Advertisment

କେକ୍‌ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନସର୍‌

ପରୀକ୍ଷାରୁ ୧୨ଟି ଭିନ୍ନ ଭିନ୍ନ ପ୍ରକାରର କେକ୍‌ରେ କ୍ୟାନସର ତତ୍ତ୍ୱ ଥିବା ସାମ୍ନାକୁ ଆସିଛି। ରେଡ୍‌ ଭେଲବେଟ୍‌ ଓ ବ୍ଲାକ ଫରେଷ୍ଟ ଭଳି କେକ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ କୃତ୍ରିମ ରଙ୍ଗ ବ୍ୟବହୃତ ହୁଏ।

Cake

Cake

Advertisment

ଜନ୍ମ ଦିନ ହେଉ ଅବା ବିବାହ ଆନିର୍ଭସରୀ। ପ୍ରତି ଉତ୍ସବରେ କଟାଯାଏ କେକ୍‌। ବିନା କେକ୍‌ରେ ପାର୍ଟି ଅଧୁରା। ଯେତେ ଯାଏ କେକ୍‌ କଟାଯାଇନି ସେତେଯାଏ ମଜା ଆସେନି। ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ଏହି କେକ୍‌କୁ ବେଶ୍‌ ଖୁସିରେ ଖାଆନ୍ତି। ଲୋକଙ୍କ ପସନ୍ଦ ଓ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ଭଳି କି ଭଳି ଫ୍ଳେଭରର କେକ୍‌ ମିଳେ। ଅଧିକାଂଶ ଲୋକଙ୍କୁ ରେଡ୍‌ ଭେଲ୍‌ବେଟ୍‌ ଓ ବ୍ଳାକ ଫରେଷ୍ଟ କେକ୍ ଭାରି ପସନ୍ଦ। କିନ୍ତୁ ଏହି କେକ୍ ଖାଇବା ଆପଣଙ୍କ ପାଇଁ ଏବେ ବିପଦ ହୋଇପାରେ। କାରଣ ଏହି କେକ୍‌ ଖାଇଲେ କ୍ୟାନ୍‌ସର ହୋଇପାରେ। ଏଭଳି କିଛି ଚେତାବନୀ ଜାରି କରିଛି କର୍ଣ୍ଣାଟକା ଖାଦ୍ୟ ସୁରକ୍ଷା ବିଭାଗ।

Advertisment

କର୍ଣ୍ଣାଟକା ଖାଦ୍ୟ ସୁରକ୍ଷା ବିଭାଗ ସମସ୍ତ ଲୋକଙ୍କୁ କେକ୍ କିଣିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି। କେବଳ ଏତିକି ନୁହେଁ, ଖାଦ୍ୟ ସୁରକ୍ଷା ବିଭାଗ ମଧ୍ୟ କେକ୍ ତିଆରି କରିବା ସମୟରେ ସମ୍ଭାବ୍ୟ କର୍କିନୋଜେନିକ୍ ଉପାଦାନଗୁଡିକର ବ୍ୟବହାରକୁ ବାରଣ କରିଛି। ଏନେଇ ରାଜ୍ୟର ସମସ୍ତ ବେକେରୀକୁ ଚେତାବନୀ ଦିଆଯାଇଛି।

ପ୍ରକୃତରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଅନେକ ବେକରୀ ସପ୍‌ରୁ କେକ ନମୁନା ସଂଗ୍ରହ କରାଯାଇଥିଲା। ପରୀକ୍ଷାରୁ ୧୨ଟି ଭିନ୍ନ ଭିନ୍ନ ପ୍ରକାରର କେକ୍‌ରେ କ୍ୟାନସର ତତ୍ତ୍ୱ ଥିବା ସାମ୍ନାକୁ ଆସିଥିଲା। ରେଡ୍‌ ଭେଲବେଟ୍‌ ଓ ବ୍ଲାକ ଫରେଷ୍ଟ ଭଳି କେକ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ କୃତ୍ରିମ ରଙ୍ଗ ବ୍ୟବହୃତ ହୁଏ। ଏହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ।

Advertisment

କେକ୍‌ ନମୁନା ପରୀକ୍ଷା ବେଳେ ଏଥିରେ ଏଲ୍ୟୁରା ରେଡ୍‌, ସନ୍‌ସେଟ୍‌ ୟେଲୋ FCF, ପନ୍ସୋ 4R ଏବଂ କାର୍ମୋଇସିନ୍ ଭଳି କୃତ୍ରିମ ରଙ୍ଗ ଓ ତତ୍ତ୍ୱ ଚିହ୍ନଟ କରାଯାଇଥିଲା। କେକ୍‌କୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ଏହି ରଙ୍ଗଗୁଡିକ ବ୍ୟବହାର କରାଯାଏ। ଏହି କୃତ୍ରିମ ରଙ୍ଗ କେବଳ କର୍କଟ ରୋଗର ଆଶଙ୍କା ବଢାଇବ ନାହିଁ ବରଂ ବିଭିନ୍ନ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ବୋଲି କର୍ଣ୍ଣାଟକ ସ୍ୱାସ୍ଥ ବିଭାଗ ଚେତାବନୀ ଜାରି କରିଛି। ସେପଟେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା ପରେ କେକ୍ ପ୍ରେମୀ ଚିନ୍ତିତ ହୋଇପଡିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe