏଚଏମପିଭି ବିରୋଧରେ କୌଣସି ଟିକା ତିଆରି ହୋଇନି।

Delhi HMPV HMPV Virus