Advertisment

ଡେଙ୍ଗୁ ରୋଗୀଙ୍କ ପାଇଁ କିୱି ଫଳ କେତେ ଉପକାରୀ, ଜାଣନ୍ତୁ...

ଡେଙ୍ଗୁ ହେଲେ ପ୍ଲେଟଲେଟ ବୃଦ୍ଧି ପାଇଁ ବିଭିନ୍ନ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ। ସେଥିମଧ୍ୟରୁ କିୱି ଫଳ ଅନ୍ୟତମ।

Kiwi

Kiwi

Advertisment

ଡେଙ୍ଗୁ ଏକ ଭାଇରାଲ୍ ସଂକ୍ରାମକ ରୋଗ। ଏଡିସ୍ ମଶା କାମୁଡିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ଏହି ରୋଗ ଜୀବନ ପ୍ରତି ଯେତିକି ବିପଦ ନୁହେଁ, ସ୍ୱାସ୍ଥ୍ୟ ପାଇଁ ତାଠୁ ଅଧିକ ବିପଦ। କାରଣ ଡେଙ୍ଗୁ ହେଲେ ଜଣେ ବ୍ୟକ୍ତି ଦୁର୍ବଳ ହୋଇପଡନ୍ତି। ବ୍ଲଡ୍ ପ୍ଲେଟଲେଟ୍ ହ୍ରାସ ପାଉଥିବାରୁ ଦୁର୍ବଳତା ଏକ ରୋଗ ଭଳି ଉଭା ହୁଏ। 

Advertisment

ସେଥିପାଇଁ ଡେଙ୍ଗୁ ରୋଗୀଙ୍କୁ ଡାକ୍ତରମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି। ଏସବୁ ଖାଦ୍ୟ ମଧ୍ୟରେ କିୱି ଫଳ ରହିଛି। ତେବେ ଡେଙ୍ଗୁ ହେଲେ କିୱି ଖାଇବା କେତେ ଲାଭପ୍ରଦ, ଜାଣନ୍ତୁ ଏହି ଆଲେଖ୍ୟରୁ...

କିୱି ଏକ ଏପରି ଫଳ,ଯେଉଁଥିରେ ଅଧିକ ଭିଟାମିନ୍-ସି ଏବଂ ପ୍ରଚୁର ପରିମାଣରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହି ସାମାନ୍ୟ ଖଟା ଫଳ ହାର୍ଟ ଏବଂ ହଜମ ପାଇଁ ବେଶ୍ ଲାଭଦାୟକ। ଏହା ବ୍ୟତୀତ କିୱି ଫଳ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇଥାଏ। 

Advertisment

ଡେଙ୍ଗୁରେ କିୱି ଖାଇବାର 5 ଟି ଲାଭ 

  • ଯଦି ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବାକୁ ଚାହାଁନ୍ତି, ତେବେ କିୱି ସର୍ବୋତ୍ତମ ଉପଚାର।
  • କିୱିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ମୁକ୍ତ ରେଡିକାଲ ଦୂର କରିବାରେ ସାହାଯ୍ୟ କରିଥାଏ ଏବଂ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରେ।
  • କିୱି ହାର୍ଟ ପାଇଁ ବହୁତ ଭଲ।
  • ଏଥିରେ ଥିବା ଫାଇବର ଗୁଣ LDL ବା ଖରାପ କୋଲେଷ୍ଟ୍ରଲ ହ୍ରାସ କରି ହୃଦରୋଗର ବିପଦ କାରଣଗୁଡ଼ିକୁ ହ୍ରାସ କରିଥାଏ।
  • କିୱିରେ ଫାଇବର ଥାଏ, ଯାହା କୋଷ୍ଠକାଠିନ୍ୟ ଏବଂ ପାକସ୍ଥଳୀ ସମସ୍ୟାରୁ ମୁକ୍ତି ଦେଇଥାଏ।
Dengue Treatment Health Tips For Dengue Patient Kiwi Benefits
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe