Advertisment

ଏହିସବୁ ଲକ୍ଷଣକୁ କରନ୍ତୁନି ଅବହେଳା, ହୋଇପାରେ କିଡନୀ ଫେଲ୍

ମାନବ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକ ମଧ୍ୟରୁ କିଡନୀ ଅନ୍ୟତମ। ଯଦି କିଡନୀ କାମ କରିବା ବନ୍ଦ କରିଦିଏ, ତେବେ ନାନା ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ। ତେବେ କିଡନୀ ସମସ୍ୟା ଥିଲେ ପ୍ରାଥମିକ ପର୍ଯ୍ୟାୟରେ କିପରି ରୋଗ ଲକ୍ଷଣ ବାବଦରେ ଜାଣିବେ, କି କି ଲକ୍ଷଣ ଦେଖାଯାଏ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Doctor Showning Kidney Image

Doctor Showning Kidney Image

Advertisment

ଜଣେ ବ୍ୟକ୍ତି ସେତେବେଳେ ସୁସ୍ଥ ଭାବେ ପରିଗଣିତ ହେବେ, ଯେତେବେଳେ ତାଙ୍କ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ଥିବ। ଏହି ଅଙ୍ଗଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଡନୀ। ଯଦି ଏହା ନଷ୍ଟ ହୋଇଯାଏ, ତେବେ ନାନା ଶାରୀରିକ ସମସ୍ୟା ଦେଖାଯାଏ, ବେଳେବେଳେ ଜୀବନ ମଧ୍ୟ ଯାଇପାରେ। ବାସ୍ତବରେ କିଡନୀ ଆମ ରକ୍ତକୁ ସଫା କରିଥାଏ ଏବଂ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସହାୟକ ହୋଇଥାଏ। କିଡନୀ ଫେଲ୍ ହେଲେ ରକ୍ତ ଫିଲ୍ଟରିଂ ହୋଇପାରେ ନାହିଁ, ହରମୋନ ସନ୍ତୁଳନ ବଜାୟ ବିଗିଡିଯାଏ, ଫଳରେ ରକ୍ତରେ ରାସାୟନିକ ପଦାର୍ଥର ସନ୍ତୁଳନ ଶରୀରରେ ଖରାପ ହେବାକୁ ଲାଗେ। ଏହି କାରଣରୁ ମୃତ୍ୟୁର ସମ୍ମୁଖନ ହେବାକୁ ପଡିପାରେ।

Advertisment

ତେଣୁ କିଡନୀ ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହୋଇପାରିଲେ ଚିକିତ୍ସା ସମ୍ଭବ ହୋଇପାରିବ। ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ପାଇଁ ଲକ୍ଷଣ ବାବଦରେ ଜାଣି ରଖିବା ଉଚିତ୍। ଆଜିର ଆର୍ଟିକିଲରେ ଜାଣନ୍ତୁ, କିଡନୀ ସମସ୍ୟା ଥିଲେ ଶରୀରରେ କେଉଁସବୁ ଲକ୍ଷଣ ଦେଖାଯାଏ...

  • ସାମାନ୍ୟ କାମ କରିଦେଲେ କ୍ଲାନ୍ତ ଲାଗିବା 
  • ଭୋକ ନ ଲାଗିବା 
  • ରାତିରେ ଶୋଇବାରେ ଅସୁବିଧା 
  • ନିଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ 
  • ପାଦରେ ଫୁଲା ଦେଖାଯିବା 
  • ଅସ୍ଥି ଦୁର୍ବଳ ହେବା 
  • ମାଂସପେଶୀରେ ଯନ୍ତ୍ରଣା 
  • ମୂତ୍ର ସମସ୍ୟା 
  • ହଠାତ୍ ଓଜନ ହ୍ରାସ 
  • ବାନ୍ତି ହେବା କିମ୍ବା ବାନ୍ତି ଲାଗିବା 
Advertisment

କାହିଁକି ନଷ୍ଟ ହୋଇଯାଏ କିଡନୀ

  • ଖରାପ ଖାଦ୍ୟ ଏବଂ ଜୀବନଶୈଳୀ 
  • ମଧୁମେହ, କିଡନୀ ଷ୍ଟୋନ
  • ମୂତ୍ରନଳୀରେ ରକ୍ତ ଜମାଟ ବାନ୍ଧିବା 
  • ରକ୍ତକୁ ନିୟନ୍ତ୍ରଣ କରୁଥିବା ସ୍ନାୟୁଗୁଡ଼ିକର ଦୁର୍ବଳତା 
  • କିଡନୀ ଚାରିପାଖରେ ରକ୍ତ ଜମାଟ ବାନ୍ଧିବା 
  • କମ୍ ପାଣି ପିଇବା 
  • ଡ୍ରଗ୍ ଏବଂ ମଦ୍ୟପାନ 
Odia Health Tips Health News Kidney Disease Symptoms Kidney Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe