Advertisment

ହାର୍ଟ ଆଟାକ୍ ଏବଂ କାର୍ଡିଆକ୍ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ କ'ଣ?

ବାସ୍ତବରେ କାର୍ଡିଆକ୍ ଆରେଷ୍ଟ ଏବଂ ହାର୍ଟ ଆଟାକ୍ କ'ଣ, ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଅଛି କି ନାହିଁ, କେଉଁଟା ଅଧିକ ଗମ୍ଭୀର, କି କି ଲକ୍ଷଣ ଦେଖାଯାଏ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

କିଛି ବର୍ଷ ମଧ୍ୟରେ ହୃଦରୋଗ ସମସ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି। ହୃଦଘାତରେ ଲୋକଙ୍କ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ସେଥିପାଇଁ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନିହାତି ଆବଶ୍ୟକ। ହୃଦୟ ସ୍ୱାସ୍ଥ୍ୟ ବାବଦରେ ଜାଣିବା ସମୟରେ ଅଧିକାଂଶ ଲୋକ କାର୍ଡିଆକ୍ ଆରେଷ୍ଟ ଏବଂ ହାର୍ଟ ଆଟାକ୍ ମଧ୍ୟରେ ଦ୍ୱନ୍ଦ୍ୱରେ ପଡନ୍ତି। କିଛି ଲୋକ ଭାବନ୍ତି, ଏହି ଦୁଇଟି ସମସ୍ୟା ସମାନ, ଅନ୍ୟ କିଛି ଭାବନ୍ତି ଏହା ଭିନ୍ନ ଭିନ୍ନ। ବାସ୍ତବରେ କାର୍ଡିଆକ୍ ଆରେଷ୍ଟ ଏବଂ ହାର୍ଟ ଆଟାକ୍ କ'ଣ, ଉଭୟଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଅଛି କି ନାହିଁ, କେଉଁଟା ଅଧିକ ଗମ୍ଭୀର, କି କି ଲକ୍ଷଣ ଦେଖାଯାଏ, ଜାଣନ୍ତୁ... 

Advertisment

ହାର୍ଟ ଆଟାକ୍ ଏବଂ କାର୍ଡିଆକ୍ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ
୧. ଏହି ଦୁଇ ସମସ୍ୟା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଯେତେବେଳେ ରକ୍ତ ହୃଦୟରେ ପହଞ୍ଚିପାରେ ନାହିଁ ସେତେବେଳେ ହାର୍ଟ ଆଟାକ୍ ବା ହୃଦଘାତ ହୁଏ, କିନ୍ତୁ କାର୍ଡିଆକ୍ ଆରେଷ୍ଟ ହେଲେ ହଠାତ୍ ହୃଦୟ କାର୍ଯ୍ୟ ବନ୍ଦ ହୋଇଯାଏ।

୨. ଯେତେବେଳେ ଧମନୀରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ, ସେତେବେଳେ ଅମ୍ଳଜାନ ଅଭାବ ହୁଏ। ଫଳରେ ହୃଦୟର ଯେଉଁ ଅଂଶକୁ ରକ୍ତ ପହଞ୍ଚିପାରେ ନାହିଁ, ସେହି ଅଂଶ ନଷ୍ଟ ହୋଇଯାଏ। ଅନ୍ୟପକ୍ଷରେ, କାର୍ଡିଆକ ଆରେଷ୍ଟରେ ଅଚାନକ ହୃତପିଣ୍ଡ ବନ୍ଦ ହୋଇଯାଏ। 

Advertisment

କାର୍ଡିଆକ୍ ଆରେଷ୍ଟର ଲକ୍ଷଣ 

  • ଏହାର ଆଦୌ କୌଣସି ଲକ୍ଷଣ ନାହିଁ, ଏହା ସର୍ବଦା ହଠାତ୍ ଆସେ।
  • ଅଧିକାଂଶ ସମୟରେ ଆମେ ଲୋକ ହଠାତ୍ ଟଳି ପଡ଼ିବାର ଦେଖନ୍ତି, ଏହା କେବଳ କାର୍ଡିଆକ ଆରେଷ୍ଟ କାରଣରୁ ହୋଇଥାଏ। ଏହା ଅଚାନକ ଘଟେ, ଯାହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ। 
  • କାର୍ଡିଆକ ଆରେଷ୍ଟ ହେଲେ ରୋଗୀର ହୃଦସ୍ପନ୍ଦନ ହଠାତ୍ ଅତି ଜୋରରେ ବଢ଼ିଯାଏ ଏବଂ ସାଧାରଣ ଭାବରେ ନିଃଶ୍ୱାସ ନେବାରେ ଅକ୍ଷମ ହୁଏ।
  • ରକ୍ତଚାପ ମଧ୍ୟ ବନ୍ଦ ହୋଇଯାଏ।

କେଉଁଟା ଅଧିକ ବିପଜ୍ଜନକ
ଯଦି ଆମେ ଉଭୟଙ୍କ ମଧ୍ୟକୁ କେଉଁଟା ଅଧିକ ବିପଜ୍ଜନକ କହିବା, ତେବେ ତାହା କାର୍ଡିଆକ ଆରେଷ୍ଟ। କାରଣ ଏଥିରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ହାର୍ଟ ଆଟାକର ଲକ୍ଷଣ ୪୮ରୁ ୨୪ ଘଣ୍ଟା ପୂର୍ବରୁ ଦେଖାଯିବା ଆରମ୍ଭ କରେ। ଏଥିରେ ରୋଗୀର ଜୀବନ ରକ୍ଷା କରିବାର ସୁଯୋଗ ଥାଏ। କିନ୍ତୁ କାର୍ଡିଆକ ଆରେଷ୍ଟରେ ରୋଗୀର ଚିକିତ୍ସା କରିବାର କୌଣସି ସୁଯୋଗ ନଥାଏ।

କାର୍ଡିଆକ ଆରେଷ୍ଟରୁ ରକ୍ଷା ପାଇବାର ଉପାୟ

  • ଦୈନିକ ଏକ ଘଣ୍ଟା ଶାରୀରିକ କାର୍ଯ୍ୟକଳାପ କରନ୍ତୁ ଏବଂ ଓଜନ ବୃଦ୍ଧି କରିବାକୁ ଦିଅନ୍ତୁ ନାହିଁ।
  • ସାଇକେଲ ଚଲାଇବା, ଜଗିଂ କିମ୍ବା କ୍ରିକେଟ୍, ବ୍ୟାଡମିଣ୍ଟନ୍ ଏବଂ ଫୁଟବଲ୍ ଖେଳିବା ଭଳି କାର୍ଡିଓ ବ୍ୟାୟାମ କରନ୍ତୁ।
  • ଜଙ୍କ୍ ଫୁଡରୁ ଯଥାସମ୍ଭବ ଦୂରରେ ରୁହନ୍ତୁ, ଫଳ ଏବଂ ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ।
  • ଉଚ୍ଚ ଫାଇବର ଯୁକ୍ତ ପନିପରିବା, ପ୍ରୋଟିନ୍ ଏବଂ ଡାଲି ସେବନ କରନ୍ତୁ।
  • ପେଟ ପୂରା ଖାଆନ୍ତୁ ନାହିଁ, କି ଅଧିକ ସମୟ ଖାଲି ପେଟରେ ରୁହନ୍ତୁ ନାହିଁ।
  • ପର୍ଯ୍ୟାପ୍ତ ଶୋଇବା ଅଭ୍ୟାସ କରନ୍ତୁ। ରାତି ଅନିଦ୍ରା ହୁଅନ୍ତୁ ନାହିଁ, କି ସକାଳେ ଅଧିକ ସମୟ ଶୁଅନ୍ତୁ ନାହିଁ।
  • ମୋବାଇଲ୍ ଏବଂ ଟିଭିଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
  • ଚାପ ଏବଂ ଏକାକୀତ୍ୱକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।
  • ୩୦ ବର୍ଷ ପରେ ନିୟମିତ ଭାବେ କୋଲେଷ୍ଟ୍ରଲ, ରକ୍ତଚାପ ଏବଂ ମଧୁମେହ ଯାଞ୍ଚ କରନ୍ତୁ। 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Heart Attack Cardiac Arrest Heart Health Tips